ଦଶ ମାସର ଶିଶୁଙ୍କୁ ରେଲଓ୍ବେରେ ଚାକିରି

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ପଡୋଶୀ ଛତିଶଗଡ଼ରେ ଜଣେ ଦଶମାସର ଶିଶୁଙ୍କୁ ରେଳ ବିଭାଗରେ ଚାକିରି ମିଳିଛି। ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ। ତେବେ ଏତେ କମ ବୟସରେ ଚାକିରି ପାଇବା ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ପଛରେ ରହିଥିବା ଦୁଃଖଦ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଖବରରୁ ଜଣାପଡିଛି ରାଜେନ୍ଦ୍ର କୁମାର ଯାଦବ ନାମକ ବ୍ୟକ୍ତି ଭିଲାଇରେ ରେଲଓ୍ବେରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଚୋରଡାରେ ସପରିବାର ରହୁଥିଲେ। ରାଜେନ୍ଦ୍ର ଗତ ଜୁନ୍‌ ୧ରେ ମୋଟରସାଇକେଲ ଯୋଗେ ସ୍ତ୍ରୀ ମଞ୍ଜୁଲତାଙ୍କୁ ଧରି ଭିଲାଇ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ତାଙ୍କର ୧୦ ମାସର ଶିଶୁକନ୍ୟା ରାଧିକା ବଞ୍ଚତ୍ୟାଇଥିଲେ। ଏହାକୁ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଗୁରୁତର ସହ ନେଇ ଏକ ସ୍ବତନ୍ତ୍ର ବୋର୍ଡ ଦ୍ୱାରା ରେଳ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଏହି ଛୋଟ ଶିଶୁଙ୍କ ଲାଳନ ପାଳନ ପାଇଁ ପୁନର୍ବସତି ଯୋଜନାରେ ଚାକିରି ଦେବାକୁ ନିଷ୍ପତ୍ତି ନେଇଥିଲେ। ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ ତାରିଖରେ ରାଧିକାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ନିଜର ସମ୍ପର୍କୀୟଙ୍କ ସହ କୁନି ଝିଅ ରାଧିକା ରେଳବିଭାଗର ବୋର୍ଡ ନିକଟକୁ ଆସିଥିଲେ। ସେଠାରେ ନିଯୁକ୍ତିପତ୍ରରେ ତାଙ୍କ ଟିପଚିହ୍ନ ନିଆଯାଇଥିଲା। ତେବେ ବୋର୍ଡ ନିଷ୍ପତ୍ତି ଅନୁସାରେ ଶିଶୁ ରାଧିକା ୧୮ ବର୍ଷ ହେବା ଯାଏ ତାଙ୍କର ସମ୍ପୂର୍ଣ୍ଣ ଦରମା ପାଇବେ। ୧୮ ବର୍ଷ ପରେ ତାଙ୍କୁ ରେଲଓ୍ବେରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ସ୍ବତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟମାନେ ଶିଶୁଟିର ଲାଳନ ପାଳନ କରିବେ। ତାଙ୍କ ଦରମା ବ୍ୟାଙ୍କ ଏକାଉଣ୍ଟରେ ରହିବ ବୋଲି ଜଣାପଡିଛି। ଭାରତ ରେଲଓ୍ବେ ଇତିହାସରେ ଏତେ ଛୋଟ ଶିଶୁଙ୍କୁ ନିଯୁକ୍ତି ମିଳିବା ଘଟଣା ପ୍ରଥମ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri