Posted inଜାତୀୟ

ନୁପୁର ଶର୍ମାଙ୍କୁ ହତ୍ୟା ଧମକ, ଦରଗାହର ଖାଦିମ କହିଲେ ହତ୍ୟାକାରୀକୁ ଦେବେ ଘର

ଆଜମେର,୫ ।୭: ନୁପୁର ଶର୍ମାଙ୍କ ବୟାନକୁ ସାରା ଦେଶରେ ବିରୋଧ କରାଯାଉଛି । ଏହାକୁ ନେଇ ଲଗାତାର କିଛି ନା କିଛି ଭିଡିଓ ପ୍ରତିଦିନ ସାମ୍ନାକୁ ଆସୁଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କୁ ହତ୍ୟା କରିବା କଥା ଉଠିଛି । ଏହି ଭିଡିଓରେ ହଜରତ ଖ୍ୱାଜା ମୋଇନୁଦ୍ଦିନ ହସନ ଚିସ୍ତି ଦରଗାହର ଜଣେ ଖାଦିମ କହୁଛନ୍ତି ଯିଏ ନୁପୁର ଶର୍ମାଙ୍କ ମୁଣ୍ଡନେଇକି ଆସିବ, ତାକୁ ମୁଁ ମୋ ଘର ଦେଇଦେବି । ଆଜମେର ପୋଲିସ ଭିଡିଓକୁ ଆଧାର ବୋଲି ଧରି ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ସାମନାକୁ ଆସିଥିବା ପୋଷ୍ଟର ପରେ ଟେଲର କହ୍ନେୟା ଲାଲଙ୍କ ହତ୍ୟା ମାମଲା ଶାନ୍ତ ହୋଇ ନ ଥିବା ବେଳେ ଆଜମେର ଦରଗାହର ଖାଦିମଙ୍କ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ପୁଣିଥରେ ବିରୋଧର ବହ୍ନି ଲାଗିଛି । ସୋସିଆଲ ମିଡିଆରେ ଦରଗାହର ଖାଦିମଙ୍କ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଖାଦିମ ନୁପୁର ଶର୍ମାଙ୍କୁ ଗୁଳି ମାରିବା କଥା କହିଛନ୍ତି । ତେବେ ଭିଡିଓଟି ୩-୪ ଦିନ ତଳର ବୋଲି କୁହାଯାଉଛି । ଭିଡିଓରେ ଯେଉଁ ବ୍ୟକ୍ତି ନଜର ଆସୁଛନ୍ତି ସେ ଦରଗାହର ଖାଦିମ ଓ ଦରଗାହ ଥାନାର ହିଷ୍ଟ୍ରିସିଟର ଯାହାଙ୍କ ନାମରେ ବିଭିନ୍ନ ମାମଲା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ...

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି: ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ମାମଲା...

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି...

ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨।୫: ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ହାଇକୋର୍ଟରେ ଏମିତି ଦାବି କଲେ ସିସୋଡିଆ, ଜଜ କହିଲେ କାଲିକି ଆସନ୍ତୁ…

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଦିଲ୍ଲୀର ମଦ...

ବଡ଼ ଖବର! ଆମେଠିରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କ ସହମତି, ଖାର୍ଗେ କରିବେ ଘୋଷଣା-ରିପୋର୍ଟ

ନୂଆଦିଲ୍ଲୀ,୨।୫: କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri