ବିଦେଶୀଙ୍କ ଅନୁପ୍ରବେଶ ରୋକିବାକୁ ସମୁଦ୍ର ଉପକୂଳରେ ୧୮ ଥାନା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟର ଉପକୂଳରେ ମୋଟ ୧୮ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। ବିଦେଶୀମାନଙ୍କ ଅନୁପ୍ରବେଶ ରୋକିବା ପାଇଁ ମୁଖ୍ୟତଃ ଏହି ଥାନାଗୁଡ଼ିକ ପ୍ରତିଷ୍ଠା କରାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସମସ୍ତ ସାମୁଦ୍ରିକ ଥାନା ପାଇଁ ମୋଟ ୭୩୮ଟି ବିଭିନ୍ନ ପଦବୀ ମଞ୍ଜୁର କରାଯାଇଛି। ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ୧୫ ଜଣ ହିସାବରେ ମୋଟ ୨୭୦ ହୋମଗାର୍ଡଙ୍କୁ ମୁତୟନ ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
ବିଧାୟକ ସଞ୍ଜୀବ କୁମାର ମଲିକ ବିଧାନସଭାରେ ପଚାରିଥିବା ତାରକା ପ୍ରଶ୍ନ ନମ୍ବର ୩୧ର ଉତ୍ତରରେ ମନ୍ତ୍ରୀ ବେହେରା କହିଛନ୍ତି, ଅବୈଧ ଅନୁପ୍ରବେଶ ଓ ଅସାମାଜିକ ବ୍ୟକ୍ତିଙ୍କ ଅନୁପ୍ରବେଶ ତଥା ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ସମୁଦ୍ର ଉପକୂଳରେ ପଇଁତରା ମାରିବା ପାଇଁ ସାମୁଦ୍ରିକ ଥାନାଗୁଡିକୁ ୧୫ଟି ଦ୍ରୁତ ଇଣ୍ଟରସେପ୍‌ଟର ଡଙ୍ଗା ଯୋଗାଇ ଦିଆଯାଇଛି। ସାମୁଦ୍ରିକ ଥାନା କର୍ମଚାରୀମାନଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି। ସମୁଦ୍ର ପଥରେ ଯାତାୟାତ କରୁଥିବା ଡଙ୍ଗା ଏବଂ ମାଛଧରା ଡଙ୍ଗାଗୁଡିକର ବ୍ୟାପକ ଯାଞ୍ଚ ଓ ତଥ୍ୟ ଜାଣିବା ଲାଗି ଭାରତୀୟ ତଟ ସୁରକ୍ଷା ବାହିନୀ ସହ ମିଳିତ ଭାବେ ସୁରକ୍ଷା ଯାଞ୍ଚ କରାଯାଉଛି। ଭବିଷ୍ୟତରେ ସାମୁଦ୍ରିକ ଥାନା ଓ ଡଙ୍ଗାଗୁଡ଼ିକୁ ଏଚ୍‌ଏଫ ଓ ଭିଏଚଏଫ ସେଟ୍‌ସ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri