ମଧ୍ୟବିତ୍ତ ବାପା

ଅଂଶୁମାନ ଦାଶ

 

ଦେଶର ସ୍ବାଧୀନତା ସମୟ ୧୯୪୭ ବେଳକୁ ସରକାରୀ କାଗଜ ହିସାବରେ ସମାଜର ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। କ୍ଷୁଧା ପାଇଁ ଆହାର ଓ ଶରୀର ପାଇଁ ପୋଷାକ ଉପଲବ୍ଧ କରିପାରିବା ସେମାନଙ୍କ ନିତିଦିନର ଲକ୍ଷ୍ୟ ଥିଲା। ସେହି ଦଶନ୍ଧି ମଧ୍ୟରେ ଜନ୍ମ ହୋଇଥିବା ଅଧିକାଂଶ ଲୋକ ଗରିବ ପରିବାରର ସେହି ସଙ୍ଘର୍ଷ କାହାଣୀ ସହ ପରିଚିତ ଥିବା ସ୍ବାଭାବିକ୍‌। ସେହି ଗରିବ ପରିବାରରେ ଜନ୍ମ ହୋଇ ପ୍ରତିକୂଳ ପରିସ୍ଥିତିରେ ବଢି ଅନେକ ଲୋକ ସଫଳତାର ଶିଡି ଚଢ଼ି ଗରିବ ଶ୍ରେଣୀରୁ ମଧ୍ୟବିତ୍ତ ଶ୍ରେଣୀକୁ ପ୍ରବେଶ କରିପାରିଥିଲେ। ହେଲେ ସେମାନଙ୍କ ସଙ୍ଘର୍ଷ ସେଠାରେ ଶେଷ ହୋଇ ନ ଥିଲା। ବାପା ମା’ ଝିଅ ପୁଅ ବିଶିଷ୍ଟ ସାଧାରଣ ମଧ୍ୟବିତ୍ତ ପରିବାରର ନିରନ୍ତର ସଙ୍ଘର୍ଷ। ମଧ୍ୟବିତ୍ତ ବାପା ସରକାରୀ ଚାକିରି କରିଥିବାରୁ ନିଜ ଗାଁ ମାଟି ଛାଡି ସହରରୁ ମଧ୍ୟ ବହୁ ଦୂରରେ ଚାକିରି ଅଞ୍ଚଳରେ ପରିବାର ସହ ବାସ କଲେ। ମାସିକ ଦରମାରେ ନିଜ ମା’ବାପାଙ୍କ ଭଲମନ୍ଦ ବୁଝି ସ୍ତ୍ରୀ ପିଲାଛୁଆ ଓ ଘରର ଆବଶ୍ୟକ ପୂରଣ କଲା ବେଳକୁ ନିଅଣ୍ଟ। ସମୟ ଭଲ ନ ଥିଲେ ଅଯଥା ମେଡିକାଲ୍‌ ଖର୍ଚ୍ଚ ତା’ ସାଙ୍ଗକୁ ଡାକ୍ତର ପାଖରେ ଲମ୍ବା ଲାଇନ୍‌। ଡାକ୍ତର ଦେଖାଇବା ପାଇଁ ଶହେ କୋଷ ଦୂର ଗମନ କରି ସହର ମେଡିକାଲରେ ପହଞ୍ଚତ୍ଲା ବେଳକୁ ନମ୍ବର ସେଦିନ ପଡ଼ିବ କି ନାହିଁ ତାହା ମଧ୍ୟ ସନ୍ଦେହ। ସ୍କୁଟର ଦେହରେ ଲଗେଜ୍‌ ବାନ୍ଧି ଖରାଛୁଟିରେ ସ୍ତ୍ରୀ, ପୁଅଝିଅଙ୍କୁ ବସାଇ ଶହେ ମାଇଲ୍‌ ଦୂର ନିଜ ଗାଁକୁ ଚଲାଇ ନେବାରେ ଜଣେ ମଧ୍ୟବିିତ୍ତ ବାପା ହିଁ ସିଦ୍ଧହସ୍ତ। ଆଉ ବସ୍‌ରେ କେବେ ଗଲେ ସିଟ୍‌ ନ କାଟିବା ପାଇଁ ବାପା ପିଲାମାନଙ୍କୁ କୋଳରେ ବସେଇକି ନେଇଥାନ୍ତି। ବାପାଙ୍କ ଆର୍ଥିକ ସମସ୍ୟାର ଗୁରୁତ୍ୱକୁ ପିଲାମାନେ ବେଳେବେଳେ ହୃଦୟଙ୍ଗମ କରି ଅନେକ ଜିନିଷ ଯଥା ଜନ୍ମଦିନର ଉତ୍ସବ ହେଉ ବା ପ୍ଂଯାନ୍ସି ଜିନିଷ କିଛି ହେଉ ସେଥିପାଇଁ ନିଜ ଜିଦ୍‌କୁ ତ୍ୟାଗ କରିଦେଇଥାନ୍ତି। ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସ୍‌ ଯିବା ଆଉ ଫେରିବା ବାଟରେ ସଉଦା କିଣି ଘରେ ପହଞ୍ଚତ୍ବାର ରୁଟିନ୍‌ରେ ଦୀର୍ଘ ବର୍ଷ ଏପରି ପଳାଇଗଲା ଜଣାପଡିଲା ନାହିଁ। ଭଡ଼ାଘରେ ଅଧା ଜୀବନ ବିତାଇ ନିଜ ପାଇଁ ଜମି କିଣି ଘର ତିଆରି କଲାବେଳକୁ ଜୀବନର ଅପରାହ୍ନ ଅବନୀତ। ସମସାମୟିକ କିଛି ସହକର୍ମୀ ହୁଏତ କଳାଧନ ବଳରେ କିମ୍ବା ପାରିବାରିକ ସମ୍ଭ୍ରାନ୍ତଶ୍ରେଣୀ ଯୋଗୁ ବେଶ୍‌ ସୁରୁଖୁରୁରେ ସମୟ କାଟୁଥିବେ; ହେଲେ ସେମାନଙ୍କୁ ଉପେକ୍ଷା କରି ନିଜର ସଚ୍ଚୋଟତାରେ ଅତୁଟ ରହି ମଧ୍ୟବିିତ୍ତ ବର୍ଗରେ ମୁଣ୍ଡ ଉଚ୍ଚା କରି ଜାରି ରଖିଥିବା ସେହି ସଙ୍ଘର୍ଷ ପାଇଁ ମଧ୍ୟବିତ୍ତ ବାପା ମାନେ ଶ୍ରେୟ ଯୋଗ୍ୟ। ପାଦେପାଦେ ସହଧର୍ମିଣୀଙ୍କ ସହଯୋଗ ସମର୍ଥନ ନ ଥିଲେ ସଙ୍ଘର୍ଷ ବି ହୋଇଥାନ୍ତା ଅସମ୍ଭବ।
ଷାଠିଏ ଦଶକର ଗରିବ ବାପାର ସଙ୍ଘର୍ଷ ସହ ପରିଚିତ ଥିବା ଅଧିକାଂଶ ଲୋକଙ୍କ ଆଗାମୀ ପିଢ଼ି ନବେ ଦଶକର ମଧ୍ୟବିତ୍ତ ବାପାର ସଙ୍ଘର୍ଷର ଏହି ବାସ୍ତବ କାହାଣୀର ସାକ୍ଷୀ ହୋଇଥିବେ। ନବେ ଦଶକର ପିଲାମାନେ ବର୍ତ୍ତମାନ ଦେଶର ଆଗଧାଡ଼ିର ବୁଦ୍ଧିଜୀବୀ। ହେଲେ ଯେଉଁ ସାଧାରଣ ମଧ୍ୟବିତ୍ତ ବାପା ସେମାନଙ୍କ ସଫଳତାର ମାର୍ଗ ଗଠନ କରିଥିଲେ ସେହି ବାପା ଆଜି ଦୁଃସ୍ଥ ନିଷେଷିତ ନାହିଁ ତ। କେଉଁ ଏକ ଅଜଣା ସହରରେ ଅଚିହ୍ନା ବୃଦ୍ଧାଶ୍ରମର କୋଠରି ଭିତରେ ଏକାଏକା ସଙ୍ଘର୍ଷରତ ନାହାନ୍ତି ତ ! ବିକାଶ ଭିତରେ ଆମ ମାନସିକ ମୂଲ୍ୟବୋଧ ହ୍ରାସ ହୋଇଯାଇନି ତ ! ନବେ ଦଶକରେ ବାପାଙ୍କ ସହିତ ମେଳାରେ ବଉଳ ମୂଳରେ ମିଶିକି ତରଭୁଜ ଖାଇଥିଲେ, ବାଡି ବଗିଚାରେ ମିଶିକି ମାଟିକାମ କରିଥିଲେ, କେବେ ସେହି ଖୁସିଭରା ଛୋଟଛୋଟ ପୁରୁଣା ମୁହୂର୍ତ୍ତକୁ ବାପାଙ୍କ ସହ ମନେ ପକାଇଛେ ! ହେଲେ ସେହି ବାପା ବୃଦ୍ଧାଶ୍ରମ ଭିତରେ ଏକୁଟିଆ ସେହି ମୁହୂର୍ତ୍ତ ସବୁକୁ ମନେପକାଇ ଆଖି ଛଳଛଳ କରିଦେଉନାହିଁ ତ ! ବୃଦ୍ଧାଶ୍ରମରେ କାଳ କାଟୁଥିବା ସେହି ମଧ୍ୟବିତ୍ତ ବାପା ପିଲାମାନଙ୍କ ପ୍ରତି ନିଜର ପ୍ରତିପାଳନକୁ ମନେ ପକାଇ ନିନ୍ଦା କରୁ ନ ଥିବେ ତ ! ଚାକିରିର ପ୍ରକୃତି ଯୋଗୁଁ ବାପା ମା’ଙ୍କ ଘରଠାରୁ ଦୂରେଇ ଯିବାକୁ ପଡିଥାଏ। ହେଲେ କାର୍ଯ୍ୟବ୍ୟସ୍ତତା ବାହାନାରେ ମାନସିକତାରେ ମଧ୍ୟ ସେମାନଙ୍କଠାରୁ ଦୂରେଇଯିବା, ଏହା କ’ଣ ଗ୍ରହଣଯୋଗ୍ୟ।
ପୁରାଣ କଥାରେ ରାଜା ଯଯାତି ନିଜ ଶ୍ୱଶୁର ଋଷି ଶୁକ୍ରାଚାର୍ଯ୍ୟଙ୍କଠାରୁ ଦ୍ୱିତୀୟ ବିବାହ କରିଥିବାରୁ ଅଭିଶାପ ପ୍ରାପ୍ତ କରି ବୃଦ୍ଧ ପାଲଟି ଯାଇଥିଲେ। ନିଜର ଭୁଲ୍‌କୁ ସ୍ବୀକାର କରି କ୍ଷମା ପ୍ରାର୍ଥନା ସହ ଅଭିଶାପରୁ ମୁକ୍ତ ପାଇଁ ଋଷିଙ୍କ ନିକଟରେ ଦୟା ଭିକ୍ଷା କରିବାରୁ ମହର୍ଷି ଯୁବକ ହେବା ପାଇଁ ଅନ୍ୟ ଜଣକୁ ନିଜର ବାର୍ଦ୍ଧକ୍ୟ ପ୍ରଦାନ କରିବାକୁ ହେବ ବୋଲି ଜଣାଇଲେ। ଏହି ପ୍ରସ୍ତାବରେ ଯଯାତିଙ୍କ ପୁତ୍ର ପୁରୁ ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲେ ଏବଂ ପିତାଙ୍କ ବାର୍ଦ୍ଧକ୍ୟ ଗ୍ରହଣ କରିଥିଲେ। ପୁରାଣ କଥାରେ ଏହା ପିତାଙ୍କ ପ୍ରତି ଆଦର୍ଶ ପୁତ୍ରର ତ୍ୟାଗକୁ ଦର୍ଶାଇଥାଏ। ସଂସ୍କୃତରେ କୁହାଯାଇଛି, ‘ପଂଚାନ୍ୟୋ ମନୁଷ୍ୟେଣ ପରିଚୟା ପ୍ରୟତ୍ନତରୁ- ପିତାମାତାଗ୍ନିରାମତ୍ା ଚ ଗୁରୁଶ୍ଚ ଭରତର୍ଷଭ।‘ ଅର୍ଥାତ୍‌ ପିତା, ମାତା, ଅଗ୍ନି, ଆମତ୍ା ଓ ଗୁରୁ- ମନୁଷ୍ୟକୁ ଏହି ପାଞ୍ଚ ପ୍ରକାର ଅଗ୍ନିର ଯତ୍ନର ସହ ସେବା କରିବା ଉଚିତ୍‌। ୧୦୦ ଟଙ୍କା ମୂଳଧନକୁ ୧୫୦ ଟଙ୍କା କରିବା ପାଇଁ ୫୦%ର ଲାଭ କରିବାକୁ ହୋଇଥାଏ, ବଦଳରେ ମାତ୍ର ୩୩% କ୍ଷତିରେ ପୁନଶ୍ଚ ୧୫୦ ଟଙ୍କା ୧୦୦ ଟଙ୍କାକୁ ଖସିଆସେ। ସେହିପରି ଅଭ୍ୟାସ, କର୍ମ ଏବଂ ଗୁଣ। ଯେତିକି ପରିଶ୍ରମରେ ସୁଅଭ୍ୟାସ, ସୁକର୍ମ ଓ ସଦ୍‌ଗୁଣ ମଣିଷ ହାସଲ କରିଥାଏ ଏବଂ ତା’ର ସୁଫଳ ପାଇଥାଏ ତା’ ଠାରୁ ଢେର୍‌ କମ୍‌ ପରିମାଣର କୁକର୍ମ, ମନ୍ଦ ଅଭ୍ୟାସ ଓ ଦୁର୍ଗୁଣ ଅର୍ଜିଥିବା ସୁଫଳର ହାନି ଘଟାଇବା ସହ ଜୀବନର ହାନି ଘଟାଇଥାଏ। ସେହିପରି ମାତାପିତାଙ୍କୁ ଅଣଦେଖା କଲେ ଅର୍ଜିଥିବା ସୁଫଳର ଭାଗଶେଷ ଶୂନ୍ୟ ହୋଇଯାଇଥାଏ। ତେବେ ନିଜ ସମୟରୁ ସାମାନ୍ୟ କିଛି ବି ପିତାମାତାଙ୍କ ପାଇଁ ଉପଚୟ କଲେ ସେମାନଙ୍କୁ ସେମାନଙ୍କ ସଙ୍ଘର୍ଷର ପୁରସ୍କାର ଓ ସ୍ନେହର ମୂଲ୍ୟ ପ୍ରାପ୍ତ ହେବା ସହ ନିଜକୁ ଜୀବନର ବହୁ ମୂଲ୍ୟବାନ ଜ୍ଞାନ ତଥା ଆଶୀର୍ବାଦ ପ୍ରାପ୍ତ ହେବ।
ଶିଶୁପାଳଗଡ଼, ଭୁବନେଶ୍ୱର
ମୋ-୯୪୩୭୫୬୫୩୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri