ଆଜି ଏସ୍‌ଆଇଟିର ପ୍ରଥମ ବୈଠକ

ଭୁବନେଶ୍ୱର(ବ୍ୟୁରୋ)/ ଆଠଗଡ଼(ସ୍ବ.ପ୍ର.),୨୧ା୬:ଆଠଗଡ଼ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଜବତ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗତ ୧୬ ତାରିଖରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲେ। ତେବେ ଏସ୍‌ଆଇଟିର ପ୍ରଥମ ବୈଠକ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟ ଅରଣ୍ୟ ଭବନଠାରେ ଅନୁଷ୍ଠିତ ହେବ। ସିସିଏଫ୍‌ ମନୋଜ ନାୟାରଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍‌ଆଇଟିରେ ଦୁଇଜଣ ବନ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପି ର଼୍ୟାଙ୍କର ଅଧିକାରୀ ସାମିଲ ଅଛନ୍ତି। ମାସକ ଭିତରେ ଏସ୍‌ଆଇଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିବାରୁ ବୈଠକରେ ତଦନ୍ତର ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ପର୍ଦ୍ଦାଫାଶ କରିଥିବାରୁ ତଦନ୍ତ ଦାୟିତ୍ୱରେ ଥିବା ଏସ୍‌ଟିଏଫ୍‌ ଡିଏସ୍‌ପି ଦିଲ୍ଲୀପ କୁମାର ସାହୁଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରଥମେ ୨ଟି ଦନ୍ତାହାତୀ କଙ୍କାଳ ମିଳିବା ଘଟଣାର ଖୋଳତାଡ଼ ଚାଲିଥିବାବେଳେ ୧୪ ତାରିଖ ରାତିରେ ଆଉଏକ ଦନ୍ତାହାତୀର କଙ୍କାଳ ମିଳିଥିଲା। ଏସ୍‌ଆଇଟି ଏହି ତୃତୀୟ ଘଟଣାକୁ ତଦନ୍ତ ପରିସରଭୁକ୍ତ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ସେହିଭଳି ହାତୀ ମୃତ୍ୟୁ ଘଟଣାକୁ ନେଇ ଆଠଗଡ଼ ବନ ଖଣ୍ଡ ସହ ରାଜ୍ୟ ବନ ବିଭାଗ ବିବାଦ ମୁଣ୍ଡାଇଛି। ବହୁ ବିଳମ୍ବରେ ପଦକ୍ଷେପ ଆରମ୍ଭ ହୋଇଥିଲେ ମଧ୍ୟ ବଡ଼ ଅଫିସରଙ୍କୁ ଖସାଇବାକୁ ଷଡ଼ଯନ୍ତ୍ର ଚାଲିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ତେଣୁ ବୈଠକରେ ଏପରି ବଡ଼ ପଦକ୍ଷେପ ନେଇ କିଛି ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ୩ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ୬ଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ୭ଜଣଙ୍କୁ ଗିରଫ କରାଯାଇଛି। ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୋମବାର ସୂଚନା ଦିଆଯାଇଛି। ଏଥିସହ ବନ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମିଳିଥିବା ସମସ୍ତ ହାତୀ କଙ୍କାଳର ନମୁନା ପରୀକ୍ଷା ପାଇଁ ଓୟୁଏଟିକୁ ଅଣାଯାଇଛି। ନମୁନାରେ ହାଡ଼, ମାଂସ, ବୋନ୍‌ ମ୍ୟାରୋ ରହିଛି। ନମୂନା ପରୀକ୍ଷାରେ ମୁଖ୍ୟତଃ ତିନୋଟି ଦିଗକୁ ଗୁରତ୍ୱ ଦିଆଯିବ। ରୋଗ କିଛି ହୋଇଥିଲା କି ନାହିଁ, ବିଷକ୍ରିୟା ହୋଇଥିଲା କି ନାହିଁ ଏବଂ କେବେ ହାତୀର ମୃତ୍ୟୁ ଘଟିଥିଲା। ସମସ୍ତ ପରୀକ୍ଷା ପରେ ଏବସୁ ଜଣାପଡ଼ିବ ବୋଲି ଓୟୁଏଟି ଅଧୀନରେ ଥିବା ସେଣ୍ଟର ଫର ଓ୍ବାଇଲ୍ଡଲାଇଫ୍‌ ହେଲ୍‌ଥ ଇନ୍‌ଚାର୍ଜ ଡା. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି।
ସେପଟେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୩ଜଣ ଶିକାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାମଚନ୍ଦ୍ର ଗ୍ରାମର ସୂର୍ଯ୍ୟମଣି ନାୟକ(୪୨), ନୂଆଭୁଇଁ ଗ୍ରାମର ଗଙ୍ଗାଧର ନାୟକ(୬୨) ଓ ଅନନ୍ତ ପ୍ରସାଦ ଗ୍ରାମର ଦିବାକର ସାହୁ। ବନ ବିଭାଗ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଅଭିଯୁକ୍ତଙ୍କଠାରୁ ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ଏକ ହାତ ତିଆରି ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ଏବେବି ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ବିଭାଗ ତରଫରୁ ପୋଲିସର ସହାୟତା ନିଆଯାଇଛି ବୋଲି ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମାସକ ଭିତରେ ୩ ହାତୀ କଙ୍କାଳ ଉଦ୍ଧାର ହେବା ଓ ଗୋଟିଏ ଗୁଳିବଦ୍ଧ ହାତୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ଆଠଗଡ଼ ବନଖଣ୍ଡର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ସନ୍ଦେହ ଘେରକୁ ଆସିଥିଲା। କେନ୍ଦ୍ର ସରକାର ଏହା ଜାଣିବା ପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri