ଚଟାଣରେ ଗଡୁଛନ୍ତି ପ୍ରସୂତି, ନବଜାତକ

ସୋନପୁର,୧୩।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାରେ ଶଯ୍ୟା ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚିକିତ୍ସା ପାଇଁ ଆସୁଥିବ)। ରୋଗୀ ଓ ସମ୍ପର୍କିୟ ମାନେ ଅସୁବିଧା ଭୋଗୁଛନ୍ତି। ସାଧାରଣ ରୋଗୀଙ୍କ ସମେତ ପ୍ରସୂତୀ ଓ ନବଜାତକଙ୍କୁ ଡାକ୍ତରଖାନା ବାରଣ୍ଡାରେ ରଖାଯାଉଛି। ପ୍ରବଳ ଗ୍ରୀଷ୍ମ ସମୟରେ ରୋଗୀ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛି। ସେମାନଙ୍କ ପାଇଁ କୁଲରଟିଏ ମଧ୍ୟ ବ୍ୟବସ୍ଥା ହୋଇପାରିନି। ଏହି ଦୃଶ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାକୁ ପଦାରେ ପକାଇ ଦେଇଛି।
୧୯୯୩ ଅପ୍ରେଲ ୧ରେ ସୁବର୍ଣ୍ଣପୁର ନୂତନ ଜିଲା ହେଲା। ସେହିକ୍ରମରେ ସୋନପୁର ଉପଖଣ୍ଡ ଡାକ୍ତରଖାନା ଜିଲା ମୁଖ୍ୟ ଡାକ୍ତରଖାନାର ମାନ୍ୟତା ପାଇଲା। କିନ୍ତୁ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ବୃଦ୍ଧି ହେଲାନି। ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାର ମୋଟ ଶଯ୍ୟା ସଂଖ୍ୟା ଏବେ ବି ୧୨୦ ରହିଛି। ଏହି ଡାକ୍ତରଖାନା ଉପରେ ସୁବର୍ଣ୍ଣପୁର ଓ ପଡୋଶୀ ବୌଦ୍ଧ ଜିଲାର ଲକ୍ଷାଧିକ ଜନସାଧାରଣ ନିର୍ଭର କରନ୍ତି। ପ୍ରତ୍ୟେହ ୫୦ରୁ ଊର୍ଦ୍ଧ୍ୱ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଏଠାରେ ୩ଜଣ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ଅଛନ୍ତି । କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମାତ୍ର ୨୪ଟି ସରକାରୀ ମଞ୍ଜୁରୀ ପ୍ରାପ୍ତ ଶଯ୍ୟା ରହିଛି। ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ଡାକ୍ତରଖାନାରେ ଏକ ଉପଯୁକ୍ତ ସ୍ବାସ୍ଥ୍ୟକର ପରିବେଶରେ ନିଜର ଶିଶୁଙ୍କୁ ଜନ୍ମ ଦେବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସୁରକ୍ଷିତ ପ୍ରସବକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରୀ ଡାକ୍ତରଖାନା ଗୁଡିକରେ ପ୍ରସବ କରୁଥିବା ପ୍ରସୂତୀ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଫଳରେ ପୂର୍ବାପେକ୍ଷା ବର୍ତ୍ତମାନ ଡାକ୍ତରଖାନାକୁ ଅଧିକ ଗର୍ଭବତୀ ପ୍ରସବ ପାଇଁ ଆସୁଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନାରେ ଜିଲା ସଦର ମହକୁମାର ଝୁପୁଡିପଡାରେ ୩୨ କୋଟି ଟଙ୍କା ବ୍ୟୟରେ ୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ ସରିଛି। କିନ୍ତୁ ଜିଲା ପ୍ରଶାସନ ତାହାକୁ କାର୍ଯ୍ୟକ୍ଷମ କରୁନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗରେ ମାନବ ସମ୍ବଳ ନଥିବା ଦର୍ଶାଇ ସ୍ବାସ୍ଥ୍ୟକେନ୍ଦ୍ରକୁ କର୍ତ୍ତୃପକ୍ଷ କାର୍ଯ୍ୟକ୍ଷମ କରାଉ ନାହାନ୍ତି। ଅନ୍ୟପକ୍ଷେ ଆବଶ୍ୟକ ଶଯ୍ୟା ଅଭାବରୁ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିିତ ହେଉଥିବା ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସିତ ହେବାକୁ ପଡୁଛି। ଏକାଧିକ ପ୍ରସୂତୀ ବାରଣ୍ଡାରେ ନିଜ ନବଜାତକଙ୍କୁ ଧରି ପଡି ରହୁଛନ୍ତି। ସେହି ବାରଣ୍ଡା ଦେଇ ପ୍ରତ୍ୟହ ଶତାଧିକ ରୋଗୀ, ସୁଇପର, ସମ୍ପର୍କିୟ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଜୋତା ପିନ୍ଧି ଡାକ୍ତରଖାନାର ଅର୍ନ୍ତବିଭାଗକୁ ଯାତାୟତ କରୁଛନ୍ତି। ତେଣୁ ସଂକ୍ରମଣର ଭୟ ରହୁଛି । ଏ ସମ୍ପର୍କରେ ସୋନପୁର ବ୍ଲକ ସାନଝିଙ୍କି ଗ୍ରାମର ପାର୍ବତୀ ଆଡଜୁଆଡି(୬୦) କୁହନ୍ତି, ଝାଡା ହେବାରୁ ସେ ଡାକ୍ତରଖାନା ଆସିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଛନ୍ତି। ତେବେ ଶଯ୍ୟା ଅଭାବରୁ ଚିକିତ୍ସା ପାଇଁ ସେ ଚଟାଣରେ ଶୋଇ ରହିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଉଲୁଣ୍ଡା ବ୍ଲକ ବଲାଡି ଗ୍ରାମର ନିରଞ୍ଜନ ସାହୁ(୫୩) ଓ ବୀରମହାରାଜପୁର ବ୍ଲକ ଗଉଡଗାଡ ଗ୍ରାମର ଗାହିଁଣା ପ୍ରଧାନ(୫୦) ବାରଣ୍ଡାରେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। କିଛି ପ୍ରସୂତୀ ମହିଳା ଶଯ୍ୟା ଅଭାବରୁ ନିଜର ନବଜାତକଙ୍କ ସହ ବାରଣ୍ଡାରେ ଗଡୁଥିବା ଦେଖିବାକୁ ମିଳିଛି। ଅସହ୍ୟ ଗରମ ହେଉଛି । ତେଣୁ ସରକାର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ରୋଗୀ ଓ ପରିଜନ ମାନେ ଅନୁରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ ସାହୁଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ କହିଥିଲେ ଶଯ୍ୟାର ଅଭାବ ରହିଛି। ଆମେ ଅଧିକ ୧୫ଟି ଶଯ୍ୟା ପକାଇଛୁ, ମାତ୍ର ତାହା ଯଥେଷ୍ଟ ହେଉନି। ସ୍ବାଭାବିକ ପ୍ରସବ ହେଉ ବା ଅସ୍ତ୍ରୋପଚାର ପ୍ରସବ ହେଉ ଉଭୟ ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ୟୁନ ୪୮ଘଣ୍ଟା ରହିବା ବାଧ୍ୟତାମୂଳକ। ତେଣୁ ପ୍ରସୂତୀ ଓ ନବଜାତକଙ୍କୁ ବାରଣ୍ଡାରେ ରଖିବାକୁ ପଡୁଛି । ନୂତନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri