Posted inଜାତୀୟ

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ ଜଣେ ପୂର୍ବତନ ବ୍ୟବସାୟିକ ସହଯୋଗୀ ମହାମାରୀ ମୁକାବିଲା ସମ୍ପର୍କିତ ସାମଗ୍ରୀର ସର୍ବାଧିକ ଲୋଭନୀୟ ଅର୍ଡର ପାଇଥିଲେ। ବିଶ୍ୱଶର୍ମାଙ୍କ ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟବସାୟୀ ଘନଶ୍ୟାମ ଧନୁକାଙ୍କ କମ୍ପାନୀ ଏବଂ ରିଙ୍କିଙ୍କ ମାଲିକାନାରେ ଥିବା ଜେସିବି ଇଣ୍ଡଷ୍ଟ୍ରିଜ୍‌କୁ ରାଜ୍ୟର ଭାଜପା ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ ବୋଲି ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ଏନ୍‌ଏଚ୍‌ଏମ୍‌ରୁ ମିଳିଥିବା ଆର୍‌ଟିଆଇ ତଥ୍ୟାନୁସାରେ ୨୦୨୦ ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯିବା ପରେ ଗୁଆହାଟୀ ବ୍ୟବସାୟୀ ରାଜୀବ ବୋରା ପିପିଇ କିଟ୍ସ ଯୋଗାଇବା ପାଇଁ ଆସାମ ସରକାରଙ୍କଠାରୁ ସବୁଠୁ ବଡ଼ କଣ୍ଟ୍ରାକ୍ଟ ପାଇଥିଲେ। ଅର୍ଡର ଆନେକ୍ସଚର୍‌ ଅନୁସାରେ ଏଜିଲ୍‌ ଆସୋସିଏଟ୍ସ ସେହି ବର୍ଷ ଏପ୍ରିଲ ୧୦ରେ ଏନ୍‌ଏଚ୍‌ଏମ୍‌କୁ ୧୦,୦୦୦ ପିପିଇ କିଟ୍ସ ଯୋଗାଇ ଦେଇଥିଲା।
ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ସ୍ବାସ୍ଥ୍ୟ ବିଭାଗ ପ୍ରକୃତ ମୂଲ୍ୟଠାରୁ ଅଧିକ ୯୯୦ ଟଙ୍କାରେ ପିପିଇ କିଟ୍ସ ମଗାଇଥିଲେ। ବିଶ୍ୱଶର୍ମାଙ୍କ ସ୍ତ୍ରୀଙ୍କ ମାଲିକାନାରେ ଥିବା ଜେସିବି ଇଣ୍ଡଷ୍ଟ୍ରିଜ୍‌ ଏବଂ ତାଙ୍କ ପରିବାରର ବ୍ୟବସାୟିକ ସହଯୋଗୀ ଘନଶ୍ୟାମ ଧାନୁକାଙ୍କ ମିଡ୍‌ଟାଇମ୍‌ ହେଲ୍‌ଥକେୟାର ଏହି ଅର୍ଡର ପାଇଥିଲେ, ଯେତେବେଳେ କି ଏନ୍‌ଏଚ୍‌ଏମ୍‌କୁ ଅନ୍ୟ ଏକ କମ୍ପାନୀ ମାତ୍ର ୬୦୦ ଟଙ୍କାରେ ପିପିଇ କିଟ୍ସ ଯୋଗାଇଥିଲା। ରିପୋର୍ଟ ଅନୁଯାୟୀ ଏଜିଲ୍‌ ଆସୋସିଏଟ୍ସକୁ କିଟ୍ସ ପିଛା ୨,୨୦୫ ଟଙ୍କାରେ ଅର୍ଡର କରାଯାଇଥିଲା। କିନ୍ତୁ ଓ୍ବାର୍କ ଅର୍ଡରରେ ଏହାର ମୂଲ୍ୟ ୨,୨୦୦ ଟଙ୍କା ବୋଲି ଉଲ୍ଲେଖ ରହିଛି। ଏଜିଲ୍‌ ଆସୋସିଏଟ୍ସ ମାଲିକ ରାଜୀବ ବୋରା ବର୍ତ୍ତମାନ ଡିଜିଟେକ୍‌ ମିଡିଆ ଆଣ୍ଡ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଅଛନ୍ତି। ୨୦୦୯ ମସିହା ପର୍ଯ୍ୟନ୍ତ ରିଙ୍କି ଏବଂ ରାଜୀବଙ୍କ ସ୍ତ୍ରୀ ଅଞ୍ଜନା ବୋରା ଏହି କମ୍ପାନୀର ପ୍ରତିଷ୍ଠାତା ସହନିର୍ଦ୍ଦେଶିକା ଥିଲେ। ୨୦୦୯ରେ ରିଙ୍କି କମ୍ପାନୀ ଛାଡ଼ିବା ପରେ ରାଜୀବ ଓ ତାଙ୍କ ସ୍ତ୍ରୀ ଏହାର ନିର୍ଦ୍ଦେଶକ ହୋଇଥିବା କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟର ଦସ୍ତାବିଜରୁ ଜଣାପଡ଼ିଛି।
କୋଲକାତାରେ ରହୁଥିବା ଡିଜିଟେକ୍‌ର କେତେଜଣ ନିବେଶକଙ୍କ ପରିଚୟ ଆର୍‌ବିଏସ୍‌ ରିଟେଲର୍ସ (ବର୍ତ୍ତମାନ ବଶିଷ୍ଠ ରିଟେଲର୍ସ) ସହ ରହିଛି। ହିମନ୍ତଙ୍କ ପୁଅ ନନ୍ଦିଲ ବିଶ୍ୱଶର୍ମା ଏହି ରିଟେଲର୍ସ ସଂସ୍ଥାର ଜଣେ ବଡ଼ ଅଂଶୀଦାର ହୋଇଥିବାବେଳେ ଘନଶ୍ୟାମଙ୍କ ବାପା ଅଶୋକ ଧାନୁକା ଏହାର ନିର୍ଦ୍ଦେଶକ ଅଛନ୍ତି। ଡିଜିଟେକ୍‌ର ନିବେଶକମାନେ ପଦ୍ମାବତୀ ଟ୍ରେଡର୍ସ (ଇଣ୍ଡିଆ) ପ୍ରା.ଲିଃ.ରେ ସେମାନଙ୍କ ପୁଞ୍ଜି ଖଟାଇଥିବା ମନେକରାଯାଉଛି। ଏହି କମ୍ପାନୀରେ ଧାନୁକା ବାପପୁଅ ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଓ ବାପା ସ୍ବର୍ଗତ କୈଳାସ ନାଥଶର୍ମା କମ୍ପାନୀର ଡାଇରେକ୍ଟର ଥିଲେ।

୧ ଟଙ୍କା ବି ନେଇନି: ରିଙ୍କି ଭୂୟାଁଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର ସହ ଜଡ଼ିତ ୩ଟି କମ୍ପାନୀକୁ କୋଭିଡ୍‌-୧୯ ମହାମାରୀ ବେଳେ ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣ ଯୋଗାଣ ପାଇଁ ଅର୍ଡର ଦିଆଯାଇଥିବା ବିଷୟକୁ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁାଶର୍ମା ଖଣ୍ଡନ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଅଣାଯାଇଥିବା ଅଭିଯୋଗ ଉପରେ ଖବରଦାତାମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ରିଙ୍କି କହିଥିଲେ, ଏହା ଏକ ଭିତ୍ତିହୀନ ଖବର। ୨୦୨୦ ମାର୍ଚ୍ଚରେ ମହାମାରୀ ଆସିବାବେଳେ ଆସାମରେ ଗୋଟିଏ ହେଲେ ପିପିଇ କିଟ୍ସ ନ ଥିଲା। ସେ ବ୍ୟକ୍ତିଗତ ଭାବେ କେତେକ ବ୍ୟବସାୟିକ ସଂସ୍ଥାକୁ ଯାଇ ପ୍ରାୟ ୧୫୦୦ ପିପିଇ କିଟ୍ସ ଏନ୍‌ଏଚ୍‌ଏମ୍‌-ଆସାମକୁ ଯୋଗାଣ କରାଇଥିଲେ। ତେବେ ସେ ଏଥିରୁ ୧ ଟଙ୍କା ବି ଲାଭ ନେଇନାହାନ୍ତି ବୋଲି ରିଙ୍କି କହିଛନ୍ତି।

ସିବିଆଇ ତଦନ୍ତ ଦାବିକଲେ ବିରୋଧୀ

ପିପିଇ କିଟ୍ସ ଏବଂ ହ୍ୟାଣ୍ଡ ସାନିଟାଇଜର କିଣା ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ, ରାଇଜୋର ଦଳ ଏବଂ ଆସାମ ଜାତୀୟ ପରିଷଦ ସିବିଆଇ ତଦନ୍ତ ଦାବି କରିଛନ୍ତି। ଆସାମ କଂଗ୍ରେସ ସଭାପତି ଭୂପେନ୍‌ କୁମାର ବୋରା କହିଛନ୍ତି, ଆସାମର ଜନତା ଲକ୍‌ଡାଉନ୍‌ ବେଳେ ଦୁର୍ଦ୍ଦଶା ଭୋଗୁଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ତାଙ୍କ ପରିବାର ପିପିଇ କିଟ୍ସ ବ୍ୟବସାୟ ଚଳାଇଥିଲେ। ବଜାର ଦରଠାରୁ ୬୫% ଅଧିକ ମୂଲ୍ୟରେ ଅର୍ଡର ଦିଆଯାଇଥିଲା। ଏହି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ। ସେହିପରି ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ବିଶ୍ୱଶର୍ମାଙ୍କ ସାହସ ଥିଲେ ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ ବୋଲି କହିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତାମାନେ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ ଦାବିରେ ଗୁଆହାଟୀରେ ପିପିଇ କିଟ୍ସ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NEET ପେପର ଲିକ, ୨୪ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ, ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୫: ନିଟ୍‌ ପେପର ଲିକ ହେବାର ଦାବିରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ...

ପୁଣି ବିବାଦରେ ରାହୁଲ ଗାନ୍ଧୀ, କୁଳପତି-ଶିକ୍ଷାବିତମାନେ ଲେଖିଲେ ଖୋଲା ଚିଠି

ନୂଆଦିଲ୍ଲୀ,୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ନିକଟରେ ରାହୁଲ ବିଶ୍ୱବିଦ୍ୟାଳୟର ମୁଖ୍ୟ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ।...

କୋର୍ଟଙ୍କ କାମ ଟେପ ରେକର୍ଡର ପରି ନୁହେଁ, ସାକ୍ଷୀ ଶତ୍ରୁତା କଲେ କ’ଣ କରିବେ କହିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟ କହିଛନ୍ତି ଯେ ଶୁଣାଣି ସମୟରେ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ କୋର୍ଟ କେବଳ ଟେପ ରେକର୍ଡର ଭଳି କାର୍ଯ୍ୟ କରିବା ଉଚିତ...

ଯିଏ ମୋଦିଙ୍କ ସହ ଠିଆ ହୋଇ ନାହିଁ, ସେ ଦେଶଦ୍ରୋହୀ, ଚନ୍ନିଙ୍କ ବୟାନକୁ ନେଇ କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ,୬।୫: ଭାଜପା ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କହିଛନ୍ତି ଏହା ଧର୍ମଯୁଦ୍ଧ, ଯିଏ ରାମଙ୍କର ହୋଇ ପାରିଲେ ନାହିଁ ସେ ଦେଶର ହୋଇପାରିବେ ନାହିଁ। ସମ୍ଭଲର...

କେ. କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି, କୋର୍ଟ ଖାରଜ କଲେ ଇଡି-ସିବିଆଇ ମାମଲାର ଜାମିନ ଆବେଦନ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତା ଗିରଫ ହୋଇଛନ୍ତି। ସୋମବାର (୬ ମେ ୨୦୨୪) ରେ...

ସୁପ୍ରିମକୋର୍ଟ ପହଞ୍ଚିଲେ ହେମନ୍ତ ସୋରେନ

ରାଞ୍ଚି,୬।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ କରିଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ...

ଆମେଠିରେ ରାହୁଲ-ପ୍ରିୟଙ୍କା ନିର୍ବାଚନ ନ ଲଢିବାକୁ ନେଇ କ’ଣ କହିଲେ ମାନେକା

ନୂଆଦିଲ୍ଲୀ,୬।୫: ମାନେକା ଗାନ୍ଧୀ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ...

ଦିଲ୍ଲୀ ପରେ ଏବେ ଅହମଦାବାଦରେ ଭୟର ବାତାବରଣ, ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri