ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ହେଲେ କେଉଁ ଦଳ ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୨୦୨୨ର ଅନ୍ତିମ ମ୍ୟାଚ ଅର୍ଥାତ୍‌ ଫାଇନାଲ୍‌ ଆଜି ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟ କ୍ୱାଲିଫାୟର ୧ରେ ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ଏଲିମିନେଟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରି ଫାଇନାଲ ଟିକେଟ କାଟିଛି। ଗୁଜରାଟ ଆଇପିଏଲର ଏହି ସିଜନରେ ଡେବ୍ୟୁ କରିଥିବାବେଳେ ଟୁର୍ଣ୍ଣାମେଣ୍ଟ ଇତିହାସରେ ରାଜସ୍ଥାନ ପ୍ରଥମ ବିଜେତା ରହିଛି
ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚକୁ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି ଯେ ଯଦି ଆଜିର ମ୍ୟାଚରେ ବର୍ଷା ଆସେ, ତେବେ ଗୁଜରାଟ ଏବଂ ରାଜସ୍ଥାନ ମଧ୍ୟରେ କେଉଁ ଦଳ ବିଜେତା ହେବ।
ଫାଇନାଲ୍‌ ମ୍ୟାଚ ରାତି ୮ଟାରେ ଖେଳାଯିବ। ଖରାପ ପାଗ ହେତୁ ଯଦି ମ୍ୟାଚ ଆରମ୍ଭରେ ବିଳମ୍ବ ହୁଏ, ତେବେ ମ୍ୟାଚ ରାତି ୧୦.୧୦ରୁ ଆରମ୍ଭ ହେବ। ବିଶେଷ କଥା ହେଉଛି ଦୁଇ ଘଣ୍ଟା ବିଳମ୍ବ ସହ ମ୍ୟାଚ ଆରମ୍ଭ ହେବା ପରେ ମଧ୍ୟ ଓଭର କଟିବ ନାହିଁ। ଯଦି କୌଣସି କାରଣରୁ ଫାଇନାଲ ମ୍ୟାଚ ୫-୫ ଓଭରର ହେବ। ଅନ୍ୟପକ୍ଷରେ, ଯଦି ଫାଇନାଲ ଦିନ ଖରାପ ପାଗ ହେତୁ ଗୋଟିଏ ବଲ୍‌ ବୋଲିଂ କରାଯାଇ ନ ପାରେ, ତେବେ ଏଥିପାଇଁ ଏକ ରିଜର୍ଭ ଦିନ ରଖାଯାଇଛି ।
ନୂତନ ନିୟମ ଅନୁଯାୟୀ, ଯଦି ବର୍ଷା ହେତୁ ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ ମଧ୍ୟଭାଗରେ ବନ୍ଦ ହେବାକୁ ପଡେ, ତା’ହେଲେ ପରଦିନ ରିଜର୍ଭ ଡେରେ ଯେଉଁଠାରୁ ଖେଳ ବନ୍ଦ ହୋଇଯାଇଥିଲା ସେଠାରୁ ଆରମ୍ଭ ହେବ। ଯଦି ଟସ ପରେ ଖେଳ ବନ୍ଦ ହୋଇଯାଏ ଏବଂ କୌଣସି ବଲ ବୋଲିଂ କରାଯାଇ ନ ଥାଏ, ତେବେ ରିଜର୍ଭ ଦିନରେ ଟସ୍‌ ପୁନର୍ବାର ଅନୁଷ୍ଠିତ ହେବ। ଏଥି ସହିତ, ରିଜର୍ଭ ଦିନରେ ମଧ୍ୟ ଯଦି ବର୍ଷା ହେତୁ ଖେଳ ବାଧାପ୍ରାପ୍ତ ହୁଏ, ତେବେ ସୁପର ଓଭର ବ୍ୟବହାର ହେବ ଏବଂ ବର୍ଷା ହେତୁ ସୁପର ଓଭର ସମ୍ଭବ ନୁହେଁ, ତେବେ ପଏଣ୍ଟ ଟେବୁଲରେ ଅଗ୍ରଣୀ ଦଳ ଚାମ୍ପିଅନ ହେବେ। ଗୁଜରାଟ ଟାଇଟାନ୍ସ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ଥିବାବେଳେ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri