ବିପଦ ଜଳ ଜଳ, ବଦଳାଯାଉନି

ବଅଁରପାଳ,୨୬।୫ (ଡି.ଏନ.ଏ.): କେଉଁଠି ବିଦ୍ୟୁତ୍‌ ଖୁଣ୍ଟର ମୂଳ ନଷ୍ଟ ହୋଇଗଲାଣି ତ ଆଉ କେଉଁଠି ଖୁଣ୍ଟ ବାଙ୍କି ଗଲାଣି। ଅନେକ ସ୍ଥାନରେ ନିର୍ଦ୍ଧାରିତ ଉଚ୍ଚତାଠାରୁ ତଳକୁ ଓହଳି ରହିଛି ଏଲ୍‌ଟି ଲାଇନ ତାର। ସାମାନ୍ୟ ବର୍ଷା ପବନ ହେଲେ ବାରମ୍ବାର ଛିଣ୍ଡିଯାଉଛି ତାର। ଦୀର୍ଘବର୍ଷ ହେଲା ଏପରି ଦଦରା ଭିତ୍ତିଭୂମିରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଚାଲିଛି ବିଦ୍ୟୁତ୍‌ ସେବା। ଫଳରେ ଦୈନିକ ଏକାଧିକ ଥର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଘଣ୍ଟା ଘଣ୍ଟା ଧରି ପାଓ୍ବାର କାଟିଦିଆଯାଉଛି। ଗତ କିଛିଦିନ ହେଲା ଏପରି ଅଘୋଷିତ ବିଦ୍ୟୁତ୍‌ କାଟ ଜାରି ରହିଥିବାରୁ ବଅଁରପାଳର ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅନେକ ସମୟରେ ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ସକାଳୁ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ବାହାରକୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଏପରି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କ ସମସ୍ୟାକୁ ଅଧିକ ବଢ଼ାଇ ଦେଉଛି। କେହି ଅଭିଯୋଗ କଲେ କେତେବେଳେ ଗଛକଟା ଯାଉଛି ତ ପୁଣି କେବେ ମେଣ୍ଟେନାନ୍ସ ଚାଲିଥିବା କହି ବିଭାଗ ପକ୍ଷରୁ ବୁଝାଇ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କିପରି ମେଣ୍ଟେନାନ୍ସ କରାଯାଉଛି, ତାହାର ଉଦାହରଣ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଖୋଦ୍‌ ନାଲ୍‌କୋ ମେନ୍‌ଗେଟ୍‌ ନିକଟ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ବାଙ୍କିଯାଇ ବିପଦସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ତାହାକୁ ବଦଳାଯାଉ ନାହିଁ। କେବଳ ଏହି ଗୋଟିଏ ଖୁଣ୍ଟ ନୁହେଁ, ଏପରି ଶତାଧିକ ସ୍ଥାନରେ ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ତଥାପି ବର୍ଷ ପରେ ବର୍ଷ ବିତୁଥିଲେ ବି ସେସବୁ ଖୁଣ୍ଟ ଓ ତାର ବଦଳାଯାଉ ନାହିଁ କି ଏହି ଜରୁରୀ ସେବାର ଉନ୍ନତୀକରଣ କରାଯାଉ ନାହିଁ। ବିଲ୍‌ ଆଦାୟ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଯେପରି ତତ୍ପରତା ଦେଖାଉଛନ୍ତି, ତାହା ସେବା କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ବରଂ ତାର ଛିଣ୍ଡିଗଲେ ତାହାକୁ ଯୋଡ଼ି କାମ ଚଳାଇ ନିଆଯାଉଛି। ଦୀର୍ଘଦିନ ଧରି ଏପରି ଅବ୍ୟବସ୍ଥା ଯୋଗୁ ବଅଁରପାଳ, ନୂଆହତା, ବୁଢ଼ାପଙ୍କ, ଗଡସନ୍ତ୍ରୀ, ଖଳିବେରେଣା, କଲଣ୍ଡାପାଳ, ଗୋତମରା, ଶାଳଗାଡିୟା, ତଳମୂଳ, ମହୀଧରପୁର, କୁଲାଡ଼, ଗିରାଙ୍ଗ, ନାଲ୍‌କୋ ଓ ବଳରାମପ୍ରସାଦ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ବାରମ୍ବାର ଦେଖାଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଉପଭୋକ୍ତା ହଇରାଣ ହେଉଛନ୍ତି
ବଅଁରପାଳରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ଘଣ୍ଟା ଘଣ୍ଟା ଧରି ଲାଇନ ରହୁ ନ ଥିବାରୁ ସହସ୍ରାଧିକ ଉପଭୋକ୍ତା ହଇରାଣ ହେଉଛନ୍ତି।ପୁରୁଣା ଖୁଣ୍ଟ ଓ ତାର ବଦଳାଯାଉ ନାହିଁ।
-ଊଷାରାଣୀ ସ୍ବାଇଁ, କୁଲାଡ଼ ସରପଞ୍ଚ

ଦୁର୍ବଳ ଭିତ୍ତିଭୂମି ଦାୟୀ
ବହୁ ସ୍ଥାନରେ ପୁରୁଣା ତାର ଅତି ତଳକୁ ଓହଳି ରହିଛି। କେତେକ ସ୍ଥାନରେ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ତାହାକୁ ବଦଳାଯାଉ ନାହିଁ। ଏପରି ଦୁର୍ବଳ ଭିତ୍ତିଭୂମି ବିଦ୍ୟୁତ୍‌ ବିଭ୍ରାଟର ପ୍ରମୁଖ କାରଣ।
– ପ୍ରଭାସ ସାମଲ, ଗିରାଙ୍ଗ

ଅତିଷ୍ଠ ହୋଇପଡ଼ିଲୁଣି
ଟାଣ ଖରାକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ବାରମ୍ବାର ବିଦ୍ୟୁତ୍‌କାଟ ବଡ଼ ସମସ୍ୟା ସୃଷ୍ଟି କରୁଛି। ଏ ନେଇ ଅଭିଯୋଗ କରାଗଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ। ଫଳରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି।
-ବିଭୂତି ଦଳବେହେରା, ନୂଆହତା

କାଳବୈଶାଖୀ ଯୋଗୁ ପାଓ୍ବାର କଟ୍‌
ପ୍ରତିଦିନ ବିଦ୍ୟୁତ୍‌ କାଟ କରାଯାଉନାହିଁ। ୨ରୁ ୩ ଦିନ ହେଲା କାଳବୈଶାଖୀ କାରଣରୁ ଏପରି ବିଦ୍ୟୁତ୍‌କାଟ କରାଯାଉଥିଲା। ଯେଉଁ ସ୍ଥାନରେ ପୁରୁଣା ତାର ଓ ବିପଦସଙ୍କୁଳ ଖୁଣ୍ଟ ରହିଛି, ତାହାକୁ ବଦଳାଯିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
-ଶୁଭାଶିଷ ମହାନ୍ତି, କନିଷ୍ଠ ଯନ୍ତ୍ରୀ, ବଅଁରପାଳ ବିଦ୍ୟୁତ୍‌ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri