‘ବର୍ଷାଙ୍କ ବିକଳ୍ପ ରହଣି ବ୍ୟବସ୍ଥା କରିବୁ’

କଟକ ଅଫିସ,୨୫ା୫: ଓଡ଼ିଆ ଫିଲ୍ମ ଷ୍ଟାର୍‌ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଉପରେ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ହୋଇଛି। ଅନୁଭବଙ୍କ ପକ୍ଷରୁ ଦାଏର ହୋଇଥିବା ୨ ପିଟିଶନର ଶୁଣାଣି ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ନିଜ ପିଟିଶନରେ ଅନୁଭବ ଉଲ୍ଲେଖ କରିଛନ୍ତି ଯେ, ସେ ବର୍ଷାଙ୍କ ବିକଳ୍ପ ରହିଣି ପାଇଁ ଭଲ ବ୍ୟବସ୍ଥା କରିବେ ଏବଂ ସେ ବାବଦ ଖର୍ଚ୍ଚକୁ ଭରଣା କରିବେ। ନନ୍ଦିସାହି ସ୍ଥିତ ତାଙ୍କ ପୈତୃକ ବାସଭବନକୁ ବର୍ଷା ଛାଡ଼ନ୍ତୁ। ଯେହେତୁ ବର୍ଷା ତାଙ୍କ ମୂଳ ଆବେଦନରେ ବିକଳ୍ପ ରହଣି ବ୍ୟବସ୍ଥା ଚାହିଁଥିଲେ, ସେଥିରେ ସେ ରାଜି ଥିବା ଅନୁଭବ ପିଟିଶନରେ ଦର୍ଶାଇଛନ୍ତି। ନନ୍ଦିସାହିସ୍ଥିତ ବାସଭବନ ଏକ ଜଏଣ୍ଟ ପ୍ରପର୍ଟି। ସେଥିରେ ଅନୁଭବଙ୍କ ମା’ବାପା, ଭାଉଜ, ଭାଇ ସମସ୍ତଙ୍କ ଅଧିକାର ରହିଛି। ତେଣୁ ସେମାନଙ୍କୁ ସେହି ଘରେ ରହିବାକୁ ଦିଆଯାଉ। ଦାମ୍ପତ୍ୟ କଳିରେ ପରିବାରର ଅନ୍ୟ ସଦସ୍ୟଙ୍କୁ ହଇରାଣ କରାଯାଇପାରିବ ନାହିଁ ବୋଲି ଅନୁଭବଙ୍କ ଓକିଲ ସୁପ୍ରିମ୍‌କୋର୍ଟ ରାୟର ଉଦାହରଣ ଦେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଅନ୍ୟ ଏକ ପିଟିଶନରେ ବର୍ଷାଙ୍କ ଭରଣପୋଷଣ ପାଇଁ ତାଙ୍କ ବାର୍ଷିକ ଆୟର ତଥ୍ୟ ମଗାଯାଇଛି।
ଅନ୍ୟପକ୍ଷରେ ବର୍ଷାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଯେହେତୁ ବର୍ଷା ଏବେ ଏକୁଟିଆ, ତେଣୁ ସେ ବାହାରେ ରହିବା ଅସୁରକ୍ଷିତ। ସେ ବିନା ସୁରକ୍ଷାରେ ଏକାକୀ ଅନ୍ୟ ଘରେ ରହିପାରିବେ ନାହିଁ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ସୂଚନାଥାଉ କି, ଅନୁଭବ ତାଙ୍କ ବାପା ଓ ମା’ଙ୍କ ସହ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନନ୍ଦିସାହିସ୍ଥିତ ବାସଭବନରେ ବର୍ଷା ରହୁଛନ୍ତି। ତେବେ ଅନୁଭବ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ କଥା ଉଠାଇଛନ୍ତି, ଯାହା ତାଙ୍କର ଚରିତ୍ର ସଂହାର କରୁଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ମଙ୍ଗଳବାର ବର୍ଷାଙ୍କ ତରଫରୁ ଏସ୍‌ଡିଜେଏମ୍‌ କୋର୍ଟରେ ସାନି ପିଟିଶନ ଦାଏର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri