Posted inଭଦ୍ରକ

କଲେଜ କର୍ମଚାରୀଙ୍କ ମଧ୍ୟରେ ଫାଟ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବରପଦା ସ୍ଥିତ ଇଞ୍ଜିନିୟରିଂ କଲେଜରେ ପରିଚାଳନାଗତ ତ୍ରୁଟି ଓ କର୍ମଚାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପଟେ କେତେକ କର୍ମଚାରୀ ୧୭ ମାସର ବକେୟା ଦରମା ପାଇଁ ଗତ ଏପ୍ରିଲ ମାସ ୨୫ ତାରିଖ ଠାରୁ ୨୬ ଦିନ ଧରି ଗ୍ରୀଷ୍ମ ପ୍ରବାହରେ କଲେଜ ଫାଟକ ଆଗରେ ଧାରଣାରେ ବସିଥିବା ବେଳେ ୭୦ ଭାଗ କର୍ମଚାରୀ ଏହା ବେଆଇନ ଏବଂ କଲେଜ ବନ୍ଦ କରିବାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏହି ଧାରଣାକୁ ବିରୋଧ କରି ସଂଖ୍ୟାଧିକ କର୍ମଚାରୀ ଗତ ଗୁରୁବାର ଭଦ୍ରକର ଏକ ହୋଟେଲରେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ ଏହି ପ୍ରସଙ୍ଗ କୋର୍ଟରେ ବିଚାରାଧିନ ଥିବା ବେଳେ କେତେକ କର୍ମଚାରୀ ଧାରଣା ଦେବା ବେଆଇନ ଅଟେ।
କଲେଜ ଅଧ୍ୟକ୍ଷ ଡ. ମୋହନ ପଣ୍ଡା କହିଛନ୍ତି ପ୍ରତି ମାସ ୭ ତାରିଖ ସୁଦ୍ଧା ଦରମା ଦେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ କିଛି ମାସ ହେବ ଆର୍ଥିକ ସଙ୍କଟ କାରଣରୁ ଷ୍ଟାଫ ମାନଙ୍କୁ ଦରମା ଦିଆଯାଇ ନ ଥିବା ସମ୍ପର୍କରେ ହାଇକୋର୍ଟକୁ କଲେଜ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ସେପ୍ଟେମ୍ବର ୬ ତାରିଖରେ ହାଇକୋର୍ଟ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ଥିବା ବେଳେ ମାତ୍ର ୪୦ ଜଣ କର୍ମଚାରୀ କୋର୍ଟ ରାୟକୁ ଅପେକ୍ଷା ନ କରି ଦରମା ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି। ଏହିପରି କର୍ମଚାରୀମାନେ ଗେଟ ସମ୍ମୁଖରେ ଧାରଣା ଦେଲେ ଆଡମିଶନ ପାଇଁ କେହି ପିଲା ଆସିବେ ନାହିଁ। ଯାହା ଫଳରେ କଲେଜର ଆର୍ଥିକ କ୍ଷତି ହେବ ବୋଲି କହିଛନ୍ତି। ଏସବୁ ଘଟଣାରୁ କର୍ମଚାରୀ ମାନେ ଦୁଇଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପର ପ୍ରତି ଆକ୍ଷେପ ଓ ଦୋଷାରୋପ କରିବା ଇଞ୍ଜିନିୟରିଂ କଲେଜର କର୍ମଚାରୀ ମାନଙ୍କ ମଧ୍ୟରେ ଫାଟ ଓ ପରିଚାଳନାଗତ ତ୍ରୁଟି ଜଳଜଳ ହୋଇ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri