Odisha Elections 2024

ପାଣି ଆଣିବାକୁ ଅନ୍ୟ ସାହିକୁ ଯାଉଛନ୍ତି ଗ୍ରାମବାସୀ

ନାରାୟଣପାଟଣା ୨୨ା୫(ଡି.ଏନ୍‌.ଏ.): ଖରାର ପ୍ରକୋପ ଯେତିକି ବଢୁଛି ପାନୀୟ ଜଳ ନେଇ ସମସ୍ୟା ସେତିକି ଅଧିକ ହେଉଛି। ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁ ନ ଥିବା ବେଳେ ଅନ୍ୟ ଗ୍ରାମର ନଳକୂପକୁ ଯାଇ ମହିଳାମାନେ ପାଣି ଆଣୁଛନ୍ତି । ଏପରି ଦେଖିବାକୁ ମିଳିଛି ନାରାୟଣପାଟଣା ବ୍ଲକର ପଥର ଦେଉଳ ସାହିରେ।
ଖବରରୁ ଜଣାପଡ଼ିଛି ନାରାୟଣପାଟଣା ବ୍ଲକ୍‌ଠାରୁ ଅଳ୍ପ କିଛି ଦୂରରେ ରହିଛି ପଥର ଦେଉଳସାହି। ସାହି ଉପର ପଟେ ରହୁଛନ୍ତି ବିସ୍ଥାପିତ କଲୋନିର ୪୦ ପରିବାର। ତଳ ସାହିରେ ମଧ୍ୟ ପାଖାପାଖି ୪୦ ପରିବାର ରହୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏଠାରେ ଗୋଟିଏ ମଧ୍ୟ ନଳକୂପ ଖୋଳାଯାଇନାହିଁ। ପାଣି ପାଇଁ ଗ୍ରାମବାସୀ ଗରା, ବାଲ୍‌ଟି ଧରି ପାଖରେ ଥିବା ଅନ୍ୟ ସାହି ତଥା ସରକାରୀ ହାଇସ୍କୁଲ ପାଖରେ ଥିବା ନଳକୂପକୁ ଯାଉଛନ୍ତି। ସେଠାରେ ପ୍ରଥମେ ସେହି ସାହିର ଲୋକେ ପାଣି ନେବା ପରେ ପଥର ଦେଉଳସାହିର ଲୋକଙ୍କୁ ପାଣି ମିଳିଥାଏ। ଅନ୍ୟପକ୍ଷରେ ଗାଁ ଭିତରେ ଭଲ ଢଳେଇ ରାସ୍ତାଟିଏ ମଧ୍ୟ ନାହିଁ। ବର୍ଷାଦିନ ଆସିଲେ ଗାଁ ରାସ୍ତା କଦୁଆରେ ବୁଡ଼ିଯାଏ। ଗ୍ରାମର ପାନୀୟ ଜଳ ଓ ରାସ୍ତା ନିର୍ମାଣ ଲାଗି ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣି ଓ ରାସ୍ତା ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ...

ପାଣି ପାଇଁ ଗରା ଧରି ରାସ୍ତା ରୋକୋ

ଜୟପୁର,୨୭।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର କୁମ୍ବାରସାହିରେ ମହିଳାମାନେ ପାଣି ପାଇଁ ସୋମବାର ଗରା ଧରି ରାସ୍ତା ଅବରୋଧ କରଥିଲେ। ଦୀର୍ଘ ୧୫ ଦିନ...

୩୦ ଟନ୍‌ ଆମ୍ବ ଗଲା ରାୟପୁର

କୋରାପୁଟ,୨୭ା୫(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଆସିଛି। ଆମ୍ବ ଚାଷୀମାନଙ୍କୁ ଆମ୍ବର ଉଚିତ୍‌ ମୂଲ୍ୟ ଦେବାକୁ ମିଶନ ଶକ୍ତି ମହିଳା...

ଭାରତମାଳା ପ୍ରକଳ୍ପ ଟନେଲ କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା: ମାଟି ଅତଡ଼ା ତଳେ ଚାପିହୋଇ ଜଣେ ମୃତ, ଜଣେ ଗୁରୁତର

ପଟ୍ଟାଙ୍ଗି,୨୪ା୫(ଶରତ ଧଳ): ଛତିଶଗଡ଼ରୁ ଆନ୍ଧ୍ରର ବିଶାଖାପାଟଣାକୁ ସଂଯୋଗ କରୁଥିବା ଭାରତମାଳା ପ୍ରକଳ୍ପର କାର୍ଯ୍ୟ ହେଉଥିବା ରାସ୍ତାର ଟନେଲଠାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।...

ଗଛରେ ପିଟିହେଲା ନଡ଼ିଆ ବୋଝେଇ ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା, ହେଲପର ଗୁରୁତର

ପଟାଙ୍ଗି,୨୦ା୫(ଶରତ ଧଳ): ଭାରସାମ୍ୟ ହରାଇ ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାମ ଗୋଡ଼...

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ...

ବିଭାଗର ଦୂରଦୃଷ୍ଟି ଅଭାବରୁ ରାଥିବାଲି ଜଳପ୍ରପାତ ନେଉଛି ଜୀବନ

ପଟ୍ଟାଙ୍ଗି,୧୫ା୫(ଶରତ ଧଳ): ଖରାଦିନ ହେଉ ବା ପର୍ଯ୍ୟଟନ ଋତୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ନିଜ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇଥାନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri