ମହିଳାଙ୍କୁ ପିଆଇଲେ ଘୋଡ଼ା ପରିସ୍ରା

ଢେଙ୍କାନାଳ ଅଫିସ୍‌/ସାତମାଇଲ,୧୯।୫, (ଡି.ଏନ୍‌.ଏ.): ଗ୍ରାମର କେତେଜଣ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥିଲା ଅସ୍ବାଭାବିକ ଆଚରଣ। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗୁଣିଗାରେଡ଼ି ସନ୍ଦେହ। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସର୍ବସମ୍ମୁଖରେ ଦିଆଯାଇଛି ଅକଥନୀୟ ନିର୍ଯାତନା। ଏମିତି କି ସେମାନଙ୍କୁ ଜୋରଦବରଦସ୍ତ ଘୋଡ଼ା ପରିସ୍ରା ପିଇବାକୁ ବାଧ୍ୟ କରାଯାଇଛି। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ଗତ ୧୫ ତାରିଖରେ ଏହି ଘଟଣା ଘଟିଥିବାବେଳେ ପୀଡ଼ିତା ୧୭ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। ନିର୍ଯାତନାରେ ସମ୍ପୃକ୍ତ ଥିବା ୨୮ଜଣଙ୍କ ନାମରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, କିଛିଦିନ ହେଲା ଗୋପାଳପୁର ଗ୍ରାମର କେତେଜଣ ମହିଳା ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିଲେ। ସେମାନଙ୍କୁ ଭୂତ ଲାଗୁଥିବା ଏବଂ ଗ୍ରାମର କୌଣସି ବ୍ୟକ୍ତି ଗୁଣିଗାରେଡ଼ି କରି ଏଭଳି କାଣ୍ଡ କରୁଥିବା ସନ୍ଦେହ ହୋଇଥିଲା। ଏହାର କାରଣ ଜାଣିବା ଲାଗି ଗ୍ରାମବାସୀଙ୍କ ନିଷ୍ପତ୍ତିକ୍ରମେ ୧୫ ତାରିଖ ସକାଳେ ମନ୍ଦିରରେ ପୂଜା ଅନୁଷ୍ଠିତ ହୋଇଥିଲା। କାଳିଶି ଲାଗିବା ପରେ ଏଭଳି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଇଙ୍ଗିତ କରିଥିଲେ। ଉକ୍ତ ଦିନ ସନ୍ଧ୍ୟାରେ ମହିଳା, ତାଙ୍କ ସ୍ବାମୀ ଏବଂ ପୁଅଙ୍କୁ ଘରୁ ଘୋଷାରି ଆଣି ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯାଇଥିଲା। ଅର୍ଦ୍ଧନଗ୍ନ କରି ନିର୍ଯାତନା ଦେବା ସହ ଘୋଡ଼ା ପରିସ୍ରା ପାଟିରେ ଭର୍ତ୍ତି କରାଯାଇଥିଲା। ଘଟଣା ସାର୍ବଜନୀନ କଲେ ନିଅଁାପାଣି ବାସନ୍ଦ ସାଙ୍ଗକୁ ହତ୍ୟା କରିବାକୁ ଧମକ ମଧ୍ୟ ଦିଆଯାଇଥିଲା। ଘଟଣା ପରେ ଭୟଭୀତ ପରିବାର ପାଟି ବନ୍ଦ କରିଥିବାବେଳେ ୧୭ ତାରିଖରେ ସାହସ ଜୁଟାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ନଂ. ୧୧୫/୨୨ରେ ଏକ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ପରିବାରକୁ ନିର୍ଯାତନା ଦେଇଥିବା ୨୮ ଜଣ ଗ୍ରାମବାସୀଙ୍କ ନାମ ଏତଲାରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ନିରଞ୍ଜନ ସେଠୀ କୁହନ୍ତି, ଏଏସ୍‌ଆଇ ବିଭୂତି ଭୂଷଣ ନାୟକଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ମାମଲାର ଅନୁଧ୍ୟାନ କରାଯାଉଛି। କେହି ଗିରଫ ହୋଇ ନ ଥିବା ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri