Posted inଫୁରସତ

ବିଶ୍ୱର ସବୁଠୁ ଏକାକୀ ଘର, ବେଡ୍‌ରୁମ୍‌ର ଦାମ୍‌ ଜାଣିଲେ…

ବିଭିନ୍ନ କ୍ଷେତ୍ରରେ ଲୋକଙ୍କର ଭିନ୍ନ ଭିନ୍ନ ରୁଚି ରହିଥାଏ। କିଛି ଲୋକ ଶାନ୍ତିରେ ବଞ୍ଚିବାକୁ ଚାହାନ୍ତି ତ ଆଉ କିଛି ଲୋକ ଏକାକୀ ରହିବାକୁ ଚାହାନ୍ତି। ସମସ୍ତେ ନିଜ ମନ ମୁତାବକ ସମ୍ପତ୍ତି କିଣିବା ପାଇଁ ଚାହିଁଥାନ୍ତି। ଦୁନିଆରେ ଏମିତି ଏକ ଘର ରହିଛି, ଯେଉଁଥିରେ ଗୋଟିଏ ମାତ୍ର ବେଡ୍‌ରୁମ୍‌ର ଦାମ୍‌ ୨ କୋଟିରୁ ଅଧିକ।

ଏହି ଘର ଆମେରିକାର ଓ୍ବାହୁଆସ୍ଥିତ ଏକ ଦ୍ୱୀପରେ ନିର୍ମିତ ହୋଇଛି। ଏହି ଘରେ କେବଳ ଗୋଟିଏ ବେଡ୍‌ ରୁମ୍‌ ରହିଛି। ଏହାକୁ ଦୁନିଆର ସବୁଠୁ ଏକାକୀ ଘର କୁହାଯାଉଛି। ଏହି ସ୍ଥାନ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ଏକ ସୁନ୍ଦର ଜୀବନ ଶୈଳୀରେ ବଞ୍ଚିବାକୁ ଚାହାନ୍ତି। ଦୁନିଆର ଲୋକମାନଙ୍କଠାରୁ ଏକା ରହିବାକୁ ପସନ୍ଦ କରନ୍ତି। ସେହିମାନଙ୍କୁ ଏହି ଘର ସ୍ବାଗତ କରୁଛି।

ଏହି ଘରର ଦାମ୍‌ ୨.୫୮କୋଟି। ଏହି ଘରେ କେବଳ ଗୋଟିଏ ବେଡ୍‌ରୁମ୍‌ ରହିଛି। ଯାହାର ଚାରିପାଖେ ବାଲି ଏବଂ ପାଣି ବ୍ୟତୀତ ଆଉ କିଛି ବି ନାହିଁ। ଏହି ସ୍ଥାନକୁ ସ୍ବର୍ଗ କୁହାଯାଏ। ଘରଟି ଡକ୍‌ ଲେଜେଜ ଦ୍ୱୀପରେ ନିର୍ମିତ। ଏହାର କ୍ଷେତ୍ର ୧.୫ ଏକର ଏବଂ ଏଠାରେ ଅଲଗା ଲୋକ କେହି ବାସ କରୁନାହାନ୍ତି। ଦ୍ୱୀପରେ ବହୁ ସଂଖ୍ୟକ ସିଲ୍‌ ଦେଖାଯାଏ କିନ୍ତୁ କୌଣସି ଉଦ୍ଭିଦ କିମ୍ବା ସଭ୍ୟତାର ଚିହ୍ନବର୍ଣ୍ଣ ନାହିଁ। ଘରୁ ବାହାରିବା ମାତ୍ରେ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିବ।

୨୦୦୯ରେ ଏହି ଗୃହଟି ନିର୍ମିତ ହୋଇଥିଲା। ଘରଟି ଏବେ ବି ଭଲ ଅଛି। କୌତୂହଳର ବିଷୟ ଏଠାରେ ଆଉ କିଛି ଘଟେ ନାହିଁ କିନ୍ତୁ ଏକ ଶକ୍ତିଶାଳୀ ଓ୍ବାଇଫାଇ ନେଟଓ୍ବାର୍କ କାମ କରେ। ଘର ୫୪୦ ବର୍ଗଫୁଟରେ ନିର୍ମିତ ଏବଂ ଆବଶ୍ୟକ ସମସ୍ତ ଜିନିଷ ଏଠାରେ ଉପଲବ୍ଧ। ଏଠାରେ ବନ୍ୟା ହେବାର ଭୟ ନାହିଁ କିନ୍ତୁ ଏକମାତ୍ର ସମସ୍ୟା ହେଉଛି ଘର ଭିତରେ ବାଥରୁମ୍‌ ନାହିଁ। ଏଠାରେ ରାତିରେ ସାମୁଦ୍ରିକ ପ୍ରାଣୀମାନଙ୍କର ଶବ୍ଦ ଶୁଣିବାକୁ ମିଳେ। ବର୍ତ୍ତମାନ ଏହି ସମ୍ପତ୍ତି ବୋଲ୍ଡ କୋଷ୍ଟ ପ୍ରପର୍ଟିଜର ଏଜେଣ୍ଟ ବିଲି ମିଲିକେନଙ୍କର ରହିଛି। ଯିଏ କି ଏହାକୁ ବିକ୍ରି କରିବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri