ମାଟି ପାଇଁ ଏକାଠି: ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବରିଷ୍ଠ ନାଗରିକ

ରାସୋଳ, ୨୦।୪(ଡି.ଏନ୍‌.ଏ.)-କିଏ ଭୋକିଲା ନ ରହୁ। ଦୂରେଇ ନ ଯାଉ ଶୈଶବରେ ଶିକ୍ଷାର ସ୍ବପ୍ନ। ପରିଣତ ବୟସରେ ପରିବାରରେ ଅବହେଳିତ ନ ହୁଅନ୍ତୁ ବୃଦ୍ଧାବୃଦ୍ଧ। ବୃଦ୍ଧାଶ୍ରମ ବଦଳରେ ଘରେ ମିଳୁ ସେମାନଙ୍କୁ ସେବାଯତ୍ନ। ମୌଳିକ ଅଧିକାରରୁ କେହି ବଞ୍ଚତ୍ତ ନ ହୁଅନ୍ତୁ। ପିଲାବେଳେ ଆଖିରେ ଉକୁଟୁଥିଲା ଏଭଳି ହଜାରେ ସ୍ବପ୍ନ। ହେଲେ ପେଟପାଟଣା ଚିନ୍ତାରେ ବୃତ୍ତିଗତ କ୍ଷେତ୍ରକୁ ଓହ୍ଲାଇ ପରେ ସେସବୁ ରହିଯାଇଥିଲା ବହୁ ପଛରେ। ମାଟି ମା’ଠାରୁ ଦୂରେଇ ଯିବା ପରେ ଇଚ୍ଛା ଥିଲେ ବି ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ମିଳୁ ନ ଥିଲା ସୁଯୋଗ। ଏବେ ବୟସ ବଢ଼ିଛି। କର୍ମକ୍ଷେତ୍ରରୁ ମିଳିଛି ବିରତି। ଅବସର ପରେ ନିଜ ଅଞ୍ଚଳ କଥା ବୁଝିବା ପାଇଁ ଏକାଠି ହୋଇଛନ୍ତି ବରିଷ୍ଠ ନାଗରିକ। ଆଗାମୀ ଦିନରେ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଗଠିତ ହୋଇଛି ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ। ପ୍ରାଥମିକ ପର୍ଯ୍ୟାୟରେ ସଙ୍ଗଠନରେ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇଥିବାବେଳେ ଆଗାମୀ ଦିନରେ ଏହାର କଳେବର ବୃଦ୍ଧି କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଢେଙ୍କାନାଳ ଜିଲାର ସର୍ବବୃହତ୍ତମ ବ୍ଲକ ହିନ୍ଦୋଳରେ ଅନେକ ସମସ୍ୟା। ଜନପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ, ପ୍ରଶାସନିକ ଉଦାସୀନତାରୁ ଯେତିକି ବେଗରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବା କଥା, ତାହା ହୋଇପାରୁନାହିଁ। ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ପାରୁନି ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନକୁ ନେଇ ପୁଳାପୁଳା ସମସ୍ୟା। ତୃଣମୂଳସ୍ତରରୁ ଏହାର ସମାଧାନ କରିବା ଏବଂ ଅଞ୍ଚଳର କଳାସଂସ୍କୃତିର ସଂରକ୍ଷଣ କରିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଅଣ୍ଟା ଭିଡ଼ିଛନ୍ତି ବରିଷ୍ଠ ନାଗରିକ। ଏ ନେଇ ରାସୋଳ ପଞ୍ଚାୟତ ବାଙ୍କଟିଆ ଗଣେଶ୍ୱର କ୍ଲବ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକସ୍ତରରୁ ଆସିଥିବା ବରିଷ୍ଠ ନାଗରିକମାନେ ସୁଚିନ୍ତିତ ପ୍ରସ୍ତାବ ଦେଇଛନ୍ତି। ସମସ୍ତଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା, ଗଠନମୂଳକ କାର୍ଯ୍ୟରେ ପ୍ରଶାସନକୁ ବିନାସ୍ବାର୍ଥରେ ସହଯୋଗ କରିବା, ଆବଶ୍ୟକସ୍ଥଳେ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ମାର୍ଗଦର୍ଶନ କରାଇବା ଆଦି ବିଷୟରେ ଆଲୋଚନା କରାଯାଇଛି।
ଏହି ଅବସରରେ ଆସନ୍ତା ୨ବର୍ଷ ପାଇଁ ମଞ୍ଚର କର୍ମକର୍ତ୍ତା ଚୟନ କରାଯାଇଥିଲା। ସ୍ଥାୟୀ ସଭାପତି ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ସଭାପତି ଭାବେ ଶ୍ରୀନିବାସ ମିଶ୍ର, କାର୍ଯ୍ୟକାରୀ ସଭାପତି ଲଳିତମୋହନ ଧର, ଉପସଭାପତି ଛବିରାଜ ବିଶ୍ୱାଳ, ସମ୍ପାଦକ ରସାନନ୍ଦ ବେହେରା, କୋଷାଧ୍ୟକ୍ଷ ଭାବେ ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ଚୟନ କରାଯାଇଛି। ସେହିପରି ଜୋନାଲ ସଭାପତି ପଦବୀରେ ବ୍ରଜକିଶୋର ମହାପାତ୍ର, ବିନୟ ସାମଲ, ପ୍ରଶାନ୍ତ ପତି, ତୁଷାରକାନ୍ତି ମିଶ୍ର ସ୍ଥାନ ପାଇଛନ୍ତି। ଅବସରପ୍ରାପ୍ତ ଜିଲାଜଜ୍‌ ଦୁର୍ଗାଚରଣ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଜେନା, ଡାକ୍ତର ଚୈତନ୍ୟ ସାହୁ, ଡାକ୍ତର ସୁଧାକର ପାଳ, ପୂର୍ବତନ କଲେଜ ଅଧ୍ୟକ୍ଷ ଶଙ୍କର ବିଜୟ ପାଳ, ଦଣ୍ଡଧର ପତି, ନନ୍ଦକିଶୋର ସାହୁ ପ୍ରମୁଖଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି।

ହିନ୍ଦୋଳ ମାଟିର ବିକାଶ ଲାଗି ସଂକଳ୍ପବଦ୍ଧ
ଗଠନମୂଳକ କାର୍ଯ୍ୟ କେବଳ ବନୀକରଣ କିମ୍ବା ସ୍ବଚ୍ଛ ଭାରତ ଅଭିଯାନରେ ସୀମିତ ରହିବା ଅନୁଚିତ। ଅସହାୟ ଅବହେଳିତ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା, ଭାଇଚାରା ଭାବନା ସୃଷ୍ଟି କରିବା ସର୍ବୋପରି ହିନ୍ଦୋଳ ମାଟିର ଉନ୍ନତି ଲାଗି ସଂକଳ୍ପବଦ୍ଧ ହେବା ଭଳି ଏକାଧିକ ମୌଳିକ ଲକ୍ଷ୍ୟ ନେଇ ଏଭଳି ଏକ ମଞ୍ଚ ଗଠନ କରାଯାଇଛି।
-ଶ୍ରୀନିବାସ ମିଶ୍ର, ସଭାପତି
ଅବହେଳିତ ବୃଦ୍ଧାବୃଦ୍ଧଙ୍କୁ ଅଗ୍ରାଧିକାର ଦିଆଯିବ
ମଞ୍ଚରେ ବିଭିନ୍ନ ବର୍ଗର ବହୁ ବରିଷ୍ଠ ନାଗରିକ ଜଡ଼ିତ ହୋଇଛନ୍ତି। ଚାଷୀ, ଶ୍ରମଜୀବୀ, ସରକାରୀ କର୍ମଚାରୀ, ବେସରକାରୀ କର୍ମଚାରୀମାନଙ୍କୁ ଏଥିରେ ସାମିଲ କରାଯାଇଛି। ପ୍ରତି କ୍ଷେତ୍ରରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିବାରୁ ସମସ୍ୟା ସମାଧାନ କରିବା ସୁବିଧା ହେବ। ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରିବ। ବିଶେଷ କରି ଅବହେଳିତ ବୃଦ୍ଧାବୃଦ୍ଧଙ୍କୁ ଅଗ୍ରାଧିକାର ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।
-ରସାନନ୍ଦ ବେହେରା, ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri