Posted inଜାତୀୟ

ଆବୁ ସାଲେମ ମାମଲା, ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ହେବ ପୂରଣ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୯।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ, ତତ୍‌କାଳୀନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ପାଳନ କରାଯିବ। ଆବୁ ସାଲେମଙ୍କ ମୁକ୍ତ ନେଇ ୨୦୩୦ରେ ବିଚାର କରାଯିବ କେନ୍ଦ୍ର ସରକାର କହିଛନ୍ତି। ସାଲେମଙ୍କ ପକ୍ଷରୁ କୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା ଯେ, ୨୦୦୨ରେ ଭାରତ ସରକାର ପର୍ତ୍ତୁଗାଲ ସରକାରଙ୍କୁ କହିଥିଲେ ଯେ, ସାଲେମଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇ ପାରିବ ନାହିଁ କିମ୍ବା କୌଣସି ପକ୍ଷରେ ୨୫ ବର୍ଷରୁ ଅଧିକ ଦଣ୍ଡାଦେଶ କରାଯାଇ ପାରିବ ନାହିଁ।

ଏହାପରେ ୨୦୦୫ ନଭେମ୍ବର ୧୧ରେ ସାଲେମ୍‌ଙ୍କୁ ଭାରତ ଅଣାଯାଇଥ୍‌ତ୍ଲା। ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ଅନୁସାରେ ସାଲେମଙ୍କ ଜେଲ ଦଣ୍ଡ ୨୦୩୦ ନଭେମ୍ବର ୧୦ରେ ଶେଷ ହେବ। ଏହାପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏନେଇ ମତାମତ ଦେବାକୁ ୧୨ ଏପ୍ରିଲ୍‌ରେ ଶେଷ ସୁଯୋଗ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଏପ୍ରିଲ ୧୮ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଏଲ.କେ. ଆଡଭାଣୀ ପର୍ତ୍ତୁଗାଲ ସରକାରଙ୍କୁ ଦେଇଥିବା ଆଶ୍ୱାସନାକୁ ପାଳନ କରି ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସର୍ବାଧିକ ଦଣ୍ଡ ୨୫ ବର୍ଷରୁ ଅଧିକ ହେବ ନାହିଁ ସମ୍ପର୍କରେ ଜବାବ ଲୋଡ଼ାଯାଇଥିଲା। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ବେଞ୍ଚରେ ଯୋଗାଯୋଗରେ ସମସ୍ୟା ଥିବା ଦର୍ଶାଇ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚିତ କରିବା ପରେ କେନ୍ଦ୍ରକୁ ଶେଷ ସୁଯୋଗ ଦେଇ୍‌ଥିଲେ।

ସତ୍ୟପାଠ ଦାଖଲ କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଶୀର୍ଷ ନ୍ୟାୟାଳୟ କହିଥିଲେ ଯେ ଏହା ଯଥାର୍ଥ ନୁହେଁ। ଯଦି ସରକାରଙ୍କ ସ୍ବରାଷ୍ଟ୍ର ସଚିବ ଏତେ ବ୍ୟସ୍ତ ତେବେ କୋର୍ଟ ତାଙ୍କୁ ଏଠାରେ ଡାକିବେ। ଶୁଣାଣି ସମୟରେ ମେହେଟ୍ଟା ସ୍ବଳ୍ପ ସମୟରେ ଆଫିଡେଭିଟ ଦାଖଲ କରିବାକୁ ଦାବି କରିଥିବା ପ୍ରତିପକ୍ଷ ଆଇନଜୀବୀଙ୍କ ବିବୃତ୍ତିକୁ ନେଇ ଆପତ୍ତି କରିଥିଲେ। ସେ କହିଥିଲେ ଯେ ୨୫ ବର୍ଷର ଅବଧି ୨୦୨୭ରେ ସମାପ୍ତ ହେବ ଏବଂ ଯଦି ରିହାତି ପ୍ରଦାନ ନ ହୁଏ ତେବେ ଏହା ୨୦୩୦ରେ ଶେଷ ହେବ। ମେହେଟ୍ଟା କହିଥିଲେ ଯେ ପ୍ରତିପକ୍ଷର ଆଇନଜୀବୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।

ସର୍ବୋଚ୍ଚ ଅଦାଲତ କହିଥିଲେ କୋର୍ଟର ସମୟସୀମାକୁ ସମ୍ମାନ ଦିଆଯିବା ଉଚିତ। ଏହି ମାମଲାର ପ୍ରରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧ରେ କରାଯିବାକୁ ତାଲିକାଭୁକ୍ତ ହୋଇଛି। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶୀର୍ଷ କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଦେଶକୁ ପଳାତକ ଅବୁ ସାଲେମଙ୍କୁ ଫେରାଇ ଆଣିବାକୁ ଚାହୁଁଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିବଦ୍ଧତା ଏକ ବଡ ପ୍ରଭାବ ପକାଇବ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ନେଇ କୋର୍ଟ ସନ୍ତୁଷ୍ଟ ନୁହନ୍ତି।

ଏଥିରେ ଦର୍ଶାଯାଇଛି ଯେ ୧୯୯୩ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବୁ ସାଲେମଙ୍କ ପ୍ରତ୍ୟର୍ପଣ ସମୟରେ ଭାରତ ପକ୍ଷରୁ ପର୍ତ୍ତୁଗାଲକୁ ଆଶ୍ୱାସନା ଦିଆଯାଇଥିବା ସର୍ବାଧିକ ଦଣ୍ଡ ଭାରତୀୟ କୋର୍ଟ ପାଇଁ ବାଧ୍ୟତାମୂଳକ ନୁହେଁ । ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ତାଙ୍କ ଭୂମିକା ପାଇଁ ଆଜୀବନ କାରାଦଣ୍ଡ ଭୋଗୁଥିବା ସାଲେମଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନ ଉପରେ ଶୀର୍ଷ ଅଦାଲତ ଫେବୃଆରୀ ୨ ରେ କେନ୍ଦ୍ର ସରକାରଙ୍କର ପ୍ରତିକ୍ରିୟା ମାଗିଥିଲେ। ଏଥିରେ କୁହାଯାଇଥିଲା ଯେ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ତାଙ୍କ ସାଲେମ ଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ। ସାଲେମଙ୍କ ପିଟିଶନର ଜବାବ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NEET ପେପର ଲିକ, ୨୪ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ, ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୫: ନିଟ୍‌ ପେପର ଲିକ ହେବାର ଦାବିରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ...

ପୁଣି ବିବାଦରେ ରାହୁଲ ଗାନ୍ଧୀ, କୁଳପତି-ଶିକ୍ଷାବିତମାନେ ଲେଖିଲେ ଖୋଲା ଚିଠି

ନୂଆଦିଲ୍ଲୀ,୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ନିକଟରେ ରାହୁଲ ବିଶ୍ୱବିଦ୍ୟାଳୟର ମୁଖ୍ୟ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ।...

କୋର୍ଟଙ୍କ କାମ ଟେପ ରେକର୍ଡର ପରି ନୁହେଁ, ସାକ୍ଷୀ ଶତ୍ରୁତା କଲେ କ’ଣ କରିବେ କହିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟ କହିଛନ୍ତି ଯେ ଶୁଣାଣି ସମୟରେ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ କୋର୍ଟ କେବଳ ଟେପ ରେକର୍ଡର ଭଳି କାର୍ଯ୍ୟ କରିବା ଉଚିତ...

ଯିଏ ମୋଦିଙ୍କ ସହ ଠିଆ ହୋଇ ନାହିଁ, ସେ ଦେଶଦ୍ରୋହୀ, ଚନ୍ନିଙ୍କ ବୟାନକୁ ନେଇ କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ,୬।୫: ଭାଜପା ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କହିଛନ୍ତି ଏହା ଧର୍ମଯୁଦ୍ଧ, ଯିଏ ରାମଙ୍କର ହୋଇ ପାରିଲେ ନାହିଁ ସେ ଦେଶର ହୋଇପାରିବେ ନାହିଁ। ସମ୍ଭଲର...

କେ. କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି, କୋର୍ଟ ଖାରଜ କଲେ ଇଡି-ସିବିଆଇ ମାମଲାର ଜାମିନ ଆବେଦନ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତା ଗିରଫ ହୋଇଛନ୍ତି। ସୋମବାର (୬ ମେ ୨୦୨୪) ରେ...

ସୁପ୍ରିମକୋର୍ଟ ପହଞ୍ଚିଲେ ହେମନ୍ତ ସୋରେନ

ରାଞ୍ଚି,୬।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ କରିଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ...

ଆମେଠିରେ ରାହୁଲ-ପ୍ରିୟଙ୍କା ନିର୍ବାଚନ ନ ଲଢିବାକୁ ନେଇ କ’ଣ କହିଲେ ମାନେକା

ନୂଆଦିଲ୍ଲୀ,୬।୫: ମାନେକା ଗାନ୍ଧୀ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ...

ଦିଲ୍ଲୀ ପରେ ଏବେ ଅହମଦାବାଦରେ ଭୟର ବାତାବରଣ, ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri