Posted inଜାତୀୟ

ଜରଗର ଆତଙ୍କବାଦୀ ଘୋଷିତ, ୧୯୯୯ରେ ଆଇସି-୮୧୪ ବିମାନ ଅପହରଣରେ ସମ୍ପୃକ୍ତି…

ନୂଆଦିଲ୍ଲୀ, ୧୪।୪ : ଆତଙ୍କବାଦ ବିରୋଧରେ କଠୋର ନିଷ୍ପତ୍ତି ଗ୍ରହଣ କରି କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆତଙ୍କବାଦୀ ସଂଗଠନ ଉମ୍ର ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ମୁସ୍ତାକ ଅହମ୍ମଦ ଜରଗର ଓରଫ ଲଟରମଙ୍କୁ ସ୍ବତନ୍ତ୍ର ଆତଙ୍କବାଦ ଆଇନ ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି।

କେନ୍ଦ୍ରୀୟ ସ୍ବରାଷ୍ଟ୍ର  ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜରଗର ଜମ୍ମୁ-କଶ୍ମୀରର ଶ୍ରୀନଗର ଅଞ୍ଚଳର ମୂଳ ବାସିନ୍ଦା। ୧୯୮୫ରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ଉପତ୍ୟକାରେ ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଜରଗର ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିୟା ସୟିଦଙ୍କୁ ମଧ୍ୟ ୧୨ ଡିସେମ୍ବର ୧୯୮୯ରେ ଅପହରଣ କରି ନେଇଥିଲେ।

ଏହି ଅପହରଣ ପରେ ଆତଙ୍କବାଦୀମାନେ ପୋଲିସ ହେପାଜତରେ ଥିବା ପାଞ୍ଚଜଣ ସାଥୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଏହି ଅପହରଣ ମାମଲାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ସରକାର ଆତଙ୍କବାଦୀଙ୍କୁ ମୁକ୍ତ କର ରୁବିୟା ସଇଦଙ୍କୁ ମୁକ୍ତ କରିଥିଲେ।

୧୯୯୧ରେ ଜରଗର ନିଜର ଏକ ଆତଙ୍କବାଦୀ ସଂଗଠନ ଗଠନ କରିଥିଲେ ଯାହାକୁ ସେ ଅଲୱର ମୁଜାହିଦ୍ଦିନ ନାମରେ ନାମିତ କରିଥିଲେ। ଏହା ପରେ ସେ ଜମ୍ମୁ କଶ୍ମୀରରେ ବହୁ ଲୋକ ହତ୍ୟା କରିଥିଲେ। ସେମାନ ମଧ୍ୟରେ କିଛି ଉଚ୍ଚ ପଦାଧିକାରୀ ମଧ୍ୟ ଥିଲେ। ଜାରଗରକୁ ଧରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା। ୧୫ ମେ ୧୯୯୨ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ୩୬ରୁ ଅଧିକ ହତ୍ୟା ଏବଂ ଅନ୍ୟାନ୍ୟ ଜଘନ୍ୟ ଅପରାଧ ମାମଲା ରୁଜୁ କରାଯାଇଥିଲା।

୧୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ବିମାନକୁ ପ୍ରଥମେ ପାକିସ୍ତାନରେ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପରେ ଏହାକୁ ଦୁବାଇ ଦେଇ ଆଫଗାନିସ୍ତାନର କାନ୍ଦାହାର ବିମାନ ବନ୍ଦରକୁ ନିଆଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଆଫଗାନିସ୍ତାନର ତତ୍କାଳୀନ ତାଲିବାନ ସରକାର ଏହି ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲେ। ଆତଙ୍କବାଦୀମାନେ ବିମାନ ଏବଂ ଯାତ୍ରୀ ଛାଡିବା ବଦଳରେ ସେମାନଙ୍କ ସାଥୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ତାଙ୍କ ମଧ୍ୟରେ ମୁସ୍ତାକ ଅହମ୍ମଦ ଜରଗରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

ଭାରତ ସରକାର ଅନ୍ୟ ଆତଙ୍କବାଦୀଙ୍କ ସହ ଜରଗରକୁ ମଧ୍ୟ ମୁକ୍ତ କରିଥିଲେ। ଏହା ପରେ ସେ ପାକିସ୍ତାନ ଯାଇ ସେଠାରେ ରହି ଭାରତ ବିରୁଦ୍ଧରେ ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ୨୦୦୨ ରେ ପାକିସ୍ତାନ ଥରେ ଦାବି କରିଥିଲା ଯେ ଜରଗରଙ୍କୁ ଗିରଫ କରାଯାଇଛି। କିନ୍ତୁ ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଜରଗର ପାକିସ୍ତାନରେ ରହି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ରହିଥିଲେ। ଏହି ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି।

ଏହା ପୂର୍ବରୁ ଦାଉଦକ ଇବ୍ରାହିମ, ହାଫିଜ ସଇଦ ଏବଂ ପରେ ହାଫିଜ ସଇଦଙ୍କ ପୁଅ ତାଲହା ସଇଦଙ୍କୁ ଏହି ବର୍ଗର ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri