Posted inପୁରୀ

ବେଆଇନ ନିର୍ମାଣ ବିରୋଧରେ କୋର୍ଟରେ ମାମଲା

ପୁରୀ ଅଫିସ,୧୪।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣକୁ ବିରୋଧ କରି ପୁରୀ ଓକିଲ ସଂଘ ପକ୍ଷରୁ ବୁଧବାର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରି ମାମଲା ଦାୟର କରାଯାଇଛି। ଆଇନଜୀବୀ ବିଭୂତି ଶଙ୍କର ତ୍ରିପାଠୀ ଏହି ମାମଲା ଦାୟର କରିଛନ୍ତି। ପ୍ରକଳ୍ପ ଦାୟିତ୍ୱରେ ଥିବା ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର ମ୍ୟାନେଜର, ଓଡ଼ିଶା ସେତୁ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଶ୍ରୀମନ୍ଦିରର ଶହେ ମିଟର ପରିଧି ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଗତ ମାର୍ଚ୍ଚ ୧୬ରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନାହିଁ। ଏହାପରେ ଏପ୍ରିଲ ୮ରେ ଏସ୍‌ପି କନୱର ବିଶାଲ ସିଂଙ୍କୁ ମଧ୍ୟ ଏତଲା ଦିଆଯାଇଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଆମ୍‌ସାର୍‌ ଆକ୍ଟ-୧୯୫୮ ଅନୁଯାୟୀ ଶ୍ରୀମନ୍ଦିର ଶହେ ମିଟର ପରିଧି ନିର୍ମାଣ କାର୍ଯ୍ୟ ବେଆଇନ ହୋଇଥିବା ବେଳେ ଓବିସିସି ଏବଂ ଟାଟା କମ୍ପାନୀ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୪୦ ମିଟର ଦୂରରେ ପଶ୍ଚିମ, ଉତ୍ତର, ଦକ୍ଷିଣ-ପୂର୍ବ ଦିଗରେ ୩୦ ଫୁଟ୍‌ର ଖନନ କାର୍ଯ୍ୟ କରୁଛନ୍ତି। ବଡ଼ ବଡ଼ ଡ୍ରିଲିଙ୍ଗ ମେଶିନ ସହାୟତାରେ ଏହି କାର୍ଯ୍ୟ କରାଯାଇଛି, ଯାହାଫଳରେ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରଭାବିତ ହେଉଛି। ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମାଣ କରିବା ଆଳରେ ଏହି ବଡ଼ ବଡ଼ ଖନନ କରି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏଣୁ ପ୍ରଶାସନ ମୂକ ବଧିର ଭଳି ବ୍ୟବହାର କରୁଥିବାରୁ ଓକିଲ ସଂଘର ଜେନେରାଲ ବଡି ମିଟିଂ ନିଷ୍ପତ୍ତି ଅନୁଯାୟୀ ଆଇପିସି ଧାରା ୩୦-ଏ ଏବଂ ୧୬୬-ଏ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଏଏସ୍‌ଆଇ ଫେବୃୟାରୀ ୫ରେ ଓବିସିସି ପ୍ରୋଜେକ୍ଟ ମ୍ୟାନେଜରଙ୍କୁ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଇନକୁ ବେଖାତିର କରି ଖନନ କରାଯାଉଛି। ଏଣୁ ଫୌଜଦାରି ଆଇନ ଧାରା ୧୫୬(୩) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦିଆଯିବାକୁ କୋର୍ଟଙ୍କୁ ଅପିଲ୍‌ କରାଯାଇଛି। ଏହି ମକଦ୍ଦମାରେ ଆଇନଜୀବୀ ଶାରଦା ପ୍ରସାଦ ସାମଲ, ଭଗବାନ ମିଶ୍ର, ପ୍ରିୟଦର୍ଶନ ପଟ୍ଟନାୟକ, ପ୍ରେମାନନ୍ଦ ମହାନ୍ତି ଓ ତପନ କୁମାର ବାରିକ ପ୍ରମୁଖ ସାକ୍ଷୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri