Posted inଜାତୀୟ

ଏସ୍‌ଡିଓ ଲୁହା ପୋଲ ଚୋରି ମାମଲାର ମାଷ୍ଟରମାଇଣ୍ଡ୍‌, ୨ ସରକାରୀ ଅଧିକାରୀଙ୍କ ସମେତ ୮ ଗିରଫ…

ରୋହତାସ, ୧୧।୪ : ବିହାରର ରୋହତାସ ଜିଲାରେ ହୋଇଥିବା ଲୁହା ପୋଲ ଚୋରି ମାମଲାରେ ୨ ସରକାରୀ ଅଧିକାରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି। ସରକାରୀ ଅଧିକାରୀଙ୍କ ମଧ୍ୟରେ ଜଣେ ଅନୁମଣ୍ଡଳ ଏବଂ ଅନ୍ୟଜଣେ ପାଣିପାଗ ବିଭାଗର ଅଫିସର ରହିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପାଣିପାଗ ବିଭାଗ ଅଧିକାରୀ ଅରବିନ୍ଦ କୁମାର ପୋଲ ଚୋରିର ନେତୃତ୍ୱ ନେଇଥିଲେ। ଗ୍ୟାସ୍‌ କଟର ଏବଂ ଅନ୍ୟ ଉପକରଣରେ ପୋଲ କଟାଯାଇଥିଲା। ଏହାର ମାଷ୍ଟର ମାଇଣ୍ଡ ଏସ୍‌ଡିଓ ରାଧେ ଶ୍ୟାମ ସିଂ ବୋଲି ପୋଲି ପକ୍ଷରୁ କୁହାଯାଇଛି। ଏସ୍‌ଡିଓ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଚୋରିରେ ବ୍ୟବହୃତ ହୋଇଥିବା ଜେସିବି, ପିକ୍‌ ଅପ୍‌ ଭ୍ୟାନ୍‌, ଗ୍ୟାସ୍‌ କଟରକୁ ଜବତ କରାଯାଇଛି।

ସୋସିଆଲ ମିଡ଼ିଆରେ ଚୋରମାନେ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର ଲୁହା ପୋଲକୁ ତିନି ଦିନ ମଧ୍ୟରେ ଚୋରାଇ ନେଇଥିବା ଖବର ଭାଇରାଲ ହେବାପରେ ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଚୋର ଦିବାଲୋକରେ ପୋଲ କାଟି ଗାଡିରେ ଗାଡ଼ିରେ ଲୋଡ୍‌ କରି ନେଇ ଯାଇଥିଲେ। ଏହି ଘଟଣା ନାସିରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଅମିଆବର୍‌ରେ ଘଟିଥିଲା।

୧୯୭୨ ମସିହାରେ ୫୦ ବର୍ଷ ତଳେ ଆରା କେନାଲ ଉପରେ ଏହି ଲୁହା ପୋଲ ନିର୍ମାଣ କରାଯାଇଥିଲା। ଲୁହା ପୋଲଟି କଳଙ୍କି ଲାଗି ଯାଇଥିଲା। ତେଣୁ ବିଭାଗ ତରଫରୁ ଏକ କଂକ୍ରିଟ୍‌ ପୋଲ ତିଆରି କରାଯାଇଥିଲା । ଗ୍ରାମବାସୀମାନେ ବହୁ ବର୍ଷ ଧରି ଏହି ପୁରୁଣା ଲୁହା ପୋଲକୁ ହଟାଇବା ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ଚୋରମାନେ ଏହାର ସୁଯୋଗ ନେଇ ଏହାକୁ ଚୋରାଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri