ବଢ଼ୁଛି ସାଇବର ଠକଙ୍କ ଦୌରାତ୍ମ୍ୟ

ଭୁବନେଶ୍ୱର,୬।୪ (ବ୍ୟୁରୋ): ବାରମ୍ବାର ସଚେତନତା ସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ଆଖି ପିଛୁଳାକେ ହରାଇ ବସୁଛନ୍ତି। ଗତ ଜାନୁୟାରୀରେ ରାଜଧାନୀରୁ ସାଇବର ଠକ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କା ଠକି ନେଇଥିବାବେଳେ ଫେବୃୟାରୀରେ ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଠକେଇ ହୋଇଥିଲା। ଫେବୃୟାରୀରେ ଏହି ପରିମାଣ ବୃଦ୍ଧି ପାଇଥିବାବେଳେ ମାର୍ଚ୍ଚରେ କମିଛି। ଭୁବନେଶ୍ୱର ସାଇବର କ୍ରାଇମ ହେଲ୍ପ ଡେସ୍କ ପକ୍ଷରୁ ମଙ୍ଗଳବାର ମିଳିଥିବା ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ସାଇବର ଠକ ୯୧ ଲକ୍ଷ ୫୬ ହଜାର ୫୩ ଟଙ୍କା ଲୁଟି ନେଇଛନ୍ତି। ହେଲ୍ପ ଡେସ୍କ ଓ ଅର୍ଥନୈତିକ ଅପରାଧ ଥାନାର ମିଳିତ ଉଦ୍ୟମରେ ମାର୍ଚ୍ଚରେ ଠକେଇ ଟଙ୍କାରୁ ମାତ୍ର ୧୦ ଲକ୍ଷ ୫୭ ହଜାର ୬୬୧ ଟଙ୍କା ଫେରିଛି। ସେହିପରି ମାର୍ଚ୍ଚରେ ହେଲ୍ପ ଡେସ୍କକୁ ସାରା ଓଡ଼ିଶାରୁ ୪୧୨ଟି କଲ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ ୨୬୭ କଲ ଆସିଥିବା ବେଳେ ଅନ୍ୟ ଜିଲାରୁ ୩୬ଟି ଅଭିଯୋଗ ଆସିଛି। କେବଳ ଭୁବନେଶ୍ୱରରୁ ୟୁପିଆଇ ଠକେଇ ସମ୍ପର୍କିତ ୧୧୦, କ୍ରେଡିଟ ଓ ଡେବିଟ କାର୍ଡ ଦ୍ୱାରା ୮୦ ଏବଂ ଅନ୍ୟ ୭୭ଟି ଅନ୍‌ଲାଇନ ଠକେଇ ଅଭିଯୋଗ ମିଳିଛି। ଭୁବନେଶ୍ୱର ସହରାଞ୍ଚଳ ଜିଲାରେ ଗତ ମାର୍ଚ୍ଚରେ ୭ଟି ମକଦ୍ଦମା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଥିବା ବେଳେ ହେଲ୍ପ ଡେସ୍କ ଏବଂ ଥାନାର ନିଜସ୍ବ ଉଦ୍ୟମ କ୍ରମେ ୧୫ଟି ସାଇବର ସେଫ୍‌ ଟିକେଟ ଜେନେରେଟ କରାଯାଇଥିଲା। ଅଭିଯୋଗକାରୀମାନଙ୍କୁ ୧୦ ଲକ୍ଷ ୫୭ ହଜାର ୬୬୧ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୪୦ ହଜାର ଟଙ୍କା ବ୍ଲକ କରାଯାଇପାରିଛି। ମାର୍ଚ୍ଚରେ ଅନ୍‌ଲାଇନ ଠକାମିର ଶିକାର ହୋଇଥିବା ୨୫ଜଣ ଅଭିଯୋଗକାରୀଙ୍କର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇପାରିଛି। ଏହି କ୍ରମରେ ମାର୍ଚ୍ଚରେ ପର୍ଯ୍ୟାୟ କ୍ରମେ ଅଭିଯୋଗକାରୀମାନଙ୍କର ୧,୩୯,୯୦୦ ଟଙ୍କା, ୧,୩୪, ୯୯୯ ଟଙ୍କା ଏବଂ ୧,୫୧୧୭ ଟଙ୍କା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଫେରସ୍ତ କରାଯାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri