Odisha Elections 2024

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରୁଣା ପୋଖରୀ

କେନ୍ଦ୍ରାପଡ଼ା ଅଫିସ, ୫ା୪:୧୮୬୯ ମାର୍ଚ୍ଚ ୧୦ରେ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ମିଳିଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୩ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡ଼ି ରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍‌ ଭାବେ ଚାଲୁନାହିଁ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ ଓ ନାଳ ଅଳିଆ ଆବର୍ଜନାରେ ଭରି ରହିବା ହେତୁ ବର୍ଷ ସାରା ମଶାଙ୍କ ବାସସ୍ଥଳ ପାଲଟିଛି। ଏହି ପୁରାତନ ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସ୍ଥାନୀୟ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ଜଳପଥ ଏହି ଜିଲାରେ ଅଛି। ଏହି ସହର ସମେତ ଆଖପାଖ ଅଞ୍ଚଳରେ ପୂର୍ବରୁ ନୌପରିବହନ ହେଉଥିଲା। ତେବେ ପୌରାଞ୍ଚଳର ୨୧ଟି ୱାର୍ଡରେ ଏବେ ଗୋଟିଏ ଦୁଇଟି ପୋଖରୀ ନଜରକୁ ଆସୁଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ ଓ ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ନାଳ ଓ ପୋଖରୀଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇଛି। ଫଳରେ ମଶା ମାଛିଙ୍କ ଉପଦ୍ରବ ସହ ପରିବେଶ ଦୂଷିତ କରୁଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ସ୍ଥାନୀୟ ନେତୃତ୍ୱର ଅଭାବ ସହ ପ୍ରଶାସକଙ୍କର ଏଥିପ୍ରତି ଦୃଷ୍ଟି ପଡୁନାହିଁ। ସେକ ସାବିର କହିଛନ୍ତି, ଜଳ ନିଷ୍କାସନ ସମସ୍ୟା ପାଇଁ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ମହିପାଳ, ବଣିଆମାଳ, ନୂଆ ବସ୍‌ଷ୍ଟାଣ୍ଡ ଆଦି ପୋଖରୀଗୁଡ଼ିକ ପୌରପାଳିକା ଅଧୀନରେ ଥିଲେ ମଧ୍ୟ ସଫା ହୋଇପାରୁନାହିଁ। ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡ଼ିକ ସଙ୍କୁଚିତ ହୋଇଛି। ଉଚ୍ଛେଦକୁ ସ୍ଥାନୀୟ ଲୋକ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢ଼ିଛି। ଗୋବରୀ ନଦୀ ପଠା ଓ ଗୋବରୀ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସନିକ ଅଧିକାରୀମାନେ ଦେଇପାରୁନାହାନ୍ତି। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଉ ନ ଥିବାରୁ ଯାତାୟାତ ସମୟରେ ଗାଡ଼ିମଟର ଅଟକି ରହୁଛି। ସେହିପରି ସହର ପାଇଁ ଦ୍ୱିତୀୟ ବାଇପାସ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ବହୁଦିନରୁ ଅଟକି ରହିଛି। ସେକ୍‌ ଅମଜାନ କହିଛନ୍ତି, ରାଜ୍ୟର ଏହି ସର୍ବପୁରାତନ ସହରର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇବା କଥା। ଏକା ଦିନରେ କେନ୍ଦ୍ରାପଡ଼ା ସହିତ ଯାଜପୁର ମ୍ୟୁନିସିପାଲିଟିର ଘୋଷଣା ହୋଇଥିଲା। ଯାଜପୁର ସହରର ଉନ୍ନୟନ କାର୍ଯ୍ୟ ସମ୍ମୁଖରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ବହୁ ପଛରେ ପଡ଼ିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନବନିର୍ବାଚିତ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି, ବିଗତ କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ଆଦି ସ୍ଥାପନ ହୋଇଛି। ଏହାବ୍ୟତୀତ ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ ନଜରକୁ ଆସିଛି। ଖୁବ୍‌ଶୀଘ୍ର ଏହି ସହରକୁ ରାଜ୍ୟର ଉନ୍ନତ ସହର ମଧ୍ୟରେ ରଖିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri