Posted inଜାତୀୟ

୧୦ ରାଜ୍ୟର ୧୮ ସ୍କୁଲରେ ଡ୍ରୋନ୍‌ ପାଇଲଟ୍‌ ଟ୍ରେନିଂ…

ନୂଆଦିଲ୍ଲୀ, ୪।୪ : ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅନେକ କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ମଧ୍ୟ ଅନୁମୋଦନ କରାଯାଇଛି। ୨୦୨୨ ବଜେଟ ଉପସ୍ଥାପନ କରିବାବେଳେ କେନ୍ଦ୍ର ସରକାର ଡ୍ରୋନ ସହ ଜଡିତ ଏକ ବଡ ଘୋଷଣା କରିଥିଲେ। ମୋବାଇଲ ଏବଂ କମ୍ପ୍ୟୁଟର ପରି ବୈନନ୍ଦିନ ଜୀବନରେ ଡ୍ରୋନ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଉଥିଲା। ଯେଉଁଥିପାଇଁ ବହୁ ସଂଖ୍ୟକ ଡ୍ରୋନ ପାଇଲଟ ମଧ୍ୟ ଆବଶ୍ୟକ ହେବେ।

ଏହି ଯୋଜନା ଅନ୍ତର୍ଗତ ୧୦ ରାଜ୍ୟରେ ଡ୍ରୋନ ପାଇଲଟ୍ଙ୍କ ତାଲିମ ପାଇଁ ୧୮ ସ୍କୁଲ ଖୋଲାଯାଇଛି। ଅଧିକାଂଶ ସ୍ଥାନରେ ବିଦ୍ୟାଳୟ ଖୋଲିବା ପାଇଁ କେବଳ ପ୍ରାଇଭେଟ ଫ୍ଲାଇଙ୍ଗ କ୍ଲବଗୁଡ଼ିକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ଦୁଇଟି ଏବଂ ହରିୟାଣାରେ ଚାରିଟି ସ୍କୁଲ ଖୋଲିଛି। ଡ୍ରୋନ ସମ୍ବନ୍ଧୀୟ ଅଧିକ ସୂଚନା ଡିଜିଟାଲ ସ୍କାଏ ନାମକ ଏକ ପ୍ଲାଟଫର୍ମରେ ଡିଜିସିଏର ୱେବସାଇଟରେ ପ୍ରଦାନ କରାଯାଇଛି।

 

ଉତ୍ତରପ୍ରଦେଶର ଆଲିଗଡର ଧାନିପୁର ଏୟାରଷ୍ଟ୍ରିପରେ ଦୁଇଟି ଡ୍ରୋନ ପାଇଲଟ ଟ୍ରେନିଂ ସ୍କୁଲ ଖୋଲାଯାଇଛି। ହରିୟାଣାରେ ଗୁରୁଗ୍ରାମରେ ତିନୋଟି ଏବଂ ବାହାଦୂରଗଡରେ ଗୋଟିଏ ସ୍କୁଲ ରହିଛି। ମଧ୍ୟପ୍ରଦେଶର ଗ୍ବାଲିଅର୍‌, ଗୁଜୁରାଟର ଅହମ୍ମଦାବାଦ, ହିମାଚଳ ପ୍ରଦେଶର ଶାହପୁର, ଝାଡଖଣ୍ଡର ଜାମସେଦପୁର, କର୍ନାଟକର ବେଙ୍ଗାଲୁରୁ, ମହାରାଷ୍ଟ୍ରର ପୁଣେରେ ୪ ଟି, ମୁମ୍ବାଇରେ ଗୋଟିଏ ଏବଂ ବାରାମତିରେ ଗୋଟିଏ ଖୋଲାଯାଇଛି। ତେଲେଙ୍ଗାନାର ସିକନ୍ଦରାବାଦ ଏବଂ ହାଇଦ୍ରାବାଦରେ ଗୋଟିଏ ଲଖାଏଁ ଖୋଲାଯାଇଛି । ତାମିଲନାଡୁର ଚେନ୍ନାଇରେ ଗୋଟିଏ ଟ୍ରେନିଂ ସ୍କୁଲ ଖୋଲା ଯାଇଛି।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ଡାକ୍ତରୀ, କୃଷି, ପଞ୍ଚାୟତରାଜ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଗୃହ ଓ ସହରାଞ୍ଚଳ, ଖଣି, ପରିବହନ, ବିଦ୍ୟୁତ୍‌, ପେଟ୍ରୋଲିୟମ ଏବଂ ଗ୍ୟାସ, ପରିବେଶ ଏବଂ ସୂଚନା କ୍ଷେତ୍ରରେ ଡ୍ରୋନ ବ୍ୟବହାର କରିବାକୁ ଅନୁମୋଦନ ଦିଆଯାଇଛି। ସେହିପରି କରୋନା ଟିକା ଯୋଗାଣ ପାଇଁ ମେଘାଳୟରେ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri