ବାହାଘର ପାଇଁ ଶପିଙ୍ଗ ଆରମ୍ଭ କଲେଣି ଆଲିଆ!

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି । ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ । କିଛିଦିନ ହେବ ସେମାନଙ୍କ ବିବାହ ଖବର ସାମ୍ନାକୁ ଆସିଥିଲେ ବି ସେମାନେ କେବେ ବିବାହ କରିବେ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏବେ ଆଲୋଚନା ହେଉଛି କି ଏମାନେ ଖୁବଶୀଘ୍ର ବିବାହ କରିବେ । ଏବେ ଆଲିଆ ରଣବୀରଙ୍କର ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ପ୍ରଶଂସକ ଅନୁମାନ କରୁଛନ୍ତି କି ଏମାନେ ବିବାହ ପାଇଁ ଶାଢିର ଶପିଙ୍ଗ ଆରମ୍ଭ କରି ସାରିଲେଣି । କାରଣ ଏମାନେ ଏକ ଶାଢି ଫ୍ୟାଶନ ବ୍ରାଣ୍ଡ ଓ ଡିଜାଇନରଙ୍କ ସହ ଫଟୋ ଶେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ଏହି ଡିଜାଇନର ବିଶେଷ ଭାବେ ବ୍ରାଇଡାଲ ଶାଢି ପାଇଁ ଖୁବ୍ ଜଣାଶୁଣା । ସେଥିପାଇଁ ଆଲିଆ-ରଣବୀରଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି କି ଏହି ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାକୁ ଦେଖିବା ପରେ ପ୍ରଶଂସକମାନେ କମେଣ୍ଟ ବକ୍ସରେ କପୁଲଙ୍କୁ ଶୁଭେଚ୍ଛା ବି ଜଣାଇ ସାରିଲେଣି ।
ଶୁଣିବାକୁ ମିଳିଛି କି ରଣବୀର-ଆଲିଆ ଚଳିତ ବର୍ଷ ଏପ୍ରିଲରେ ବିବାହ କରିବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ରଣବୀରଙ୍କ ମାଆ ନିତୁ କପୁର ବି ଡିଜାଇନର ମନିଶ ମାଲହୋତ୍ରାଙ୍କୁ ଭେଟିଥିଲେ । ତେଣୁ ଆଲିଆ-ରଣବୀର ଶୀଘ୍ର ବିବାହ କରିବେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri