କ୍ରାଇମ ସିନ୍‌ ରିକ୍ରିଏଶନ୍‌ କଲା ପୋଲିସ

ପୁରୀ ଅଫିସ,୨୭।୩: ପୁରୀର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୋଲିସ କ୍ରାଇମସିନ୍‌ ରିକ୍ରିଏସନ୍‌ କରିଛି। ହତ୍ୟାକାଣ୍ଡ ଘଟିଥିବା ବାରବାଟୀ ଜାଗାରେ ଅଭିଯୁକ୍ତ ଡେମୋ ଦେଖାଇଛନ୍ତି। ବାରବାଟୀ ଜାଗା ପଛ ରାସ୍ତାଦେଇ ଦୁଇ ଅଭିଯୁକ୍ତ ପ୍ରଫୁଲ୍ଲ ମହାପାତ୍ର(ଟୁଟୁ) ଓ ଲକ୍ଷ୍ମଣ ସୁଆର(କୁନୁମୁନି)ଙ୍କୁ ବାରବାଟୀ ଜାଗା ପାଖକୁ ନିଆଯାଇଥିଲା। କାଳିଆଙ୍କୁ କିଭଳି ହତ୍ୟା କଲେ ତାହାର ଡେମୋ ଦେବା ପାଇଁ ଅଭିଯୁକ୍ତଙ୍କୁ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଥିଲେ। କୁନୁମୁନି ନୃସିଂହଙ୍କ ମନ୍ଦିର ସମ୍ମୁଖରେ କାଳିଆଙ୍କ ସହ ବସି ଆଲୋଚନା କରୁଥିବାବେଳେ ଟୁଟୁ ମହାପାତ୍ର ନୃସିଂହଙ୍କୁ ମୁଣ୍ଡିଆ ମାରିବା ବାହାନାରେ ବାରବାଟୀ ଜାଗାରେ ପହଞ୍ଚତ୍ଥିଲେ। ଏହାପରେ କାଳିଆଙ୍କୁ ପଛପଟୁ ଟୁଟୁ ଗୁଳି ଚଳାଇଥିଲେ। କାଳିଆ ଘଟଣାସ୍ଥଳରେ ଟଳି ପଡ଼ିଥିବାବେଳେ ଅଭିଯୁକ୍ତମାନେ ସାଙ୍ଗରେ ଆଣିଥିବା ମୋଟର ସାଇକେଲରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ପଛ ରାସ୍ତା ଦେଇ ବାରବାଟୀ ଜାଗାରେ ପ୍ରବେଶ କରିଥିବାବେଳେ ହତ୍ୟାକାଣ୍ଡ ଭିଆଇବା ପରେ ଜାଗାର ସମ୍ମୁଖ ରାସ୍ତାଦେଇ ବାହାରକୁ ଚାଲି ଯାଇଥିଲେ ବୋଲି କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ ବେଳେ ଜଣାଇଥିଲେ। ସେହିଭଳି ଅନ୍ୟଦୁଇ ଅଭିଯୁକ୍ତ ହରି ପଣ୍ଡା ଓ ବାବା ମହାପାତ୍ର ଘଟଣାସ୍ଥଳରୁ ସାମାନ୍ୟ ଦୂରରେ ଥିଲେ। ପୋଲିସ ଶନିବାର ଏହି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ରେ ହରି ଏବଂ ବାବାଙ୍କୁ ସାମିଲ କରିନାହିଁ।
ସୂଚନା ଅନୁଯାୟୀ, ହରି ଏବଂ ବାବା ବାଇକ୍‌ ଧରି ବାରବାଟୀ ଜାଗାଠାରୁ ସାମାନ୍ୟ ଦୂରରେ ଠିଆ ହୋଇ ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନଜର ରଖୁଥିଲେ। ଯଦି କେହି ହଠାତ୍‌ ଚାଲିଆସିଲେ, ତେବେ ସେ ନେଇ ସୂଚନା ଦେବା ପାଇଁ ସେମାନଙ୍କୁ କୁହାଯାଇଥିଲା। କ୍ରାଇମସିନ୍‌ ରିକ୍ରିଏସନ୍‌ ପାଇଁ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଥିଲା। ଅଭିଯୁକ୍ତମାନେ ୩ ଦିନିଆ ରିମାଣ୍ଡରେ ଆସିଥିବାବେଳେ ଏହି ସମୟ ମଧ୍ୟରେ ହେବାକୁ ଥିବା ଜେରା ଓ ତଦନ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ କରୁଛି। ତେବେ କ୍ରାଇମ ସିନ୍‌ ରିକ୍ରିଏସନ୍‌ରେ ସାମିଲ ହୋଇପାରି ନ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁରୀ ଟାଉନ ଥାନାରେ ରଖାଯାଇଛି। ଏସ୍‌ପି କନ୍‌ୱର ବିଶାଲ ସିଂ କହିଛନ୍ତି ଯେ, ୪ ଅଭିଯୁକ୍ତଙ୍କୁ କୋର୍ଟ ୩ ଦିନିଆ ରିମାଣ୍ଡରେ ନେଇଛନ୍ତି। ତନ୍ମଧ୍ୟରୁ ୨ଜଣଙ୍କୁ ଶନିବାର ହତ୍ୟାକାଣ୍ଡସ୍ଥଳକୁ ନେଇ ସିନ୍‌ ରିକ୍ରିଏଶନ୍‌ କରାଯାଇଛି। ସେହିଭଳି ଅନ୍ୟଦୁଇ ଅଭିଯୁକ୍ତଙ୍କୁ ମଧ୍ୟ କ୍ରାଇମ୍‌ ସ୍ପଟ୍‌କୁ ନିଆଯିବ। ଯଥେଷ୍ଟ ସାକ୍ଷ୍ୟ ଓ ପ୍ରମାଣ ଯୋଗାଡ଼ କରି ଏକ ଚାର୍ଜଶିଟ୍‌ ଦାଖଲ କରିବା ଉପରେ ପୁରୀ ପୋଲିସ ଜୋର୍‌ ଦେଉଛି। ଏନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ ହୋଇଥିବାବେଳେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ନେତୃତ୍ୱ ନେଇଛନ୍ତି। ଏହି ଟିମ୍‌ରେ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀଙ୍କ ସମେତ ବଳିଆପଣ୍ଡା, ବାସେଳୀ ସାହି ଓ ଟାଉନଥାନା ଆଇଆଇସି ସାମିଲ ରହିଛନ୍ତି। ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ଓ ତଦନ୍ତ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଅତିରିକ୍ତ ଏସ୍‌ପିଙ୍କ ପାଖରେ ରହିଛି। ତଦନ୍ତ ସରିବା ପରେ ଚାର୍ଜଶିଟ୍‌ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri