ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ

କେସିଙ୍ଗା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓ ଉଗ୍ରସେନ ଗୌଡ଼ଙ୍କ ଉପସ୍ଥିତିରେ ଝରଣା ବାଗ ବୁଧବାର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବତନ ସରପଞ୍ଚ ହେମନ୍ତ ନାଗ୍‌ଙ୍କଠାରୁ ନୂଆ ସରପଞ୍ଚ ଝରଣା ବାଗ୍‌ ଦାୟିତ୍ୱ ନେଇଛନ୍ତି। ଏହି ଦାୟିତ୍ୱ ଗ୍ରହଣ ସମୟରେ ପିଇଓ ଉଗ୍ରେସନ ଗୌଡ଼, ଜିଆରଏସ୍‌ ଉପେନ୍ଦ୍ର ଗୌଡ଼, ନାଏବ ସରପଞ୍ଚ ପଙ୍କଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ସରପଞ୍ଚ ପଞ୍ଚାୟତବାସୀଙ୍କୁ ରାସ୍ତାଘାଟ, ପାନୀୟଜଳ, ଆବାସ ଯୋଜନା,ମନେରଗା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଭର୍ତ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଠିକ୍‌ ଭାବେ ପଞ୍ଚାୟତକୁ ପରିଚାଳନା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି।

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

ମାଡି ଆସୁଛି ଝଡ଼ ବର୍ଷା, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୫।୫: ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ...

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri