କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ପରଖିଲେ କାୟାକଳ୍ପ ଟିମ୍‌ ସଦସ୍ୟ

କୋକସରା,୧୫ା୩ (ଡି.ଏନ.ଏ.): ମଙ୍ଗଳବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି କାୟାକଳ୍ପ ଟିମ ସଦସ୍ୟ। ମଧ୍ୟାହ୍ନରେ ସେମାନେ ପହଞ୍ଚିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ତ୍ୱଦର୍ଶୀ ଦାସ ସମେତ ହସ୍ପିଟାଲର କର୍ମଚାରୀମାନେ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ । ପରେ ଟିମର ସଦସ୍ୟ ହସ୍ପିଟାଲର ଇନଡୋର୍‌, ଆଉଟ୍‌ ଡୋର୍‌, କୋଭିଡ୍‌ ଟୀକାକରଣ କେନ୍ଦ୍ର, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ, ଅଂଶୁଘାତ କକ୍ଷ ବୁଲି ଦେଖିବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠିର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ। କାୟାକଳ୍ପ ଟିମ୍‌ର ନେତୃତ୍ୱ ଭୁବନେଶ୍ୱରରୁ ଆସିଥିବା ଡାକ୍ତର ପ୍ରଦୀପ କୁମାର ପାଢୀ, ଡାକ୍ତର ବିକାଶ ପଟ୍ଟନାୟକ, ହୀରାଲାଲ ନାଏକ ଡି.ଏଚ୍‌.ଏଚ୍‌ କଳାହାଣ୍ଡି ଡାକ୍ତର ଶ୍ରୀରାମ ମହାନ୍ତି ସମେତ କଳାହାଣ୍ଡି ଜିଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଗାଁ କଲ୍ୟାଣ ସମିତିର ରିତା ନାଏକ ପ୍ରମୁଖ ଏହି ଟିମ୍‌ରେ ଉପସ୍ଥିତ ରହି ପରିଦର୍ଶନ କରିଥିଲେ। ଟିମ ପରିଦର୍ଶନ ସମୟରେ ହସ୍ପିଟାଲର ଡାକ୍ତର ବିଜୟଲକ୍ଷ୍ମୀ ପଣ୍ଡା, ଡାକ୍ତର ଅଭିଷେକ ବେହେରା, ଡାକ୍ତର ଅନିଲ ମେହେର, କର୍ମଚାରୀ ବି.ପି.ଏମ ମାନସ ନୟନ ସ୍ବାଇଁ, ପି.ଏଚ.ଇ.ଓ ଚିଦାନନ୍ଦ ପଣ୍ଡା, ଫାର୍ମାଶିଷ୍ଟ ସୁଧୀର ଧଙ୍ଗଡା ମାଝୀ, ସେବିକା ଲଷ୍ମୀପ୍ରିୟା ବଲ, ଗୀତାଞ୍ଜଳି ବାଗ, ଆରତି ନାଏକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri