୨୦୨୫ରେ ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ,୧୩।୭: ଚଳିତ ବର୍ଷ ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହେବ। ସେହିଭଳି ୨୦୨୫ରେ ଏହା ଜାପାନକୁ ଟପି ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ବୋଲି ଶୁକ୍ରବାର ଆଇଏସ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କେନ୍ଦ୍ରରେ ଭାଜପା ଶାସନାଧୀନ ସରକାର ପୁଣିଥରେ କ୍ଷମତାକୁ ଫେରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଶର ଅର୍ଥନୈତିକ ରୋଡମ୍ୟାପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୨୦୧୯ରେ ୩ ଟ୍ରିଲିୟନ ଡଲାର ଏବଂ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ଭାରତକୁ ଉଚ୍ଚ ମଧ୍ୟମ ଆୟକାରୀ ବର୍ଗର ଦେଶ ଭାବେ ରୂପାନ୍ତରିତ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ଭାରତ ଚଳିତ ବର୍ଷ ବ୍ରିଟେନକୁ ଟପିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ସେହିଭଳି ୨୦୨୫ ବେଳକୁ ଭାରତର ଜିଡିପି ଜାପାନକୁ ଅତିକ୍ରମ କରିବାର କ୍ଷମତା ରଖିଛି ବୋଲି ଆଇଏସ୍‌ଏସ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ରେ ଭାରତର ଖାଉଟି ବଜାର ୧.୯ ଟ୍ରିଲିୟନ ଡଲାରରୁ ବୃଦ୍ଧି ଘଟି ୨୦୨୫ ବେଳକୁ ୩.୬ ଟ୍ରିଲିୟନ ଡଲାର ଛୁଇଁବ। ଭାରତର ଜିଡିପି ଅଭିବୃଦ୍ଧି ଧାରା ତ୍ୱରାନ୍ବିତ ହେଉଥିବା ବେଳେ ଏହା ବିଶ୍ୱ ଜିଡିପି ଅଭିବୃଦ୍ଧିକୁ ମଧ୍ୟ ଯୋଗଦାନ ରଖୁଛି। ଏହାବାଦ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ କାର୍ଯ୍ୟ କରିବ। ଏହି ଅଞ୍ଚଳରେ ବାଣିଜ୍ୟ ଏବଂ ନିବେଶ ଆଗମନକୁ ତ୍ୱରାନ୍ବିତ କରିବାରେ ଭାରତ ସହାୟତା କରିବ ବୋଲି ଆଇଏସଏସ୍‌ ପକ୍ଷରୁ କୁହାଯାଇଛି। ଏହି ଲକ୍ଷ୍ୟ ହାସଲ ଲାଗି ଆଗାମୀ ୫ ବର୍ଷରେ ଦେଶରେ ନିବେଶ ବୃଦ୍ଧି, ସଞ୍ଚୟ ଏବଂ ରପ୍ତାନି ବଢ଼ାଇବା ଉପରେ ଧ୍ୟାନ ଦେବାକୁ ହେବ। ଉଦ୍ଭାବନ, ତ୍ୱରିତ ଉତ୍ପାଦକତା ବୃଦ୍ଧି, ନୂଆ ଟେକ୍ନୋଲୋଜି ଆପଣାଇବା, ନିଯୁକ୍ତି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ନିବେଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଦେଶରେ ନୂଆ ଇକୋନୋମୀ ଷ୍ଟାର୍ଟଅପ ସୃଷ୍ଟି ସହ ମୂଲ୍ୟଯୁକ୍ତ ଏବଂ କୁଶଳୀ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ମୋଦି ସରକାରଙ୍କ ପ୍ରଥମ ପାଳିରେ ନୂଆ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବନ୍ଦର, ଶକ୍ତି କ୍ଷେତ୍ର, ନିୟାମକ ବୋଝ ହ୍ରାସ, ସରକାରୀ ନିଲିଫିତାର ପ୍ରଭାବ ହ୍ରାସ ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ନୂଆ ନୀତି ଉପରେ କାର୍ଯ୍ୟ କରିବାକୁ ରିପୋର୍ଟ କୁହାଯାଇଛି। ୨୦୧୯ରେ ପ୍ରକାଶିତ ବିଶ୍ୱ ବ୍ୟାଙ୍କ ଇଜ ଅଫ୍‌ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୧୯୦ ଦେଶ ମଧ୍ୟରୁ ୭୭ତମ ସ୍ଥାନରେ ରହିଛି। ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଆଇନ ବ୍ୟବସ୍ଥାରେ ସଂସ୍କାର, ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି। କଣ୍ଟ୍ରାକ୍ଟ ଲାଗୁ କରିବା କ୍ଷେତ୍ରରେ ଭାରତ ବର୍ତ୍ତମାନ ୧୬୩ ତମ ସ୍ଥାନରେ ରହିଛି। ଏହା ଏକ ଚିନ୍ତାରବିଷୟ ବୋଲି ଉଲ୍ଲେଖ କରାଯାଇଛି। ନ୍ୟାୟିକ ବ୍ୟବସ୍ଥାରେ ମାମଲାଗୁଡିକୁ ତ୍ୱରୀତ ଫଇସଲା କରିବା ଲାଗି ଅତିରିକ୍ତ ବିଚାରପତି ନିଯୁକ୍ତି, ଶ୍ରମ ଆଇନରେ ସଂସ୍କାର ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ଏହି ସବୁ ପ୍ରସଙ୍ଗ କ୍ଷେତ୍ରରେ ଭାରତ ତୁର୍କୀ(୪୩ତମ), ଚାଇନା (୪୬ତମ) ଏବଂ ମେକ୍ସିକୋ (୫୪ତମ) ଠାରୁ ବହୁ ନିମ୍ନ ର଼୍ୟାଙ୍କରେ ରହିଛି।
୨୦୧୫ରୁ ୨୦୫୦ ମଧ୍ୟରେ ଦେଶର ଜନସଂଖ୍ୟା ୩୫୦ ନିୟୁତକୁ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଆବଶ୍ୟକତା ମୁତାବକ ଭିତ୍ତିଭୂମି ସୁବିଧା ଯୋଗାଣ, ବିଦ୍ୟୁତ, ପରିମଳ,ସୁଲଭ ବାସଗୃହ ଏବଂ ସରକାରୀ ପରିବହନ ସେବା ଯୋଗାଇବା ସରକାରଙ୍କ ଲାଗି ବିତ୍ତୀୟ ଚ୍ୟାଲେଞ୍ଜ ସୃଷ୍ଟି କରିବ। ସେହିଭଳି ଜନସଂଖ୍ୟା ଅଭିବୃଦ୍ଧି ଆଗାମୀ ୨ ଦଶନ୍ଧିରେ ଧିମା ହେବା ନେଇ ଆକଳନ କରାଯାଇଛି। ବୟସ୍କଙ୍କ ସଂଖ୍ୟା ବଢିବାରୁ ଏହି ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଣ, ପେନଶନ ଏବଂ ସାମାଜିକ ନିରାପତ୍ତା ଯୋଗାଇବା ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ। ଦେଶ ସାମ୍ନାରେ ବିଭିନ୍ନ ଅର୍ଥନୈତିକ ଚ୍ୟାଲେଞ୍ଚ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନାଧୀନ ସରକାର ପାଇଁ ଇକୋନୋମିକ ଆଉଟଲୁକ ସକାରାତ୍ମକ ରହିଛି। ୨୦୧୯-୨୩ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ୭% ରହିବ ବୋଲି ଆଇଏସ୍‌ଏସ୍‌ ମାର୍କିଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri