ସର୍ବଦଳୀୟ ରଣନୀତି ଫେଲ୍‌, ବାଜିମାରିଲେ ସ୍ବାଧୀନ ପ୍ରାର୍ଥୀ

ପଟ୍ଟାଙ୍ଗୀ, ୨୭।୨(ଡି.ଏନ୍‌.ଏ.): ରାଜ୍ୟରେ ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗଣତି ଆରମ୍ଭ ହୋଇଛି। ଚୂଡ଼ାନ୍ତ ବିଜୟୀ ତାଲିକା ପ୍ରକାଶ ପାଇ ନ ଥିଲେ ସୁଦ୍ଧା ୩୧୪ ବ୍ଲକର ୩୧୫ ଜିଲା ପରିଷଦ ଜୋନ୍‌ରେ ହୋଇଥିବା ଗଣତିରେ ବିଜେଡିର ୨୭୫ରୁ ଊର୍ଦ୍ଧ୍ୱ ଜୋନ୍‌ରେ ଆଗୁଆ ରହିବା ଏକତରଫା ବିଜୟକୁ ସୁନିଶ୍ଚିତ କରାଉଛି। ହେଲେ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ଥିବା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆରେ କିନ୍ତୁ ଭିନ୍ନ ଫଳାଫଳ ଦେଖିବାକୁ ମିଳିଛି। ଏଠାରେ ରାଜ୍ୟର ବିଭିନ୍ନ ଦଳର ନେତାଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାଙ୍ଗୀ ବ୍ଲକ ଜୋନ୍‌-୧ରେ କୋଟିଆ ଆସୁଥିବାରୁ ପଡ଼ୋଶୀ ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେବାକୁ ମମତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରାଯାଇଥିଲା। ହେଲେ ତାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀଭାବେ ଟିକାଇ ଗେମେଲଙ୍କ ବିଜୟ ହୋଇଥିବା ବିଡିଓ ସୌମ୍ୟ ସାର୍ଥକ ମିଶ୍ର ସୂଚନା ଦେଇଛନ୍ତି। ମମତା ୬,୬୪୪ ଖଣ୍ଡ ଭୋଟ ପାଇଥିବାବେଳେ ସ୍ବାଧୀନରୁ ପ୍ରାର୍ଥୀ ହୋଇଥିବା ଗେମେଲ ୧୦,୩୬୪ ଭୋଟ ପାଇଛନ୍ତି। ଏହି ଫଳାଫଳ ସ୍ଥାନୀୟ ଅଞ୍ଚଳର ରାଜନୈତିକ ନେତୃବୃନ୍ଦଙ୍କ ବିଫଳ ରଣନୀତିକୁ ସୂଚାଉ ଥିବା ଜଣାପଡ଼ିଛି। ଗତ ବର୍ଷ ଏହି ଅଞ୍ଚଳରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିବାବେଳେ ଏବେ ଓଡ଼ିଶାର ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମମତାଙ୍କ ପରାଜୟ ଅନେକ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ସକାଳ ୮ଟାରେ ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗଣତି ପରେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। ଶେଷରେ ସ୍ବାଧୀନ ପ୍ରାର୍ଥୀ ଗେମେଲ ୩,୭୧୦ ଭୋଟରେ ବିଜୟୀ ହେବା ସମସ୍ତଙ୍କୁ ଚକିତ କରିଛି। ସେହିପରି କୋଟିଆ ପଞ୍ଚାୟତରେ ଲିୟୁ ଗେମେଲ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ଏହି ବିଜୟ ମୋର ନୁହେଁ ଏହା ୭ଟି ପଞ୍ଚାୟତର ଭୋଟରଙ୍କ ବିଜୟ ବୋଲି ଗେମେଲ କହିଛନ୍ତି। କୋଟିଆ ପଞ୍ଚାୟତ ତଥା ଅନ୍ୟ ୬ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଂଘର୍ଷ କରିବା ସହ ସରକାରଙ୍କ ସମସ୍ତ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ବୋଲି ଗେମେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri