ପିଲାଙ୍କୁ ସୁଯୋଗ ଦେଲେ ସଫଳ ହେବେ

ସକାରାମତ୍କ ଦୃଷ୍ଟିଭଙ୍ଗୀ ଓ କଠିନ ଅଧ୍ୟବସାୟ ହିଁ ପିଲାଙ୍କ ପାଇଁ ସଫଳତା ଆଣିଦେଇଥାଏ। ଏଥିଲାଗି ସେମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିବା ଜରୁରୀ। ସାମ୍ପ୍ରତିକ ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଆବଶ୍ୟକତାକୁ ବୁଝି ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ଏ ଦିଗରେ ଉଦ୍ୟମରତ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବିକାଶ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେବାବେଳେ ଏଭଳି ମତ ରଖିଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ଆପଣଙ୍କ ଅନୁଷ୍ଠାନ କେଉଁଭଳି ସୁବିଧା ଦେଇଥିଲା?

ମହାମାରୀ ସ୍ଥିତି ସହିତ ଲଢ଼ିବାକୁ ଆମେ ଉତ୍ତମ ଯୋଜନା ପ୍ରସ୍ତୁତ କରିଥିଲୁ। ନିଜ ଉତ୍ସଗୁଡ଼ିକ ସହ କର୍ମକର୍ତ୍ତାମାନଙ୍କୁ ପ୍ରସ୍ତୁତ କରିଥିଲୁ। ସେମାନେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଟେକ୍ନୋଲୋଜି ଦକ୍ଷତାକୁ ବୃଦ୍ଧି କରିଥିଲେ। ଫଳରେ ସେମାନେ ଏକ ମଜାଦାର ଏବଂ ଚିନ୍ତାମୁକ୍ତ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ଆଲୋଚନା, କାର୍ଯ୍ୟକଳାପ ଏବଂ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଭର୍ଚୁଆଲ୍‌ ଶୋ’ ଏବଂ ଗ୍ରୁପ୍‌ ଶୋ’ ଆୟୋଜନ କରିଥିଲେ। ଏକ ଦକ୍ଷ ଟିମ୍‌ ଅଧୀନରେ ପିଲାଙ୍କ ନିରନ୍ତର ବିକାଶ ପାଇଁ ଟୋଡଲର୍ସମାନଙ୍କଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ନିଜସ୍ବ ପାଠ୍ୟକ୍ରମ ପ୍ରସ୍ତୁତ କରିଛୁ। ଅଭିଭାବକଙ୍କ ସମର୍ଥନ ସକାଶେ ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ନିୟମିତ ଭାବରେ ଶିକ୍ଷକ-ଅଭିଭାବକ ବୈଠକ ଆୟୋଜନ କରାଯାଉଛି। ନିଜସ୍ବ ଜ୍ଞାନକୌଶଳରେ ବିକଶିତ ‘ବିଦ୍ୟା’ ପୋର୍ଟାଲ୍‌ ଆମ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉକ୍ତ ପୋର୍ଟାଲ୍‌ ମାଧ୍ୟମରେ ପରୀକ୍ଷାଗୁଡ଼ିକ ଅନ୍‌ଲାଇନ୍‌ରେ ଆୟୋଜିତ ହେଉଥିଲା। ଏହାଦ୍ୱାରା ପିଲାଙ୍କ ସନ୍ଦେହ ମୋଚନ ମଧ୍ୟ କରାଯାଉଥିଲା।
ଅନ୍‌ଲାଇନ୍‌ ଶିକ୍ଷାର ପ୍ରମୁଖ ଅସୁବିଧାଗୁଡ଼ିକ କ’ଣ?
ସାମ୍ନାସାମ୍ନି ପିଲାଙ୍କୁ ଶିକ୍ଷା ଦେବା ଅପେକ୍ଷା ଅନ୍‌ଲାଇନ୍‌ ଶିକ୍ଷାରେ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସାମ୍ନାକୁ ଆସିଛି। ସେଗୁଡ଼ିକ ହେଲା ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମ୍ପର୍କର ଅଭାବ। ମିଳିମିଶି ପାଠ ପଢ଼ିବାକୁ ସୁଯୋଗ ମିଳି ନ ଥିବାରୁ ପିଲାମାନେ ସାମାଜିକ ଶିକ୍ଷା ପାଇପାରୁନାହାନ୍ତି। ଏହାଛଡ଼ା ନିଜ ସହପାଠୀମାନଙ୍କ ସହିତ ଶ୍ରେଣୀକକ୍ଷରେ ମିଳିମିଶି ପାଠ ପଢ଼ିବା ବଦଳରେ କମ୍ପ୍ୟୁଟର ସ୍କ୍ରିନ୍‌ ସାମ୍ନାରେ ବସି ପଢୁଛନ୍ତି। ଏହା ପିଲାମାନଙ୍କ ଅନ୍‌ଲାଇନ୍‌ ଶିକ୍ଷାର ଏକ ବଡ଼ କୁପ୍ରଭାବ। ଏହାଦ୍ୱାରା ସେମାନଙ୍କ ଲିଖନ ଦକ୍ଷତା ମଧ୍ୟ ପ୍ରଭାବିତ ହେଉଛି।
ଆପଣଙ୍କ ଅନୁଷ୍ଠାନ ପିଲାମାନଙ୍କୁ କିଭଳି ଭାବରେ ପ୍ରେରଣା ଯୋଗାଉଛି?
ଶିକ୍ଷା କେବଳ ଏକ ପିଲାର ସାମର୍ଥ୍ୟ ଉପରେ ନୁହେଁ, ବରଂ ଅନ୍ୟମାନଙ୍କଠାରୁ ମିଳୁଥିବା ପ୍ରେରଣା ଉପରେ ନିର୍ଭର କରେ। ଆମ ମତରେ ପ୍ରତ୍ୟେକ ପିଲା ଅନନ୍ୟ ଏବଂ ଜୀବନରେ ଉତ୍ତମ ପ୍ରଦର୍ଶନ କରିବାର କ୍ଷମତା ରଖିଥାନ୍ତି। ତେବେ ଚ୍ୟାଲେଞ୍ଜ ହିଁ ସେମାନଙ୍କୁ ଅଧିକ ଦୃଢ଼ କରି ଗଢ଼ି ତୋଳିଥାଏ। କୋଭିଡ୍‌ ସମୟରେ ଆମ ଶିକ୍ଷକମାନେ ବୁକ୍‌ଲେଟ୍‌, ୱାର୍କଶିଟ୍‌, ଛୋଟ ଛୋଟ ଭିଡିଓ, ଆନିମେଶନ ଏବଂ ଅଡିଓ ରେକର୍ଡିଂ ଭଳି ମଲ୍ଟିପଲ୍‌ ଫର୍ମାଟ୍‌ ଦ୍ୱାରା ପିଲାମାନଙ୍କୁ ଶିକ୍ଷା ଦେବାକୁ ପ୍ରୟାସ କରିଥିଲେ। ଏଥିସହିତ ବିଶେଷ ଭାବରେ ଡିଜାଇନ୍‌ କରାଯାଇଥିବା ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ଆୟୋଜିତ କରିଥିଲୁ। ପ୍ରଭାତ ସଭା, କ୍ୟାରିୟର ଆଲୋଚନା ସମ୍ପର୍କିତ ୱେବିନାର ଆୟୋଜନ କରି ପିଲାମାନଙ୍କୁ ଏକାଠି କରିବାକୁ ପ୍ରୟାସ କରାଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରମାନେ ବିଭିନ୍ନ ଦିଗରେ ଜ୍ଞାନ ଲାଭ କରିଥିଲେ।
ଓଡ଼ିଶା ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ଆପଣଙ୍କ ମତ କ’ଣ?
ବହୁ ସମୟରେ ଓଡ଼ିଶାର ଛାତ୍ରୀଛାତ୍ରମାନେ ଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଥିବା ଦୃଷ୍ଟାନ୍ତ ରହିଛି। ବିକାଶ ଅନୁଷ୍ଠାନ ପକ୍ଷରୁ ଯେଭଳି ଭାବରେ ପିଲାଙ୍କୁ ଗଢ଼ିବାର ପ୍ରୟାସ କରାଯାଉଛି, ସେଭଳି ପ୍ରୟାସ ଜାରି ରହିଲେ ଯେକୌଣସି ଆହ୍ବାନ ଆସିଲେ ମଧ୍ୟ ପିଲାମାନେ ତାକୁ ଅତିକ୍ରମ କରି ନିଜ ଲକ୍ଷ୍ୟସ୍ଥଳ ପ୍ରତି ଅଗ୍ରସର ହୋଇପାରିବେ। ଆମର ପୂର୍ବ ଶିକ୍ଷାର୍ଥୀଙ୍କ ସଫଳତା, ରାଜ୍ୟର ଛାତ୍ରୀଛାତ୍ରମାନଙ୍କ ଦକ୍ଷତାର ଏକ ଉତ୍କୃଷ୍ଟ ଉଦାହରଣ। ଆମ ଅନୁଷ୍ଠାନର ପୂର୍ବ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟରତ।
ଇଚ୍ଛୁକ ଛାତ୍ରୀଛାତ୍ରଙ୍କୁ କି ଉପଦେଶ ଦେବେ?
ଏକବିଂଶ ଦଶନ୍ଧିର ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରମାନେ ନିଜ ପସନ୍ଦର ପାଠ୍ୟକ୍ରମକୁ ଚୟନ କରିବା ପାଇଁ ପୂର୍ବାପେକ୍ଷା ଅଧିକ ସୁଯୋଗ ରହିଛି। ପୂର୍ବରୁ ନିଜ ପସନ୍ଦର କାର୍ଯ୍ୟକୁ କ୍ୟାରିୟର ଭାବେ ଗଢ଼ିବାର ବ୍ୟାପକ ସୁଯୋଗ ମିଳୁ ନ ଥିଲା। ପାରମ୍ପରିକ ପାଠ୍ୟକ୍ରମ ଛଡ଼ା ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଅଫ୍‌ବିଟ୍‌ ପାଠ୍ୟକ୍ରମ ଉପଲବ୍ଧ କରାଯାଉଛି। ସେଗୁଡ଼ିକ ମଧ୍ୟରେ ଓପନ ଅନ୍‌ଲାଇନ୍‌ ପାଠ୍ୟକ୍ରମ, କଷ୍ଟମାଇଜେବୁଲ୍‌ କୋର୍ସେସ୍‌ ଏବଂ ଶିକ୍ଷଣର ଭର୍ଚୁଆଲ୍‌ ଉପକରଣ ବିଶେଷ ଭାବରେ ପ୍ରଚଳିତ। ବିକାଶ ପକ୍ଷରୁ ସର୍ବଦା ଛାତ୍ରୀଛାତ୍ରଙ୍କୁ ନୂଆ ନୂଆ ସୁଯୋଗ ପ୍ରଦାନର ପନ୍ଥା ତିଆରି କରାଯାଏ। ଫଳରେ ପ୍ରତ୍ୟେକ ପିଲା ନିଜ ପସନ୍ଦର ବିଷୟ ତଥା କ୍ଷେତ୍ର ଉପରେ ଦକ୍ଷ ହୋଇପାରିବେ। ଜଣେ ଛାତ୍ରଙ୍କ ସକାରାମତ୍କ ଦୃଷ୍ଟିଭଙ୍ଗୀ ହିଁ ତାଙ୍କୁ ସଫଳ ଭାବରେ ଗଢ଼ି ତୋଳିବ ବୋଲି ମୋର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri