ଘରୋଇକରଣ ପରେ ବି ସୁଧାର ନାହିଁ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ପରିମଳ ବ୍ୟବସ୍ଥା ଘରୋଇକରଣ ହେଲା ପରେ ବି ଉପଯୁକ୍ତ ସେବା ମିଳୁନାହିଁ। ପରିମଳ ବ୍ୟବସ୍ଥାରେ ଯେଉଁ ସୁଧାର ଆସିବ ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇନାହିଁ। ୧୪ ଓ ୧୫ ନଂ. ୱାର୍ଡରେ ଆବର୍ଜନା ପାଇଁ ଡୋର୍‌ କଲେକ୍‌ଶନ ବ୍ୟବସ୍ଥା ନାହିଁ । ଆବର୍ଜନା ସଂଗ୍ରହ ସମୟରେ ବାଜୁନି ମ୍ୟୁଜିକ୍‌ ଟ୍ୟୁନିକ୍‌। ବଜାର ନିକଟ ଏହି ଦୁଇ ୱାର୍ଡର ଲୋକମାନେ ଘରୋଇ ଆବର୍ଜନା ନିଷ୍କାସନ ପାଇଁ ପ୍ରତ୍ୟହ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅଧିକାଂଶ ସ୍ଥାନରେ ଟ୍ରାକ୍ଟର ବୋହୁଛି ଆବର୍ଜନା। ଟ୍ରାକ୍ଟର କେତେବେଳେ ଓ୍ବାର୍ଡକୁ ଆସୁଛି ତା’ର ସମୟ ନିର୍ଘଣ୍ଟ ଜାଣି ପାରୁନାହାନ୍ତି ୱାର୍ଡବାସୀ । ଏଣୁ ୱାର୍ଡର ବିଭିନ୍ନ ସ୍ଥାନରେ ଆବର୍ଜନା ଦୀର୍ଘ ସମୟ ଧରି ପଡ଼ି ରହୁଛି, ଯାହା ସହରକୁ ପ୍ରଦୂଷିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ନୟାଗଡ଼ ଏନ୍‌ଏସି ଥିବାବେଳେ ସହରରେ ୧୩ଟି ୱାର୍ଡ ଥିଲା। ମ୍ୟୁନିସିପାଲିଟି ହେବାପରେ ୱାର୍ଡସଂଖ୍ୟା ୧୬ରେ ପହଞ୍ଚିଛି। ଏନ୍‌ଏସିର ୧୧ ଓ ୧୨ ନଂ. ୱାର୍ଡ ଏବେ ୧୪ ଓ ୧୫ ନଂ. ୱାର୍ଡର ମାନ୍ୟତା ପାଇଛି। ୧୪ନଂ. ୱାର୍ଡରେ ନୂଆରାଜବାଟୀର ଶିବ ମନ୍ଦିରଠାରୁ ପୂର୍ବ ଦିଗରେ ନୂଆରାଜବାଟୀ ପର୍ଯ୍ୟନ୍ତ, ଗାୟତ୍ରୀ କଲୋନୀ, ତ୍ରିନାଥ ଛକ, ଯଯାଙ୍ଗୀ ସାହି, ଯଦୁମଣି ନଗରର ଦକ୍ଷିଣ ପାର୍ଶ୍ୱ ୧, ୨, ୩ ଓ ୪ନଂ. ଲେନ୍‌ ରହିଛି। ୧୫ନଂ.ୱାର୍ଡରେ ବ୍ରଜେନ୍ଦ୍ର ହାଇସ୍କୁଲର ପଶ୍ଚିମପାର୍ଶ୍ୱରୁ ବାମପାର୍ଶ୍ୱ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ, ଓଡ଼ଗଁା ୱାର୍କସ ଡିପାର୍ଟମେଣ୍ଟ ରୋଡ୍‌, ଅମରେନ୍ଦ୍ର ବଜାର, ଲକ୍ଷ୍ମୀ ବଜାର, ମଧୁସୂଦନ ନଗର, ଅମଲାପଡ଼ା କୋଠ ମା’ ଘର, ଯଦୁମଣି ନଗର ଲେନ୍‌-୪ (ରାଜବଗିଚାର ଉତ୍ତରପାର୍ଶ୍ୱ) ରହିଛି। ମ୍ୟୁନିସିପାଲିଟି ପରିମଳ ବ୍ୟବସ୍ଥାର ଘରୋଇକରଣର ହେଲାପରେ ଏହାର ଫାଇଦା ଏହି ଦୁଇ ୱାର୍ଡରେ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସହରର ଆବର୍ଜନା ବୋହିବା ପାଇଁ ୩ ଟ୍ରାକ୍ଟର, ୬ ଟାଟା ମ୍ୟାଜିକ୍‌, ଗୋଟିଏ ୪୦୭ ଟ୍ରକ୍‌ ଓ ୫ଟି ବ୍ୟାଟେରି ଗାଡ଼ି କାମ କରୁଛି । ଏଥିରୁ କେତୋଟି ବ୍ୟାଟେରି ଗାଡ଼ି ଅଚଳ ହୋଇପଡିଥିଲେ ମଧ୍ୟ ତାହା ମରାମତି କରାଯାଉନାହିଁ। ଅନ୍ୟପକ୍ଷେ ସହରର ୧୪ ଓ ୧୫ନଂ. ୱାର୍ଡ ପାଇଁ ଡୋର୍‌ କଲେକ୍‌ଶନର ବ୍ୟବସ୍ଥା ନାହିଁ ା ଅଳିଆ ସଂଗ୍ରହ ବେଳେ ମ୍ୟୁଜିକ୍‌ ଟ୍ୟୁନିକ୍‌ ବ୍ୟବସ୍ଥା କରିବା ପାଇଁ ଦାବି ହେଉଥିଲେ ମଧ୍ୟ ସମୟ ଗଡାଇବା ଅସନ୍ତୋଷର କାରଣ ପାଲଟିଛି। ବଜାର ପାଖରେ ଏହି ଦୁଇ ୱାର୍ଡ ଥିବାରୁ ଟ୍ରାକ୍ଟରରେ ଅଳିଆ ବୋହିବା ଠିକ୍‌ ନୁହେଁ। ପରିମଳ ସେବାକୁ ନ ସଜାଡ଼ିଲେ ଦୁଇ ୱାର୍ଡବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର କୁହନ୍ତି, ବ୍ୟାଟେରିଚାଳିତ ୫ଟି ଗାଡ଼ି ଅଚଳ ହେବା ପରେ ସଫେଇ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେଉଛି। ୭ ଦିନ ଭିତରେ ଗାଡ଼ିଗୁଡିକ ମରାମତି ହୋଇ ଆସିବ। ଏହାପରେ ଉପରୋକ୍ତ ୨ ଓ୍ବାର୍ଡରେ ସଫେଇ ବ୍ୟବସ୍ଥା ଅନ୍ୟ ୱାର୍ଡ ପରି କରାଯିବ। ଏଥିପାଇଁ ସେ ଓ୍ବାର୍ଡବାସୀଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri