ଗଡ଼ ରକ୍ଷା ପାଇଁ ବିଜେଡି, ଭାଜପା ତତ୍ପର

କେନ୍ଦ୍ରାପଡ଼ା ଅଫିସ,୧୮ା୨: କେନ୍ଦ୍ରାପଡ଼ା ଜିଲାର ରାଜକନିକା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶୁକ୍ରବାର ଅନୁଷ୍ଠିତ ହେବ। ୨୦୧୭ ନିର୍ବାଚନରେ ରାଜକନିକା ବ୍ଲକର ୩ ଜୋନ୍‌ ଓ ମାର୍ଶାଘାଇର ଗୋଟିଏ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଅପରପକ୍ଷରେ ମାର୍ଶାଘାଇ ବ୍ଲକର ୨୪ ଓ ୨୬ ନଂ. ଜୋନ୍‌ରେ ଭାଜପା ସପକ୍ଷରେ ଭୋଟ ଯାଇଥିଲା। କଂଗ୍ରେସ ରାଜକନିକା ବ୍ଲକ ଅଞ୍ଚଳରେ ଭୋଟ ଗ୍ରହଣ ହାରରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଗୋଟିଏରେ ଭାଜପା ଓ ୨ଟିରେ ବିଜେଡି ପ୍ରାର୍ଥୀ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଦ୍ୱିତୀୟ ସ୍ଥାନରେ ଥିଲା। ତେବେ ଚଳିତ ନିର୍ବାଚନରେ କେତେକ କାରଣ ପାଇଁ ବିଜେଡିକୁ ଗଡ଼ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବାକୁ ପଡୁଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଫଳାଫଳ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ରଣନୀତି ବଦଳୁଛି। ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ସୁପରିଚାଳିତ କରିଥିବା ଜିଲା ପ୍ରଶାସନ ଏହାର ପୁନରାବୃତ୍ତି ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି। ଚଳିତ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇଥିବାରୁ ଏହାର ପ୍ରତିକାର ପାଇଁ ବ୍ୟାପକ ପୋଲିସ ବଳ ମୁତୟନ ହୋଇଛି।
ରାଜକନିକା ବ୍ଲକ ଅଞ୍ଚଳର ୩ ଜିଲା ପରିଷଦ ଜୋନ୍‌ ଅଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ୧୨୩୫୦୬ ରହିଛି। ୪୮୪ ବୁଥ୍‌ରୁ ୯୬ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି। ଚଳିତ ନିର୍ବାଚନରେ ବ୍ଲକ ଅଞ୍ଚଳରେ ଖରସ୍ରୋତା ପାଣି ବିବାଦ, ପାନୀୟ ଜଳ, ଗମନାଗମନ ରାସ୍ତା ଓ ସେତୁଠାରୁ ଆରମ୍ଭ କରି କ୍ଷେତକୁ ଜଳ ପରିଚାଳନା ପ୍ରମୁଖ ସମସ୍ୟା ଉପସ୍ଥାପିତ ହୋଇଛି। କୃଷିଭିତ୍ତିକ ଏହି ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଗୋଟିଏ ଇଞ୍ଚ ମଧ୍ୟ କେନାଲ ଜଳସେଚନ ବ୍ୟବସ୍ଥା ନାହିଁ। ପ୍ରାର୍ଥୀମାନେ ଏହାକୁ ନିର୍ବଚନୀ ଆୟୁଧ କରିଛନ୍ତି। ଏହି ବ୍ଲକର ୨୭ ନଂ. ଜୋନ୍‌ରେ ବିଜେଡିରୁ ପ୍ରବୀଣା ଦାସ, କଂଗ୍ରେସରୁ ପ୍ରିୟଦର୍ଶନୀ ବେହେରା ଓ ଭାଜପାରୁ ବିଜୁଶ୍ରୀ ବିଜୟା ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ୨୮ ନଂ. ଜୋନ୍‌ରେ ୫ ପ୍ରାର୍ଥୀ ଅଛନ୍ତି ା ବିଜେଡିରୁ ପ୍ରତାପ କୁମାର ବେହେରା, ଭାଜପାରୁ ମନୋଜ ସେନାପତି, ସ୍ବାଧୀନ ପ୍ରାର୍ଥୀ ସତ୍ୟଜିତ ସ୍ବାଇଁ, ସରୋଜକାନ୍ତ ରାଉତ ଓ କଂଗ୍ରେସରୁ କ୍ଷୀରୋଦ କୁମାର ବେହୁରିଆ ଜିଲା ପରିଷଦ ସଭ୍ୟ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ୨୯ ନଂ. ଜୋନ୍‌ରେ ବିଜେଡିରୁ ଅମିତା ସାହୁ, କଂଗ୍ରେସରୁ ପ୍ରମିଳା ସାହୁ ଓ ଭାଜପାରୁ ମଧୁସ୍ମିତା ଜେନା ନିର୍ବାଚନୀ ମଇଦାନରେ ଅଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଶାଘାଇ ବ୍ଲକ ଅଞ୍ଚଳର ୩୬୬ ବୁଥ୍‌ରେ ୧୦୬୯୩୦ ଭୋଟର ମତଦାନ କରିବାକୁ ବ୍ୟବସ୍ଥା ହୋଇଛି। ୧୬୧ଟି ବୁଥ୍‌ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି। ଏଥିସହ ବ୍ଲକ ଅଞ୍ଚଳର ୫ ସ୍ଥାନରେ ଅସ୍ଥାୟୀ ବୁଥ୍‌ ନିର୍ମାଣ ହୋଇଛି। ଏହି ଦୁଇ ବ୍ଲକରେ ବିଜେଡି ପାଇଁ ଦଳୀୟ ଅନ୍ତଃକନ୍ଦଳ ସହ ଆଞ୍ଚଳିକ ସମସ୍ୟା ଗୁରୁତର ହୋଇଛି। ଏହାର ଫାଇଦା ବିରୋଧୀ ଭାଜପା ଓ କଂଗ୍ରେସ ନେବ ବୋଲି ଆଲୋଚନା ହେଉଛି ା ବ୍ଲକର ୨୪ ନଂ. ଜୋନ୍‌ରେ ଦଳୀୟ କନ୍ଦଳ ତୀବ୍ର ହେବା ପରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏଠାରୁ ବିଏସ୍‌ପିରୁ ଅଶୋକ କୁମାର ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ଜଳଧର ବେହେରା, କଂଗ୍ରେସରୁ ଦୋଳଗୋବିନ୍ଦ ମାହାଳି, ଭାଜପାରୁ ପ୍ରଜେଶ ରଞ୍ଜନ ନାୟକ, ସ୍ବାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପରିଡା, ବିଜେଡିରୁ ପ୍ରମୋଦ କୁମାର ରଥ, ସ୍ବାଧୀନ ପ୍ରାର୍ଥୀ ମାଧବ ଚରଣ ନାୟକ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ମଲ୍ଲିକ ଓ ସିପିଆଇର ସୀତାକାନ୍ତ ନାୟକ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୫ ନଂ. ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ଅଞ୍ଜଳି ରାଉତ, ବିଜେଡିରୁ ଦୁର୍ଗାବତୀ ପ୍ରଧାନ, କଂଗ୍ରେସରୁ ନମିତା ଦାସ, ସ୍ବାଧୀନ ପ୍ରାର୍ଥୀ ନମିତା ନାୟକ ଓ ରାଜଲକ୍ଷ୍ମୀ ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିସହ ୨୬ ନଂ. ଜୋନରେ ୫ ପ୍ରାର୍ଥୀ ଅଛନ୍ତି। କଂଗ୍ରେସରୁ ଅରବିନ୍ଦ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଉଷାରାଣୀ ମିଶ୍ର, ସ୍ବାଧୀନ ପ୍ରାର୍ଥୀ ଦୀପକ କୁମାର ଚୌଧୁରୀ, ବିଜେଡିରୁ ପ୍ରତାପ କୁମାର ମଲ୍ଲିକ ଓ ଭାଜପାରୁ ମିହିର କୁମାର ସାମଲ ପ୍ରାର୍ଥୀ ଅଛନ୍ତି। ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିବା ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri