ପୋଲିସ ନଜରରେ ସମ୍ବେଦନଶୀଳ ଅଞ୍ଚଳ

କେନ୍ଦୁଝର,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଘଷିପୁରା, ହାଟଡିହି, ଆନନ୍ଦପୁର ବ୍ଲକ ଅଞ୍ଚଳଗୁଡ଼ିକ ରାଜନୈତିକ ଦୃଷ୍ଟି କୋଣରୁ ସମ୍ବେଦନଶୀଳ ା
ଉକ୍ତ ଅଞ୍ଚଳରେ ରାଜନୈିତକ ଦଳମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ସେହିପରି ଦୈତାରୀ, ହରିଚନ୍ଦନପୁର, ବ୍ରାହ୍ମଣୀପାଳ, ତେଲକୋଇ, ନୟାକୋଟ ଥାନା ଅଞ୍ଚଳ ନକ୍ସଲ ପ୍ରଭାବିତ। ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ଘଟିଥିବା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଭାବେ ଚିହ୍ନଟ କରାଯାଇଛି। ସେହିପରି ଖଣିଖାଦାନ ଭରା ବଡ଼ବିଲ, ଯୋଡ଼ା, ବାମେବାରୀ ଓ ରୁଗୁଡ଼ି ଥାନା ଅଞ୍ଚଳ ମଧ୍ୟ ରାଜନୈତିକ ହିଂସା ଓ ନକ୍ସଲ କାର୍ଯ୍ୟକଳାପ ଦୃଷ୍ଟିରୁ ସମ୍ବେଦନଶୀଳ। ମାଓବାଦୀ ପ୍ରବଣ ଝାଡ଼ଖଣ୍ଡ ରାଜ୍ୟ ଓ ସୁନ୍ଦରଗଡ଼ ଜିଲା ସୀମାରେ ଏହି ଅଞ୍ଚଳଗୁଡ଼ିକ ରହିଛି। ସେହିପରି ପାଟଣା ଓ ବାରିଆ ଥାନା ଅଞ୍ଚଳରେ ରାଜନୈିତକ ହିସାଂକାଣ୍ଡ ଆଶଙ୍କା କରାଯାଇଛି। ଖଣି ଅଞ୍ଚଳରେ ବିସ୍ଥାପିତଙ୍କ ପ୍ରତିବାଦ, ଖଣିରୁ ଛଟେଇ ହୋଇ ବେରୋଜଗାର ହୋଇଥିବା ଶ୍ରମିକମାନେ ବିରୋଧ ଜାରି ରଖିଛନ୍ତି। ଏହା ବ୍ୟତୀତ ଏହି ସବୁ ଅଞ୍ଚଳରେ ଝାଡ଼ଖଣ୍ଡ,ବିହାର ଓ ପଶ୍ଚିମବଙ୍ଗରୁ ଶ୍ରମିକମାନେ ଆସି କାମ କରୁଥିବା ବା ବସବାସ କରୁଥିବାରୁ ଅପରାଧିମାନେ ଏହାର ଫାଇଦା ଉଠାଇ ଗଣ୍ଡଗୋଳ କରିବା ଆଶଙ୍କା ରହିଛି। ବେଆଇନ ମଦ କାରବାର ରୋକିବା ସହ ରାତ୍ରୀକାଳିନ ଗାଡ଼ି ଯାଞ୍ଚ, ଅଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ଧରପଗଡ଼, ବନ୍ଧୁକ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ଯାଞ୍ଚ ଆଦି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବାବେଳେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପୂର୍ବରୁ ଅପରାଧିକ ମାମଲା ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri