କ୍ଷତିପୂରଣ ବନୀକରଣ: ୨୬,୫୦୦ ଏକରର ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍‌ଏଚ୍‌ବି)ର ହାଉସିଂ ଅଞ୍ଚଳରେ ପ୍ରାୟ ୪ ଦଶନ୍ଧି ଧରି ରହିଥିବା ଜଙ୍ଗଲ ସମସ୍ୟା ଦୂରହେବ। ବୁଧବାର ଲୋକସେବା ଭବନରୁ ଭର୍ଚୁଆଲରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ମୁତାବକ, ୧୯୭୦ରୁ ବରମୁଣ୍ଡା, ପାଇକନଗର, କାନନବିହାର ଏବଂ ଜୟଦେବବିହାର ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଚାରକରି ମାସକ ମଧ୍ୟରେ ଜଙ୍ଗଲ କିସମ ପରିବର୍ତ୍ତନ ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। କିସମ ପରିବର୍ତ୍ତନ ହେବାକୁ ଥିବା ଜଙ୍ଗଲ ଜମିରେ କ୍ଷତିପୂରଣ ବନୀକରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପୂର୍ବରୁ ଚିହ୍ନିତ ଜମିରୁ କ୍ଷତିପୂରଣ ବନୀକରଣ ନିମନ୍ତେ ଜମି ଚିହ୍ନଟ କରିବାକୁ କଟକ ଏଡିଏମ୍‌ ଏବଂ ଆଠଗଡ଼ ଡିଏଫ୍‌ଓଙ୍କୁ କୁହାଯାଇଛି। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୨ ହଜାର ପରିବାର ଉପକାର ପାଇବେ। ଏହାସହ କ୍ଷତିପୂରଣ ବନୀକରଣ ଲାଗି କୌଣସି ଜଙ୍ଗଲ ଜମି ଆବଣ୍ଟନ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ପତିତ ରାଜସ୍ବ ଜଙ୍ଗଲ ଜମି ଚିହ୍ନଟ କରିବା ସହ କ୍ଷତିପୂରଣ ବନୀକରଣ ନିମନ୍ତେ ଲ୍ୟାଣ୍ଡବ୍ୟାଙ୍କ ଥିବା ଜମିକୁ ଏଥିରେ ସାମିଲ କରିବାକୁ କୁହାଯାଇଛି। ଏହାଫଳରେ ଜଙ୍ଗଲ କିସମ ପରିବର୍ତ୍ତନ ସମସ୍ୟା ଯୋଗୁ କୌଣସି ବିକାଶମୂଳକ ପ୍ରକଳ୍ପ ଅଟକି ରହିବନାହିଁ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, କ୍ଷତିପୂରଣ ବନୀକରଣ ଲାଗି ଲ୍ୟାଣ୍ଡବ୍ୟାଙ୍କ ସୃଷ୍ଟି ହୋଇସାରିଛି। ଜାନୁୟାରୀରେ ୧୮ ଜିଲାରେ ପ୍ରାୟ ୨୬,୫୦୦ ଏକର ପତିତ ରାଜସ୍ବ ଜଙ୍ଗଲ ଜମି ଚିହ୍ନଟ କରାଯାଇଛି। ଏହି ଜିଲାଗୁଡ଼ିକ ହେଉଛି କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଅନୁଗୋଳ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ସୋନପୁର ଏବଂ ନୟାଗଡ଼। ମାସକରେ କେନ୍ଦୁଝର ଜିଲାରେ ପ୍ରାୟ ୧୦,୮୦୦ ଏକର ଜମି ଚିହ୍ନଟ ହୋଇଛି। ସେ ଆହୁରି କହିଛନ୍ତି, ମାର୍ଚ୍ଚ ୨୦୨୨ ସୁଦ୍ଧା ଲ୍ୟାଣ୍ଡବ୍ୟାଙ୍କର ୫୦ ହଜାର ଏକରକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାସହ ବର୍ଷକ ମଧ୍ୟରେ କ୍ଷତିପୂରଣ ବନୀକରଣ ନିମନ୍ତେ ପାଖାପାଖି ୧ ଲକ୍ଷ ହେକ୍ଟର ଜମିକୁ ଲ୍ୟାଣ୍ଡବ୍ୟାଙ୍କ ଫୋଲ୍‌ଡକୁ ଆଣିବା ପାଇଁ ଲକ୍ଷ୍ୟ ରହିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, କ୍ଷତିପୂରଣ ବନୀକରଣ ପାଇଁ ଜମି ଆବଣ୍ଟନ ସକାଶେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନୋଡାଲ ଅଧିକାରୀ ରହିବେ। ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ଲ୍ୟାଣ୍ଡବ୍ୟାଙ୍କରୁ କ୍ଷତିପୂରଣ ବନୀକରଣ ଜମି ସକାଶେ ସମ୍ପୃକ୍ତ ଜିଲାର ଏଡିଏମ୍‌ (ରାଜସ୍ବ)ଙ୍କୁ ଜଣାଇବେ। ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥାନନ୍‌, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥୋ, ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂଙ୍କ ସମେତ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri