ହ୍ୟାଟ୍ରିକ୍‌ କରିବାକୁ ବିଜେଡିର ଉଦ୍ୟମ

ଗୁଣପୁର,୩ା୨(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ‘ଖ’ ଜୋନ୍‌ ଜିଲା ପରିଷଦ ପାଇଁ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ପକ୍ଷରୁ ପ୍ରଚାର ଜୋରାଦାର କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କୁ ନେଇ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି। ଏହି ଜୋନ୍‌ରେ ୮ ପଞ୍ଚାୟତ ଯଥା ମରମା, ଗୋଠଳପଦର, ଜଗନ୍ନାଥପୁର, ଶିରିଝୋଲି, ରେଗେଡ଼ା, ଗାଦିଆଖଳା, ଚିନାସାରି ଏବଂ କୁଲୁସିଂ ପଞ୍ଚାୟତ ରହିଛି। ଏହି ଜୋନରେ ୨୩,୨୭୨ ଭୋଟର ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧୨,୧୬୯ ଏବଂ ଦୁଇ କିନ୍ନର ଭୋଟର ରହିଛନ୍ତି। ଏହି ଆସନ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଜୋନ୍‌ରେ ୪ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପକ୍ଷରୁ ଗଦିଆଖଳା ପଞ୍ଚାୟତ ପ୍ରଧାନିଗୁଡ଼ା ଗ୍ରାମର ରଶ୍ମିରେଖା ଶତପଥୀ, କଂଗ୍ରେସ ପକ୍ଷରୁ ଗୋଠଳପଦର ପଞ୍ଚାୟତ କୁକୁରୁଗୁଡ଼ା ଗ୍ରାମର କୁନି ନିମାଲା, ଭାଜପା ପକ୍ଷରୁ ରେଗେଡ଼ା ଗ୍ରାମର ସଞ୍ଜୁ ତଇକା ଏବଂ ବିଏସ୍‌ପି ପକ୍ଷରୁ ଚିନାସାରି ପଞ୍ଚାୟତ ବାଙ୍କଡ଼ା ଗ୍ରାମର ବିନିମା ଶବର ପ୍ରାର୍ଥୀ ରହିଛନ୍ତି। ୨୦୦୭ରୁ ବିଜେଡି ଏଠାରେ ବିଜୟୀ ହୋଇଆସୁଛି। ଏବେ ତୃତୀୟ ଥର ପାଇଁ ଦଳ ଏହି ଆସନରେ ବିଜୟୀ ହୋଇ କରି ହ୍ୟାଟ୍ରିକ୍‌ କରିବାକୁ ଉଦ୍ୟମ ଚଳାଇଛି। ଏହି ଜୋନ୍‌ ଆଦିବାସୀ ବହୁଳ ଅଞ୍ଚଳ। ତଥାପି ଏହି ଅଞ୍ଚଳ ପ୍ରଥମ ଥର ପାଇଁ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିବାରୁ ବିଜେଡି ପକ୍ଷରୁ ସାଧାରଣ ବର୍ଗର ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ କଂଗ୍ରେସ, ଭାଜପା ଏବଂ ବିଏସ୍‌ପି ପକ୍ଷରୁ ଆଦିବାସୀ ମହିଳା ପ୍ରାର୍ଥୀ ହୋଇଛନ୍ତି। ସମସ୍ତ ପ୍ରାର୍ଥୀ ଚଳିତ ଥର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଭାଜପା ଏବଂ କଂଗ୍ରେସ ପକ୍ଷରୁ ବିଜେଡିର ବିଜୟ ଅଭିଯାନ ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ଚାଲିଛି। କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଏବଂ ଭାଜପା ପକ୍ଷରୁ ଜିଲା ଉପସଭାପତି ୱାଇ.ଗଣପତି ଦୁଇ ଦଳର ନିର୍ବାଚନ ମଙ୍ଗ ସମ୍ଭାଳିଛନ୍ତି। ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହି ଲୋକଙ୍କ ମନ ଜିଣିବାକୁ ଚାହୁଁଥିବାବେଳେ ଭାଜପା କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଆୟୁଧ କରିଛି। ସେହିପରି କଂଗ୍ରସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନି ପ୍ରସଙ୍ଗ କରିଛି। ଗତ ନିର୍ବାଚନରେ ବିଜେଡିର ବିଦ୍ରୋହି ପ୍ରାର୍ଥୀଭାବେ ତ୍ରିନାଥ ଶବର ପ୍ରତିଦ୍ବନ୍ଦ୍ୱୀତା କରିବା ସତ୍ତ୍ବେ ଏଠାରେ ଦଳକୁ କୌଣସି ଫରକ ପଡ଼ି ନ ଥିଲା। ଅଶ୍ୱିନି ଗମାଙ୍ଗ ବିଜୟ ଲାଭ କରିଥିଲେ। ଦ୍ବିତୀୟରେ ତ୍ରିନାଥ ଶବର, ତୃତୀୟରେ କଂଗ୍ରେସର କାଲେବ ଶବର, ୪ର୍ଥରେ ଭାଜପାର ଈଶ୍ୱର ଗମାଙ୍ଗ ଏବଂ ୫ମ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ରହିଥିଲେ। ତେଣୁ କଂଗ୍ରେସ ଏବଂ ଭାଜପା ଜୋନ୍‌ରେ ବିଜେଡି ଗଡ଼କୁ ଭାଙ୍ଗି ନିଜ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଆଗକୁ କେତେ ସଫଳ ଏବଂ ବିଫଳ ହେଉଛନ୍ତି ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri