କିଚେନ ଗାର୍ଡେନ ନାଁରେ ଅର୍ଥ ଆତ୍ମସାତ୍‌

ଭଦ୍ରକ ଅଫିସ,୩୦ା୧: ଭଦ୍ରକ ଜିଲାରେ କିଚେନ ଗାର୍ଡେନ ପ୍ରତିଷ୍ଠା ନାଁରେ ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଗାର୍ଡେନ ପ୍ରତିଷ୍ଠା ନ କରି କିମ୍ବା ନାଁକୁ ମାତ୍ର ଗାର୍ଡେନ କରି ଅନୁଦାନ ଟଙ୍କା ଆତ୍ମସାତ୍‌ କରାଯାଇଛି। ଜିଲାରେ କିଚେନ ଗାର୍ଡେନ ଆରମ୍ଭ ହେଉ ହେଉ ମାଡ଼ି ଆସିଲା କୋଭିଡ୍‌ ମହାମାରୀ। ସ୍କୁଲ, କଲେଜ ବନ୍ଦ ହେବା ସହ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇଗଲା। ସ୍କୁଲ ବନ୍ଦ ହେବାକୁ ଏହାମଧ୍ୟରେ ପ୍ରାୟ ଦୁଇବର୍ଷ ବିତିଯାଇଛି। ପିଲାଙ୍କୁ ରନ୍ଧାଖାଦ୍ୟ ବଦଳରେ ଚାଉଳ ଏବଂ ଟଙ୍କା ଯୋଗାଇ ଦିଆଯାଉଛି। ତେବେ ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ବିନିମୟରେ କରାଯାଇଥିବା କିଚେନ ଗାର୍ଡେନର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ପାଇଁ ୨୦୧୮ରେ ସରକାର କିଚେନ ଗାର୍ଡେନ ଯୋଜନା ଆରମ୍ଭ କରିଥିଲେ। ଭିତ୍ତିଭୂମି ରହିଥିବା ସ୍କୁଲଗୁଡ଼ିକରେ କୃଷି, ପଞ୍ଚାୟତିରାଜ ଓ ଆଉ କିଛି ଲାଇନ ଡିପାର୍ଟମେଣ୍ଟ ସହାୟତାରେ କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଋତୁ ଅନୁଯାୟୀ ପନିପରିବା ଏବଂ ନଡ଼ିଆ ଭଳି ଦୀର୍ଘମିଆଦି ଫଳ ଚାଷ କରି ପିଲାଙ୍କ ଖାଦ୍ୟରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଉପରେ ଏହାର ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ତଦନୁଯାୟୀ ସରକାରଙ୍କ ପକ୍ଷରୁ ସ୍କୁଲ ପିଛା ୫ ହଜାର ଟଙ୍କାର ଏକ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର କରାଯାଇଥିଲା। କିଚେନ ଗାର୍ଡେନ ପାଇଁ ଆବଶ୍ୟକ ମଞ୍ଜି, ଚାରା, ଖତ ସାର କୃଷି ଏବଂ ଉଦ୍ୟାନ ବିଭାଗ, ଜଳ ଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଆଉ କିଛି ଡିପାର୍ଟମେଣ୍ଟକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଜିଲାର ଅନେକ ସ୍କୁଲରେ କିଚେନ ଗାର୍ଡେନ ନଁାରେ କିଛି କଦଳୀ ଏବଂ ଅମୃତଭଣ୍ଡା ଗଛ ଲଗାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି।
ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ଜିଲାରେ କିଚେନ ଗାର୍ଡେନ କରିବାକୁ ୧୫୨୧ ସ୍କୁଲକୁ ୫ ହଜାର ଲେଖାଏ ମୋଟ ୭୬ ଲକ୍ଷ ୫ ହଜାର ଟଙ୍କା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଥିବା ୧୭୭୪ ବିଦ୍ୟାଳୟ ମଧ୍ୟରୁ କିଚେନ ଗାର୍ଡେନ ଭିତ୍ତିଭୂମି ରହିଛି ବୋଲି କୁହାଯାଉଥିବା ୧୫୨୧ ବିଦ୍ୟାଳୟକୁ ଅନୁଦାନ ଯୋଗାଇ ଦିଆଯାଇଥିଲା। ସରକାରୀ ଟଙ୍କା ସୁବିନିଯୋଗ ହେଉଛି କି ନାହିଁ ଉପରିସ୍ଥ ଅଧିକାରୀ ତଦାରଖ କରୁ ନ ଥିବାରୁ ଏଭଳି ଘଟଣା ଘଟୁଥିବା ଆଇନଜୀବୀ ଗଦାଧର ବଳ କହିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲାଗି ଏହି ଯୋଜନା ଉତ୍କୃଷ୍ଟ ମାଧ୍ୟମ। ଏଥିରେ କିଛି ସ୍ଥାନରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ଆସିଛି। ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ। ବ୍ୟତିକ୍ରମ ଥିଲେ ସ୍କୁଲ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri