ବମ୍ବେ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଲୋକପ୍ରିୟ ଲେଖିକା ତସଲିମା ନସରିନ୍। ନିକଟରେ ପିସି ମା’ ହୋଇଛନ୍ତି। ସରୋଗେସୀ ଜରିଆରେ ପିସିଙ୍କ ଏକ କନ୍ୟା ସନ୍ତାନ ହୋଇଥିବା କୁହାଯାଉଛି। ଏହି ଖବର ବିଷୟରେ ଅଭିନେତ୍ରୀ ଜଣାଇବା ପରେ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି ତସଲିମା। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ତସଲିମା ଟୁଇଟ୍ରେ ସରୋଗେସୀ ମାଧ୍ୟମରେ ମାତୃତ୍ୱ ଲାଭ କରୁଥିବା ମା’ମାନଙ୍କ ଭାବନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯେଉଁମାନେ ଏହି ଉପାୟରେ ନିଜର ରେଡିମେଟ୍ ଶିଶୁ ପାଇଥାନ୍ତି, ସେହି ମା’ ମାନଙ୍କୁ କିଭଳି ଲାଗିଥାଏ। ଜନ୍ମ କଲା ମା’ ଭଳି ସେମାନଙ୍କ ମନରେ ଭାବନା ରହିଥାଏ? ସେହିଭଳି ଅନ୍ୟ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ଗରିବ ମହିଳାଙ୍କ ଯୋଗୁ ସରୋଗେସି ସମ୍ଭବ ହେଉଛି। ଧନୀ ଲୋକ ସର୍ବଦା ନିଜର ସ୍ବାର୍ଥ ପାଇଁ ସମାଜରେ ଗରିବ ଦେଖିବାକୁ ଚାହାନ୍ତି। ଯଦି ଶିଶୁ ପାଳିବାକୁ ଇଚ୍ଛା, ତେବେ ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ। ପିଲାମାନେ ତୁମ ଗୁଣଗୁଡ଼ିକ ଆଣିବା ଜରୁରୀ। ଏହା କେବଳ ଅହଙ୍କାର ବୋଲି ସେ ଲେଖିଛନ୍ତି।
Surrogacy is possible because there are poor women. Rich people always want the existence of poverty in the society for their own interests. If you badly need to raise a child, adopt a homeless one. Children must inherit your traits—it is just a selfish narcissistic ego.
— taslima nasreen (@taslimanasreen) January 22, 2022
ତସଲିମାଙ୍କ ଏହି ଟୁଇଟ୍କୁ ନେଇ ଏବେ ସୋସିଆଲ ମିଡିଆରେ ବିବାଦ ଦେଖାଦେଇଛି। ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି।