ଏଇ ଭାରତରେ

ଅଗଣାରେ ଜୈବିକ ପରିବା ଚାଷ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ବାରାଣସୀର ନନ୍ଦଲାଲ ମାଷ୍ଟର। ସେ ୨୦୦ଟି କୁଣ୍ଡରେ ପରିବା ଚାଷ କରୁଛନ୍ତି। ଏଥିରୁ ଗୋଟିଏ ସପ୍ତାହରେ ୧୦୦ କେଜି ପରିବା ଉପତ୍ାଦନ କରୁଛନ୍ତି। ୨୦୧୧ରେ ଉତ୍ତରପ୍ରଦେଶର ନାଗେପୁର ଗାଁର ନନ୍ଦଲାଲ ବୃତ୍ତିଗତ କାରଣରୁ ବାରାଣସୀ ଯାଇଥିଲେ। ସେଠାରେ ଗ୍ରାମୀଣ ଜୀବନଶୈଳୀ ଜାରି ରଖିବା ଲାଗି ପ୍ରଥମେ ଅଗଣାରେ ଅଳ୍ପ କିଛି କୁଣ୍ଡରେ ପରିବା ଚାଷ ଆରମ୍ଭ କରିଥିଲେ। ଏବେ ୨୦୦ କୁଣ୍ଡରେ ଏହି ଚାଷ କରୁଛନ୍ତି। ରୋଷେଇଘର ଓ ଅନ୍ୟ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ନନ୍ଦଲାଲ ଅଗଣାରେ ବାଇଗଣ, କଲରା, ଲାଉ, ଫୁଲକୋବି, ଭେଣ୍ଡି, ରସୁଣ, କାକୁଡ଼ି, ଟମାଟୋ ଏବଂ ଅନ୍ୟ ଋତୁକାଳୀନ ପରିବା ଫଳାଉଛନ୍ତି। ଏବେ ସେ ୭୦ କେଜି ଫୁଲକୋବି, ୩ କେଜି ବାଇଗଣ ଏବଂ ୧୨ କେଜି ଲାଉ ଫଳାଇଛନ୍ତି। ଦିନକୁ ୧କେଜି ଭେଣ୍ଡି ବି ପାଉଛନ୍ତି। ନିଜ ପରିବାରର ଆବଶ୍ୟକତା ପୂରଣ କରିବା ପରେ ସେ ପଡ଼ୋଶୀମାନଙ୍କୁ ପରିବା ଦେଉଛନ୍ତି। ନନ୍ଦଲାଲଙ୍କ ପ୍ରେରଣାରେ ଏବେ ବହୁ ପରିବାର ଏଭଳି ପରିବା ଚାଷ କରୁଛନ୍ତି। ସେମାନଙ୍କୁ ସେ ମାର୍ଗଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri