ଗାଁରେ ଜମିଲାଣି ଗହଳି

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ଭରିଯାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଛାଇଗଲାଣି। ଛକ, ହାଟ ବଜାରରେ ଆଶାୟୀ ପ୍ରାର୍ଥୀମାନେ ନିଜର ପୋଷ୍ଟର ଓ ବ୍ୟାନର ମାରି ନିର୍ବାଚନ ଦୌଡ଼ରେ ଥିବା ସଙ୍କେତ ଦେଇ ସାରିଛନ୍ତି। କେବଳ ସେତିକି ନୁହେଁ, ଦଳୀୟ ସମର୍ଥନ ହାସଲ କରିବାକୁ ସ୍ଥାନୀୟ ନେତାଙ୍କ ଜରିଆରେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଆସନ୍ତା ୧୭ ତାରିଖରୁ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହେବ। ଏହା ପୂର୍ବରୁ ଜିଲା ପରିଷଦ ସଭ୍ୟ ଆଶାୟୀମାନେ ଟିକେଟ ହାତେଇବା ପାଇଁ ସ୍ଥାନୀୟ ବିଧାୟକମାନଙ୍କ ଜରିଆରେ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟଙ୍କର କୌଣସି ଦଳୀୟ ଚିହ୍ନ ନ ଥିଲେ ମଧ୍ୟ ଆଶାୟୀମାନେ ରାଜନୈତିକ ସମର୍ଥନ ହାସଲ କରିବାକୁ ଉଦ୍ୟମ ଚଳାଇଛନ୍ତି।
ଶାସକ ଦଳ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ବଢ଼ିବାରେ ଲାଗିଛି। ଶାସକ ଦଳରୁ ପ୍ରାର୍ଥୀ ପାଇଁ କୂଳକିନାରା ପାଉ ନ ଥିବା ଆଶାୟୀମାନେ ଭାଜପା ଓ କଂଗ୍ରେସ ନେତାଙ୍କୁ ଭରସା କରିଛନ୍ତି। ତେବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଖୋଜା ଆରମ୍ଭ କରି ଦେଇଛନ୍ତି। ବିଜେଡି ପ୍ରାର୍ଥୀ ଚୟନରେ ଆଗରେ ଥିଲେ ମଧ୍ୟ ଆଶାୟୀଙ୍କୁ ମନାଇବା ସ୍ଥାନୀୟ ନେତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପଞ୍ଚାୟତ ନିର୍ବାଚନକୁ ହାତେଇବା ପାଇଁ ଉଭୟ ବିଜେଡି ଓ ଭାଜପା ମୁହାଁମୁହିଁ ହେଉଥିବା ବେଳେ କଂଗ୍ରେସ ମଧ୍ୟ ନିଜର ପୁରୁଣା ସ୍ଥିତିକୁ ଫେରିବାକୁ ରଣନୀତି ପ୍ରସ୍ତୁତ କରୁଛି। ବିଜୟୀ ହେବା ଆଶା ଅଧିକ ଥିବା ପ୍ରାର୍ଥୀଙ୍କୁ ନିଜ ସପକ୍ଷରେ ନେବାକୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୨ ଦିନ ବାକି ଥିବାବେଳେ ଆଶାୟୀମାନେ ବିଧାୟକଙ୍କ ଘରେ ଭିଡ଼ ଜମାଉଛନ୍ତି। ଏପରିକି ଅନେକ ଆଶାୟୀ ଭୁବନେଶ୍ୱର ଆସି ଦଳୀୟ ବିଧାୟକଙ୍କୁ ସାକ୍ଷାତ କରି ଟିକେଟ ଲବି ଚଳାଇଛନ୍ତି। ତେବେ କେଉଁ ଦଳରୁ କାହାକୁ ଟିକେଟ ଓ ସମର୍ଥନ ମିଳିବ ତାହା ନାମାଙ୍କନ ବେଳେ ସ୍ପଷ୍ଟ ହୋଇଯିବ।
ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପାଇଁ ଜାନୁୟାରୀ ୧୭ରୁ ୨୧ ମଧ୍ୟରେ ନାମାନଙ୍କପତ୍ର ଦାଖଲ ହେବ। ୨୨ତାରିଖରେ ଯାଞ୍ଚ, ୨୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରିହେବ। ସେହିଦିନ ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲା ପରିଷଦ ସଭ୍ୟ ପଦ ପାଇଁ ଭୋଟଗ୍ରହଣ ହେବ। ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ଭୋଟର ନିଜର ମତଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri