୬୩ ଲକ୍ଷ କାମ: ୬ ମାସ ନ ପୂରୁଣୁ ପୁଣି ୨୪ ଲକ୍ଷ

ପଟ୍ଟାମୁଣ୍ଡାଇ,୭ା୧ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଦଶ ହଜାରୀ ଉତିକଣ ବନ୍ୟାବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୩ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ସେହି ରାସ୍ତା ୬ ମାସ ନ ପୂରୁଣୁ ଗର୍ତ୍ତ ସୃଷ୍ଟି ହୋଇଯିବାରୁ ଯାତାୟାତରେ ବାଧା ଉପୁଜୁଛି। ଏବେ ସେହି ରାସ୍ତାରେ ପୁଣି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ନୂଆ କାମ ହେଉଛି। ପଟ୍ଟାମୁଣ୍ଡାଇଠାରୁ ମଦନପୁର ପର୍ଯ୍ୟନ୍ତ ୧୫ କିମି ରାସ୍ତା ଏବେ ଶୋଚନୀୟ ହୋଇପଡିଛି। ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ନାବାର୍ଡ ଅନୁଦାନ ଅର୍ଥ ୧୩ କୋଟି ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ପ୍ରଶସ୍ତୀକରଣ ଓ ପିଚୁ କରାଯିବା କଥା। ୨୦୧୮ ଅକ୍ଟୋବର ୧୫ରେ କାମ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ କାର୍ଯ୍ୟ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ତାହା ଏ ପର୍ଯ୍ୟନ୍ତ ଶେଷ ହୋଇନାହଁି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଉତିକଣ ବନ୍ୟାବନ୍ଧ ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ ୧୯୮୪ରେ ତତ୍‌କାଳୀନ ସରକାର, ବିଭାଗୀୟ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ସେହିଦିନଠାରୁ ରାସ୍ତାର ପିଚୁ କାମ ଓ ମରାମତି ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି। ବନ୍ୟାବନ୍ଧ କଡ଼ରେ ପ୍ରଶସ୍ତୀକରଣ ଘେରିବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଜଳସମ୍ପଦ ବିଭାଗ ନିର୍ମାଣ କରୁଛି। ବନ୍ୟାବନ୍ଧ ରାସ୍ତାର ମରାମତି ଅଭାବରୁ ପିଚୁ ଉଠି ଆଣ୍ଠୁଏ ଲେଖାଏ ଖାଲଖମାରେ ପରିଣତ ହୋଇଛି। ଫଳରେ ବନ୍ୟାବନ୍ଧ ଦେଇ ପ୍ରତିଦିନ ରାଜନଗର ଯାତାୟାତ କରୁଥିବା ୧୨ରୁ ଅଧିକ ଯାତ୍ରୀବାହୀ ବସ୍‌ ଏବେ ବନ୍ଦ ହୋଇଯାଇଛି। ଫଳରେ ନଦୀବନ୍ଧର ଉଭୟପାର୍ଶ୍ୱରେ ଥିବା ପ୍ରାୟ ୩୨ଟି ଗ୍ରାମର ୫୦ ହଜାର ଲୋକ ବସ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି।
କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ଅଧୀନରେ ଥିବା ବ୍ରାହ୍ମଣୀ ନଦୀ ବନ୍ୟା ନିରୋଧକ ବନ୍ଧ ରହିଛି। ଏହାର ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଇ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା। ଏ ନେଇ ତଥ୍ୟଭିତ୍ତିକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତରବରିଆ ଭାବେ ବିଦ୍ୟୁତ୍‌ ଅଫିସ୍‌ ପୋଲ ପାଖରୁ ନୂଆଗଁା ପର୍ଯ୍ୟନ୍ତ ୨୪ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ମରାମତି ହୋଇଥିଲା। ଏବେ ପୁଣି ସେହିସବୁ ସ୍ଥାନରେ ପିଚୁରୁ ଗୋଡ଼ି ଉଠି ଚଳପ୍ରଚଳରେ ବାଧା ହେଉଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାକୁ ଚଳାଚଳ ଉପଯୋଗୀ କରିବା ପାଇଁ ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ସଂସାରଫଳ, ଖଣତା, ଚନ୍ଦନନଗର ପ୍ରଭୃତି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡର ଲୋକ ଦାବି କରିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଲୋକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ନାହିଁ। ଗାଡ଼ିର ଭାଇବ୍ରେଶନକୁ ଏଠାରେ ଥିବା ମାଟି ସହ୍ୟ କରିପାରୁନାହିଁ। ସେଥିପାଇଁ ରାସ୍ତା ଖରାପ ହୋଇଯାଉଛି। ବନ୍ୟାବନ୍ଧ ରାସ୍ତା ନିର୍ମାଣ ପାଇଁ ୨୦ କୋଟି ଟଙ୍କାର ଟେଣ୍ଡର ହୋଇଛି, ସବୁଦିନିଆ ରାସ୍ତା ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri