ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ ମାହାଙ୍ଗା(ସ୍ବ.ପ୍ର.),୭ା୧:ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଗୁରୁବାର ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତିସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ଇତିମଧ୍ୟରେ ବର୍ଷେ ପୁରିଯାଇଛି। ତେଣୁ ମାମଲା କେଉଁ ଅବସ୍ଥାରେ ଅଛି ବୋଲି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, କୁଳମଣି ହତ୍ୟା ଘଟଣାରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କ ନାମ ଏତଲାରେ ଥିଲା। ହେଲେ ଚାର୍ଜଶିଟରୁ ପୋଲିସ ତାଙ୍କ ନାମ ଏତଲାରୁ କାଟିଦେଲା। ଏପରିକି ମନ୍ତ୍ରୀଙ୍କ ବ୍ୟବସାୟିକ ପେଣ୍ଠସ୍ଥଳରେ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ। ଏଥିରୁ ରାଜ୍ୟର ଆଇନ୍‌ଶୃଙ୍ଖଳା ସ୍ଥିତି କିପରି ତାହା ଦର୍ଶାଉଛି। ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଲୋକଙ୍କ ପାଇଁ ଚିନ୍ତା କି ଦରଦ ନାହିଁ, ଯେଉଁଥିଲାଗି ଏସବୁ ଘଟୁଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି। ମାହାଙ୍ଗାର ମାଟି ହେଉଛି କର୍ମବୀର ଗୌରୀଶଙ୍କର ରାୟ, ଗଣକବି ବୈଷ୍ଣବ ପାଣି ଓ ପଲ୍ଲିକବି ନନ୍ଦକିଶୋର ବଳଙ୍କ ପବିତ୍ର ମାଟି। ଗରିବଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଏହି ଦିବଂଗତ ଭାଜପା ନେତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଗତ ବର୍ଷ ସ୍ବର୍ଗତ କୁଳମଣି ବରାଳ ତାଙ୍କୁ ଭୁବନେଶ୍ୱରରେ ଭେଟିବା ସହ ମାହାଙ୍ଗା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା କେଳେଙ୍କାରୀ ବା ଦଳୀୟ ଆଧାରରେ ବଣ୍ଟନ ବିଷୟରେ ଅବଗତ କରିଥିଲେ। ମାତ୍ର ତା’ପରଦିନ କୁଳମଣିଙ୍କୁ ହତ୍ୟା କରାଯିବା ବିଶ୍ୱାସଯୋଗ୍ୟ ହୋଇ ନ ଥିଲା। ରାଜ୍ୟରେ କ୍ଷମତାରେ ଥିବା ଲୋକମାନେ ସ୍ବର୍ଗତ ବରାଳ ଓ ତାଙ୍କ ସହଯୋଗୀଙ୍କୁ ପିଏମ୍‌ ଆବାସ ଯୋଜନାରେ ସ୍ବର ଉଠାଇବାରୁ ହତ୍ୟାକଲେ। ଓଡ଼ିଶା ରାଜନୀତିରେ ଏହା ସ୍ମରଣୀୟ ହୋଇ ରହିବ ବୋଲି ଧର୍ମେନ୍ଦ୍ର କହିଥିଲେ। ସ୍ମୃତି ସଭାରେ ପ୍ରଫେସର ଡ.ପ୍ରତାପ କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ। ଅତିଥିଭାବେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର, ଉପସଭାପତି ପ୍ରଭାତି ପରିଡା, କଟକ ଜିଲାସଭାପତି ପ୍ରକାଶ ଚନ୍ଦ୍ର ବେହେରା, ଜିଲା ପ୍ରଭାରୀ ଅମର ନାୟକ, ଶାରଦା ପ୍ରଧାନ, ବଜେନ୍ଦ୍ର ନାୟକ ଓ ଯାଜ୍ଞସେନୀ ଜେନା ପ୍ରମୁଖ ଯୋଗଦେଇଥିଲେ। ନୃତ୍ତାଙ୍ଗ ଗାଁ ମୁଣ୍ଡରେ ପ୍ରତିଷ୍ଠିତ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ପ୍ରତିମୂର୍ତ୍ତିକୁ ସମୀର ମହାନ୍ତି ଉନ୍ମୋଚିତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ା ଶିକ୍ଷାବିତ୍‌ ମାଧବାନନ୍ଦ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ‘ସ୍ମୃତି ପ୍ରଦୀପ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ୪ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ କୁଳମଣି ସ୍ମୃତିସଂସଦ ପକ୍ଷରୁ ଗରିବ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଶେଷରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରମାକାନ୍ତ ବରାଳ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭକ୍ତଚରଣ ସ୍ବାଇଁଙ୍କ ସମେତ ୭ମଣ୍ଡଳ ସଭାପତି ଓ ଭାଜପା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri