ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି: ଉପାନ୍ତ ଅଞ୍ଚଳର ଡାକ୍ତରଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ପରାମର୍ଶ

ଭୁବନେଶ୍ୱର, ୧୦ା୭(ବ୍ୟୁରୋ):  ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଛନ୍ତି। ଉପାନ୍ତ ଅଞ୍ଚଳକୁ ଯାଉଥିବା ଡାକ୍ତରମାନେ ଦୁଇତିନି ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ତାଙ୍କ ମନ ପସନ୍ଦର ସ୍ଥାନକୁ ବଦଳି କରାଯାଉ। ଏଥିପାଇଁ ଉପାନ୍ତ ଅଞ୍ଚଳର ନିଯୁକ୍ତିପତ୍ର ସହିତ ପରବର୍ତ୍ତୀ ବଦଳି ଆଦେଶ ଏକ ସଙ୍ଗେ ପ୍ରଦାନ କରାଯିବା ଉଚିତ। ସେମାନଙ୍କୁ ବଜାର ସ୍ଥିତି ଅନୁଯାୟୀ ବେତନ ପ୍ରଦାନ କରାଯାଉ। ଆହୁରି ମଧ୍ୟ ସେହି ଡାକ୍ତରଙ୍କ ଲାଗି ଉପାନ୍ତ ଅଞ୍ଚଳ ଭତ୍ତା ବ୍ୟବସ୍ଥା କରାଗଲେ ସେମାନେ ସେଠାରେ ଭଲ ପ୍ରଦର୍ଶନ କରିବେ। ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ ରାଶି ବ୍ୟକ୍ତିଗତ ଭାବେ ପ୍ରଦାନ କରାଗଲେ ଡାକ୍ତରମାନେ ଉତ୍ତମ ସେବା ପ୍ରଦାନ ପାଇଁ ଉତ୍ସାହ ଦେଖାଇବେ। ଯେଉଁସବୁ ଅଞ୍ଚଳକୁ ଡାକ୍ତରମାନେ ଯିବା ପାଇଁ ରାଜି ହେଉନାହାନ୍ତି ସେଠାରେ ଡାକ୍ତରଖାନା ପରିସରରେ ବାସଗୃହ ଅଥବା ଖାଦ୍ୟପେୟ ସୁବିଧା ଥିବା ଟ୍ରାନ୍‌ଜିଟି ହାଉସ୍‌ ପ୍ରତିଷ୍ଠା ଲାଗି କୁହାଯାଇଛି। ରାଜ୍ୟରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ରାଜ୍ୟ ସରକାରଙ୍କୁ ଲେଖିଥିବା ପତ୍ରରେ ଏଭଳି ପ୍ରସ୍ତାବ ଦିଆଯାଇଛି। ଯେଉଁ ଡାକ୍ତରମାନେ ଦକ୍ଷତା ବିକାଶ ଲାଗି ବିଭିନ୍ନ ସମ୍ମିଳନୀ ଓ କର୍ମଶାଳାରେ ଯୋଗ ଦେଉଛନ୍ତି ସେମାନଙ୍କୁ ସରକାର ଅଗ୍ରିମ ଅର୍ଥ ପ୍ରଦାନ ଲାଗି କେନ୍ଦ୍ର ସରକାର କହିଛନ୍ତି। ସେହିଭଳି ସ୍ନାତକୋତ୍ତର ଡିଗ୍ରୀଧାରୀ ଡାକ୍ତର ଓ ଡିପ୍ଲୋମାଧାରୀଙ୍କ ପାଇଁ ପିଜିଏମ୍‌ଓ କ୍ୟାଡର ପ୍ରତିଷ୍ଠା ସହିତ ସେମାନଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଭଳି ଉଚ୍ଚ ହାରରେ ବେତନ ପ୍ରଦାନ କରିବା ପାଇଁ କୁହାଯାଇଛି।
ଡାକ୍ତର ନିଯୁକ୍ତି ବ୍ୟବସ୍ଥାରେ ସରଳୀକରଣ ଲାଗି କ୍ୟାମ୍ପସ ନିଯୁକ୍ତି, ସାକ୍ଷାତକାର ଓ ନୂଆ ଧରଣର ବିଜ୍ଞାପନ ସହିତ ଡାକ୍ତରମାନେ କେତେ ପାରିଶ୍ରମିକ ନେବେ ଓ ସରକାର କେତେ ଦେବେ ତାହା ଖୋଲା ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି। ଡାକ୍ତର ନିଯୁକ୍ତି ପ୍ରକ୍ରିୟାରେ ବାହାର ସଂସ୍ଥାର ସହାୟତା ପାଇଁ ମଧ୍ୟ କୁହାଯାଇଛି। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସରଳ ଓ ତ୍ୱରାନ୍ବିତ ହୋଇପାରିବ। ଏହାବ୍ୟତୀତ ଉପାନ୍ତ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କୁ ନିଜ ଅଞ୍ଚଳରେ କାର୍ଯ୍ୟ କରିବାର ସର୍ତ୍ତରେ ନର୍ସିଂ ପାଠ ପଢ଼ିବାଲାଗି ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଉକ୍ତ ପତ୍ରରେ ଦର୍ଶାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାନବ ସମ୍ବଳ ବିକାଶ ଲାଗି ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପତ୍ର ଜାରି ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ଓ ପ୍ରତିଶ୍ରୁତିବଦ୍ଧ ମାନବ ସମ୍ବଳ ସୃଷ୍ଟି ଲାଗି ଗୁରୁତ୍ୱଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri