ଭାରତରେ ଓମିକ୍ରନ୍‌ ଜାନୁୟାରୀରେ ଶୀର୍ଷ ଛୁଇଁବ, ବିଶେଷଜ୍ଞଙ୍କ ଆଶଙ୍କା…

ଓ୍ବାଶିଂଟନ, ୫।୧ : ଭାରତରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଜାନୁୟାରୀରେ ଶୀର୍ଷ ଛୁଇଁବ। ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୂ୍ୟଏଶନ (ଆଇଏଚଏମଇ) ର ନିର୍ଦ୍ଦେଶକ ତଥା ହେଲଥ ମେଟ୍ରିକ୍ସ ସାଇନ୍ସ ୟୁନିଭରସିଟିର ଅଧ୍ୟକ୍ଷ ଡାକ୍ତର ଖ୍ରୀଷ୍ଟୋଫର୍‌ ମୁରେ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ, ଡେଲ୍ଟା ଲହର ଭଳି ଭାରତରେ ଓମିକ୍ରନ ମାମଲା ଅଧିକ ଦ୍ରୁତ ବେଗରେ ବ୍ୟାପିବାର ଆଶଙ୍କା ରହିଛି। ଭାରତ ସରକାର ଅନ୍ୟ ଦେଶ ତୁଳନାରେ କେରୋନା ମହାମାରୀ ପରିଚାଳନାରେ ନିଶ୍ଚିତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ତେବେ ଚଳିତ ଜାନୁୟାରୀରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ସର୍ବାଧିକସ୍ତରରେ ପହଞ୍ଚିବାର ଆଶଙ୍କା ରହିଥିବା ସେ ଚେତାବନୀ ଦେଇଛନ୍ତି। ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଆରମ୍ଭରେ ଭାରତରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇପାରେ । ତେବେ ଓମିକ୍ରନ୍‌ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସଂଖ୍ୟା ରିପୋର୍ଟ ପୂର୍ବ ତୁଳନାରେ କମ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଟିକାକରଣ ଯୋଗୁ ଲକ୍ଷଣ ସାମାନ୍ୟ ରହିବ। ତେବେ ଓମିକ୍ରନ ଦ୍ୱାରା ବହୁ ସଂଖ୍ୟକ ଲୋକ ଆକାନ୍ତ ହେବେ। ଏହାକୁ କୌଣସି କଟକଣା ରୋକି ପାରିବ ନାହିଁ। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏଭଳି କହିଛନ୍ତି ।
ଓମିକ୍ରନ ଭାରିଆଣ୍ଟ ମାତ୍ର ଦୁଇମାସ ମଧ୍ୟରେ ସାରା ବିଶ୍ୱରେ ତିନି ବିଲିୟନ ଲୋକଙ୍କୁ ଆକ୍ରାନ୍ତ କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଜାନୁଆରୀ ମଧ୍ୟଭାଗରେ ଓମିକ୍ରନ୍‌ର ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହା ଯୋଗୁ ପୃଥିବୀରେ ଦିନକୁ ୩୫ ମିଲିୟନରୁ ଅଧିକ ଲୋକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ସେ କହିଛନ୍ତି ଯେ ୨୦୨୧ ଏପ୍ରିଲରେ ଡେଲ୍ଟା ଲହର ଶୀର୍ଷରେ ପହଞ୍ଚିଥିଲା। ତେବେ ଓମିକ୍ରନ୍‌ ଆକାନ୍ତଙ୍କ ସଂଖ୍ୟା ଏହାର ତିନି ଗୁଣା ଛୁଇଁବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri