ଶୀଘ୍ର ମିଳିବ କୋଠା ନିର୍ମାଣ ଅନୁମତି

ବ୍ରହ୍ମପୁର ଅଫିସ୍‌,୧୦ା୭-ବ୍ରହ୍ମପୁର ମହାନଗର ନିଗମ୍‌(ବିଏମ୍‌ସି) ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ମଧ୍ୟରେ ଏକ ସଚେତନତା ବୈଠକ ମଙ୍ଗଳବାର ବିଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କୁ ବିଡ଼ିଏ ଉପାଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ସେ ଏହି ସମନ୍ବୟ ବୈଠକ ଡାକିଥିଲେ। ବୈଠକରେ ବ୍ରହ୍ମପୁର ସହରାଞ୍ଚଳରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଭବିଷ୍ୟତରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନା ସହ ବିଡ଼ିଏ ଏବଂ ବିଏମ୍‌ସି ମଧ୍ୟରେ ଉତ୍ତମ ସମନ୍ବୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିମାସରେ ବିଲଡିଂ ଆପ୍ରୁଭାଲ୍‌ କମିଟି ବୈଠକ ଡାକିବାକୁ ନିଷ୍ପତ୍ତି ନିଆଯାଇଛି। ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ଏହି କମିଟିର ମଞ୍ଜୁରି ଆବଶ୍ୟକ ରହିଛି। କିନ୍ତୁ ନିୟମିତ ବ୍ୟବଧାନରେ ବୈଠକ ବସୁନି। ଫଳରେ ବହୁ ସଂଖ୍ୟାରେ ଅନୁମତିପତ୍ର ବିଡ଼ିଏ କାର୍ଯ୍ୟାଳୟରେ ପଡ଼ିରହୁଛି। ଯାହାକୁ ନେଇ ପୂର୍ବରୁ ବିଲ୍‌ଡର୍‌ଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ବୈଠକରେ ବିଏମ୍‌ସିର ଡେପୁଟି କମିଶନର୍‌ ସୌରୀନ୍ଦ୍ର ରାଉତରାୟ, ବିଡ଼ିଏ ସଚିବ ସମ୍ବିତ ରାଉତ, ବିଏମ୍‌ସି ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବିଏମ୍‌ସି ଏବଂ ବିଡ଼ିଏର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଡ଼ିଏର ଦୁଇଟି ପ୍ରକଳ୍ପ ଗଞ୍ଜାମ ହାଟ ଏବଂ ରକ୍‌ ଗାର୍ଡେନ୍‌ ନିର୍ମାଣ ଘୋଷଣା ପରଠୁ ତାର ତିଆରି ଦିଗରେ ପଦକ୍ଷେପ ନିଆଯାଇନାହିଁ। କେବଳ ଘୋଷଣାରେ ସୀମିତ ରହିଛି। ଏଣୁ ଉଭୟ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ପାଇଁ ଆସନ୍ତା ଅଗଷ୍ଟ ସୁଦ୍ଧା ଟେଣ୍ଡର ଡାକିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥି ସହ ସହରରେ ଥିବା ରେଲୱେ ଓଭର୍‌ବ୍ରିଜ୍‌ଗୁଡ଼ିକ ତଳେ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏହାର ମଧ୍ୟ ଟେଣ୍ଡର୍‌ ଆସନ୍ତା ଅଗଷ୍ଟ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବିଡ଼ିଏ ଅଧୀନରେ ୧୬୩ ସରକାରୀ ଖୋଲା ଜାଗା ରହିଛି, ଯେଉଁଥିରୁ ୮୦ଟି କେବଳ ବ୍ରହ୍ମପୁର ସହରାଞ୍ଚଳରେ ରହିଛି। ସେସବୁ ସ୍ଥାନରେ ସବୁଜିମା ସୃଷ୍ଟି କରିବା ପାଇଁ ବ୍ୟାପକ ଚାରାରୋପଣ କରାଯିବ। ବର୍ଷା ଜଳ ସଂରକ୍ଷଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଦେଶବ୍ୟାପି ପାନୀୟ ଜଳର ଘୋର ସଙ୍କଟ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ମଧ୍ୟ ଗ୍ରୀଷ୍ମ ଦିନରେ ଜଳ ସଙ୍କଟ ଦେଖାଦିଏ। ଏଣୁ ବର୍ଷା ଜଳ ସଂରକ୍ଷଣ ଦିଗରେ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ପ୍ରତ୍ୟେକ କୋଠାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ରହିବା ବାଧ୍ୟତା ମୂଳକ। ଯଦି ଏହି ପ୍ରକଳ୍ପ ନ ଥିବ, ତେବେ କ୍ୟୁପେନ୍ସି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ନାହିଁ। ସେହିଭଳି ସହରରେ ଥିବା ସମସ୍ତ ବ୍ୟାଙ୍କକୁ ମଧ୍ୟ ସେମାନଙ୍କ କୋଠାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯିବ। ସେହିଭଳି ବୈଠକରେ ସର୍ବକ୍ଷମା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଯୋଜନା ବିଷୟରେ ଲୋକେ ଜାଣି ନ ଥିବା ଯୋଗୁ ଆବେଦନ ସଂଖ୍ୟା ନୈରାଶ୍ୟଜନକ ରହିଛି। ଆବଶ୍ୟକ ଅନୁମତି ବିନା କୋଠା ନିର୍ମାଣ କିମ୍ବା ଅନ୍ୟାନ୍ୟ ପ୍ରକାରର ବେଆଇନ୍‌ ନିର୍ମାଣକୁ ଜରିମାନା ଦେଇ ସରକାରୀ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ। ହେଲେ ବ୍ରହ୍ମପୁରରେ ମାତ୍ର ୧୩୧ ଆବେଦନ ପଡ଼ିଛି। ବହୁ ସଂଖ୍ୟାରେ କୋଠା ବେଆଇନ୍‌ ଭାବେ ନିର୍ମାଣ ହୋଇଥିଲେ ମଧ୍ୟ ତାଙ୍କୁ ଆଇନସମ୍ମତ କରିବା ପାଇଁ ନିର୍ମାଣକାରୀ ବିଡ଼ିଏ ନିକଟରେ ଆବେଦନ କରୁନାହାନ୍ତି। ଆଗାମୀ ଦିନରେ ବିଏମ୍‌ସି ସହଯୋଗରେ ବ୍ରହ୍ମପୁର ସହରାଞ୍ଚଳରେ ସର୍ବକ୍ଷମା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଯିବ। ଆବେଦନ ସଂଖ୍ୟା ବଢ଼ାଇବା ଦିଗରେ ପଦକ୍ଷେପ ନିଆଯିବ। ଏଥି ସହ ବର୍ଷ ବର୍ଷ ହେଲା ଅଟକି ରହିଥିବା କାର୍ଯ୍ୟକୁ ଆସନ୍ତା ଏକ ମାସ ଭିତରେ ସାରିବା, ବିଡ଼ିଏର ସମସ୍ତ କାର୍ଯ୍ୟର କମ୍ପ୍ୟୁଟରୀକରଣ ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା। ହଳଦିଆପଦକର ବସ୍‌ ଟର୍ମିନାଲ୍‌ ଭଳି ଯେଉଁ ପ୍ରକଳ୍ପଗୁଡ଼ିକରେ ସ୍ଥିତାବସ୍ଥା ଦେଖାଦେଇଛି, ସେ ସମ୍ପର୍କରେ ଆଗାମୀ ଦିନରେ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri