ଡିସେମ୍ବରରେ ଏମ୍‌ଏସ୍‌ଆଇର ୧୫୩୧୪୯ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୨।୧:  ଦେଶର ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ପକ୍ଷରୁ ଡିସେମ୍ବର ମାସ ଗାଡ଼ି ବିକ୍ରି ସମ୍ପର୍କରେ ଏକ ରିର୍ପୋଟ ପ୍ରକାଶ କରାଯାଇଛି। ଶନିବାର ୨୦୨୧ ଡିସେମ୍ବରରେ ମୋଟ ହୋଲ୍‌ସେଲ୍‌ରେ ୧,୫୩,୧୪୯ ୟୁନିଟ ଗାଡ଼ି ବିକ୍ରି କରାଯାଇଛି। ଏହା ଗତ ବର୍ଷର ବିକ୍ରି ତୁଳନାରେ ୪% ହ୍ରାସ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ ଏହି ସମୟରେ କମ୍ପାନୀ ୧,୬୦,୨୨୬ ୟୁନିଟ୍‌ ବିକ୍ରି କରିଥିଲା। ସେହିଭଳି ୨୦୨୧ ଡିସେମ୍ବରରେ କମ୍ପାନୀର ଘରୋଇ ବିକ୍ରି ୧୩% ହ୍ରାସ ପାଇ ୧,୩୦,୮୬୯ ୟୁନିଟ୍‌ ରହିଛି। ୨୦୨୦ ଡିସେମ୍ବରରେ କମ୍ପାନୀ ୧,୫୦,୨୮୮ ୟୁନିଟ୍‌ ବିକ୍ରି କରିିଥିଲା ବୋଲି ରିର୍ପୋଟରେ କୁହାଯାଇଛି।
ଅପରପକ୍ଷରେ ଇଲେକ୍ଟ୍ରୋନିକ୍‌ ଉପାଦାନଗୁଡ଼ିକର ଅଭାବ ଯୋଗୁ ଡିସେମ୍ବରରେ ଯାନବାହନ ଉତ୍ପାଦନ ଉପରେ ସାମାନ୍ୟ ପ୍ରଭାବ ପକାଇଥିଲା। ଏହି ଅଭାବ ମୁଖ୍ୟତଃ ଘରୋଇ ବଜାରରେ ବିକ୍ରି ହେଉଥିବା ଗାଡ଼ିର ଉତ୍ପାଦନକୁ ପ୍ରଭାବିତ କରିଥିଲା ବୋଲି ଏମ୍‌ଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବକୁ କମ୍‌ କରିବାକୁ କମ୍ପାନୀ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି କମ୍ପାନୀର ଅଲ୍ଟୋ ଏବଂ ଏସ୍‌-ପ୍ରେସୋକୁ ନେଇ ମିନି କାର୍‌ର ବିକ୍ରି ମଧ୍ୟ ୩୫% ହ୍ରାସ ପାଇ ୧୬,୩୨୦ ୟୁନିଟରେ ରହିଛି। ୨୦୨୦ର ଏହି ସମୟରେ କମ୍ପାନୀ ୨୪,୯୨୭ ୟୁନିଟ ଗାଡ଼ି ବିକ୍ରି କରିଥିଲା।
ଅବସରରେ ସ୍ବିଫ୍ଟି, ସେଲିରିଓ, ଇଗ୍ନିସ୍‌, ବାଲେନୋ ଏବଂ ଡିଜେୟାର ଭଳି ମଡେଲ ସମେତ କମ୍ପାକ୍ଟ ସେଗ୍‌ମେଣ୍ଟର ବିକ୍ରି ଡିସେମ୍ବର ୨୦୨୦ରେ ୭୭,୬୪୧ କାର୍‌ ତୁଳନାରେ ୧୧% ହ୍ରାସ ପାଇ ୬୯,୩୪୫ ୟୁନିଟରେ ପହଞ୍ଚତ୍ଛି। ୨୦୨୦ ଡିସେମ୍ବରରେ ୧,୨୭୦ ୟୁନିଟ୍‌ ତୁଳନାରେ ମଧ୍ୟମ ଆକାରର ସେଡାନ୍‌ ସିଆଜ୍‌ ବିକ୍ରି ୧,୨୦୪ ୟୁନିଟକୁ ହ୍ରାସ ପାଇଛି। ଭିଟାରା ବ୍ରେଜ୍‌ଜା, ଏସ୍‌-କ୍ରସ୍‌ ଏବଂ ଏର୍ଟିଗା ସମେତ ଅନ୍ୟ ୟୁଟିଲିଟି ଗାଡ଼ି ବିକ୍ରି ୫% ବୃଦ୍ଧି ପାଇ ୨୬,୯୮୨ ୟୁନିଟରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri