ପଇସାବାଲା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବ ଦଳ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ମତକୁ ନିଜ ସପକ୍ଷରେ ନେବା ସକାଶେ ବିଜେଡି ଓ ଭାଜପା ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଲେଣି। ଏହି କ୍ରମରେ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାଜପା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଦଳର ସବୁ ଏମ୍‌ପିଙ୍କୁ ନେଇ ଏକ ବୈଠକ ବସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବିଧାୟକମାନଙ୍କୁ ନେଇ ବୈଠକ ବସିଛି। ଉଭୟ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ, ଏଥିଲାଗି କ’ଣ କରାଯିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି। ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର ବିଳମ୍ବିତ ସାରେ ନିକଟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି .ନଡ୍ଡା ଓଡ଼ିଶା ପାଇଁ ଗଠନ କରିଥିବା କୋର୍‌ କମିଟିର ବୈଠକ ମଧ୍ୟ ବସି ପଞ୍ଚାୟତ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି।
ବୈଠକ ପରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ଭାଜପାକୁ ପୋଜିସନିଂ କରି ଜିତିବା ଓ ବିଜେଡିକୁ ହରାଇବା ମୁଖ୍ୟ ଲକ୍ଷ୍ୟ। ନିର୍ବାଚନ ଲାଗି ରାଜ୍ୟ ଓ ଜିଲାସ୍ତରରେ ମାନିଫେଷ୍ଟୋ ପ୍ରସ୍ତୁତ କରାଯିବ। ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା କମିଟି ଗଠନ ହେବ। ୨୦୧୭ ଠାରୁ ଏବେ ଏମ୍‌ପି ଓ ବିଧାୟକଙ୍କ ସଂଖ୍ୟା ଅଧିକ ଅଛି ରେଜଲ୍ଟ ଭଲ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିଧାୟକଙ୍କ ବୈଠକ ଶେଷ ହେବାପରେ ଜଣେ ନେତା ସୂଚନା ଦେଇଛନ୍ତି, ଭାଜପା ଜିଲା ପରିଷଦ ଆସନଗୁଡିକରେ କିପରି ଭଲ ଏବଂ ଟଙ୍କା ରଖିଥିବା ଲୋକଙ୍କୁ ପ୍ରାର୍ଥୀ କରିବ ତାହା ଉପରେ ଗୁରୁତ୍ୱ ଦେବ। ଆସନ ସଂରକ୍ଷଣ ନେଇ ଚୂଡ଼ାନ୍ତ ତାଲିକା ବାହାରିବା ପରେ ପ୍ରାର୍ଥୀ ଚୟନ ଶେଷ ହେବ। ଓବିସିମାନଙ୍କୁ ସଂରକ୍ଷଣ ନେଇ ବିଜେଡି କରିଥିବା ଯୋଜନାକୁ ଲୋକଲୋଚନକୁ ଆଣି ଏହି ଘଟଣାରେ ରାଜ୍ୟବାସୀଙ୍କ ଭିତରେ ରାଗ ବଢ଼ାଇବା ଉପରେ ଆଲୋଚନା ହୋଇଛି। ରାଜ୍ୟ ସରକାର ପକ୍କାଘର ମରାମତି ଲାଗି ଯେଉଁ ଟଙ୍କା ଦେଇଛନ୍ତି ତାହା କେନ୍ଦ୍ର ଦେଉଛି ବୋଲି ପ୍ରଚାର କରାଯିବ। ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ତଥ୍ୟ ଏକାଠି କରି ରାଜ୍ୟସ୍ତରରେ ଏହା ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯିବ। ଏମ୍‌ପିମାନେ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ। କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଲ କାମ ବିଷୟରେ ଲୋକଙ୍କ ନିକଟରେ ଏମ୍‌ପିମାନେ ତଥ୍ୟ ରଖିବେ। ବିଜୁ ସ୍ବାସ୍ଥ୍ୟ କାର୍ଡର ବିଫଳତା କଥା ମଧ୍ୟ ଲୋକଙ୍କୁ ଜଣାଯିବ। ସେହିପରି ଆସନ୍ତା ୭ ତାରିଖ ପରେ ଆଉଥରେ ଏକ ଚୂଡ଼ାନ୍ତ ବୈଠକ ବସି ନିର୍ବାଚନ ରଣନୀତି ପ୍ରସ୍ତୁତି କାମ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ନ ନେଇ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ନେତୃତ୍ୱ ନେବାକୁ ନବୀନବାବୁ…

ଭୁବନେଶ୍ୱର,୩।୫: ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରେସମିଟ୍‌ରେ ନାଁ ନ ନେଇ ସେ ନବୀନ ସରକାରଙ୍କୁ ଜବାବ...

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri