Posted inଖେଳ

ଟୁଇଟ୍‌ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…

ନୂଆଦିଲ୍ଲୀ,୧୮।୧୧:  ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା। ପ୍ରଥମେ ବିସିସିଆଇ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନେଇ ରୋହିତଙ୍କୁ ଦେଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ଏକ ଖବରଦାତା ସମ୍ମିଳନୀରେ ଏଭଳି କିଛି କଥା କହିଦେଲେ ଯାହା ବିସିସିଆଇ ଏବଂ ଗାଙ୍ଗୁଲିଙ୍କ ବୟାନଠାରୁ ଭିନ୍ନ ଥିଲା। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ଏକ ଟୁଇଟ ଏବେ ଭାଇରାଲ ହେଉଛି।
ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ନକଲି ବନ୍ଧୁମାନେ ଗୁଜବରେ ବିଶ୍ୱାସ କରନ୍ତି। ହେଲେ ପ୍ରକୃତ ବନ୍ଧୁ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି। ’ ଏବେ ଭାରତୀୟ ପ୍ରଶଂସକ ଏହି ଟୁଇଟ୍‌ରେ କୁହାଯାଇଥିବା ଗୁଜବକୁ କୋହଲିଙ୍କ ବିବାଦ ସହ ଯୋଡ଼ି ଆଲୋଚନା କରୁଛନ୍ତି।
କହିରଖୁଛୁ, କୋହଲି ଦିନିକିଆ ଅଧିନାୟକତ୍ୱ ଛାଡ଼ିବା ପରେ ଅନେକ ଗୁଜବ ଘୁରିବୁଲୁଛି। ସେଥିରୁ ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ କୋହଲି ହଟିବା ନେଇ ଥିଲା। ତେବେ ଖବରଦାତା ସମ୍ମିଳନୀରେ  କୋହଲି ସ୍ପଷ୍ଟ କରିଥିଲେ ଯେ ସେ ବିଶ୍ରାମ ପାଇଁ ବିସିସିଆଇରୁ ଛୁଟି ମାଗି ନାହାନ୍ତି। ସେ ପୂର୍ବରୁ ସେଠାରେ ଥିଲେ। ଚୟନ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ରହିଛନ୍ତି। ନିହାତି ଭାବେ ସେ ଦିନିକିଆ ସିରିଜରେ ଖେଳିବେ।  ଏଭଳି ପ୍ରଶ୍ନ ତାଙ୍କୁ ନ ପଚାରି ଯେଉଁମାନେ ଏଭଳି ଲେଖୁଛନ୍ତି ତାଙ୍କୁ ପଚରାଯାଉ ବୋଲି ସେ କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri