ପତ୍ରରୁ ସୁନ୍ଦରତା

ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ।
ବିଭିନ୍ନ ପ୍ରକାରର ପତ୍ରକୁ କିଭଳି ବ୍ୟବହାର କରିବେ ଜାଣି ରଖନ୍ତୁ…

କଦଳୀ ପତ୍ରକୁ ବାଟି ସେହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଶୀତ ଦିନେ ରୂପି ସମସ୍ୟା ଦୂର କରିବା ପାଇଁ ମଧ୍ୟ କଦଳୀ ପତ୍ରକୁ ବାଟି କେଶ ମୂଳରେ ଲଗାନ୍ତୁ। କଦଳୀ ପତ୍ରର ପେଷ୍ଟକୁ ଅଧଘଣ୍ଟା ପର୍ଯ୍ୟନ୍ତ କେଶ ମୂଳରେ ଲଗାଇ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଲେଖାଏଁ ଏପରି କଲେ ରୂପି ସମସ୍ୟା ରହିବ ନାହିଁ।
ପାନ ପତ୍ରକୁ ସିଝାଇ ସେହି ପାଣିରେ ହଳଦୀ ମିଶାଇ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହେବା ସହିତ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।
ପାନପତ୍ରକୁ ବାଟି ନଡିଆ ତେଲରେ ମିଶାଇ କେଶ ମୂଳରେ ଲଗାଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ଏପରି କଲେ କେଶ ଝଡ଼ିବା କମିଯିବ।
ତୁଳସୀ ପତ୍ରକୁ ସିଝାଇ ସେହି ପାଣିକୁ ବରଫ ଖଣ୍ଡରେ ପରିଣତ କରି ଦିଅନ୍ତୁ। ଏହାକୁ ପତଳା କପଡାରେ ମୁହଁରେ ଘଷିଲେ ମୁହଁରୁ ସମସ୍ତ ବ୍ରଣ ଓ ଦାଗ ଦୂର ହେବା ସହିତ ଉଜ୍ଜ୍ୱଳତା ବଢ଼ିବ। ତୁଳସୀ ପତ୍ରକୁ ବାଟି ପାଣିରେ ମିଶାଇ ସେଥିରେ ମୁହଁ ଧୋଇଲେ ତାହା ଫେଶ୍‌ ୱାଶ୍‌ ଭଳି କାମ ଦେଇଥାଏ।
ଭୃସଙ୍ଗ ପତ୍ରକୁ ବାଟି ସେହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହେବା ସହିତ ତ୍ୱଚାର ସୁନ୍ଦରତା ବଢ଼ିଥାଏ।
ମେଥିପତ୍ରକୁ ବାଟି ମୁହଁରେ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଶୁଖିଗଲା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ତ୍ୱଚାରେ ବ୍ରଣ ଓ ଦାଗ ଦୂର ହେବା ସହିତ ତ୍ୱଚାର ଚମକ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri