ଓଏଏସ୍‌ ସ୍ତରରେ ଅଦଳବଦଳ: ୪୧ ଜଣଙ୍କୁ ବଦଳି

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଉପଜିଲାପାଳ ସ୍ତରରେ ମୋଟ ୪୧ ଜଣ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍‌ ଶୁଭେନ୍ଦୁ କାନୁନଗୋଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବା ବେଳେ ସୁଶାନ୍ତ କୁମାର ବାରିକଙ୍କୁ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ, ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍‌ ପ୍ରକଡକ୍ସନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଭାସ୍କର ଚନ୍ଦ୍ର ଟୁରୁକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ, ରୁଦ୍ରପ୍ରସନ୍ନ ସାହୁଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ, ଉଦୟ ନାରାୟଣ ଦାସଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ, ବ୍ରତତୀ ହରିଚନ୍ଦନଙ୍କୁ ଓସ୍‌ଡମା ଜେନେରାଲ ମ୍ୟାନେଜର, ଗଙ୍ଗାଧର ସାହୁଙ୍କୁ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ, ଆଲୋକ କୁମାର କରଙ୍କୁ ବିଭାଗୀୟ ତଦନ୍ତ କମିଶନର(ସିଡିଆଇ), ସରୋଜ କୁମାର ମିଶ୍ରଙ୍କୁ ଗୃହ ବିଭାଗର(ପ୍ରୋଟୋକଲ) ଅତିରିକ୍ତ ସଚିବ, ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ଓଏସ୍‌ଆର୍‌ଟିସି ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଥିବା ବେଳେ ସତ୍ୟନାରାୟଣ ଦାସଙ୍କୁ ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ, ମଧୁସୂଦନ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।
ସେହିପରି ସରୋଜକାନ୍ତ ମହାନ୍ତିଙ୍କୁ ଜଗତ୍‌ସିଂହପୁର ଡିିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶ ଭାବେ ବଦଳି କରାଯାଇଥିବା ବେଳେ ସୁବ୍ରତ କୁମାର ପଣ୍ଡାଙ୍କୁ ଯୁକ୍ତ ୨ ଶିକ୍ଷା ପରିଷଦ ସଚିବ, ରଘୁରାମ ଆୟରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଏବଂ ଓପେପା ଅତିରିକ୍ତ ନିର୍ଦ୍ଦେଶକ, ନୃସିଂହ ଚରଣ ସାହୁଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ, ଦେବବ୍ରତ ଜେନାଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ଯୁଗ୍ମ ସଚିବ, ସୁଦର୍ଶନ ସେଠୀଙ୍କୁ ସମବାୟ ବିଭାଗ ଯୁଗ୍ମ ସଚିବ, ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଇଡ୍‌କୋ ଲ୍ୟାଣ୍ଡ ଅଫିସର, ବୀରେନ୍ଦ୍ର କୋରକୋରାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।
ସେହିପରି ଦିଗନ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ତାପିରାମ ମାଝିଙ୍କୁ ଝାରସୁଗୁଡ଼ା ଜିଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭୈରବ ସିଂ ପଟେଲଙ୍କୁ ସୁନ୍ଦରଗଡ଼ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କୁ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରଦୀପ କୁମାର ସାହୁଙ୍କୁ ଝାରସୁଗଡ଼ା ଅତିରିକ୍ତ ଜିଲାପାଳ, ଅବିନାଶ ରାଉତଙ୍କୁ ପୁରୀ ପୌର ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ହରିଶ ଚନ୍ଦ୍ର ଜେନାଙ୍କୁ ନୀଳଗିରି ଉପଜିଲାପାଳ, ସରୋଜ କୁମାର ମିଶ୍ରଙ୍କୁ ସମ୍ବଲପୁର ସ୍ପେଶାଲ ଲ୍ୟାଣ୍ଡ ଅଫିସର, ବାଦଲ କୁମାର ମହାନ୍ତିଙ୍କୁ ଓରମାସ ଡେପୁଟି ସିଇଓ, ଶୁଭ୍ରାଂଶୁ ମିଶ୍ରଙ୍କୁ କଟକ ଉପଜିଲାପାଳ, ସଞ୍ଜୀବିତା ରାୟଙ୍କୁ କଟକ ମହାନଗର ନିଗମ ଡେପୁଟି କମିଶନର, ସୁସ୍ମିତା ବେହେରାଙ୍କୁ ଓସ୍‌ଡମା ଡେପୁଟି ଜେନେରାଲ ମ୍ୟାନେଜର, ରବୀନ୍ଦ୍ର କୁମାର ସେଠୀଙ୍କୁ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି।
ସେହିପରି ଦେବବ୍ରତ ସାହୁଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଶୁଭେନ୍ଦ୍ର କୁମାର ସାମଲଙ୍କୁ ପାରଳାଖେମୁଣ୍ଡି ଉପଜିଲାପାଳ, ରଜନୀକାନ୍ତ ସ୍ବାଇଁଙ୍କୁ ଅନୁଗୋଳ ଜିଲା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଉପଜିଲାପାଳ, ଦୀନକୃଷ୍ଣ କରଙ୍କୁ କଟକ ଜିଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ସବ୍ୟସାଚୀ ହୋତାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର, ଶୁଭେନ୍ଦୁ କୁମାର ସାହୁଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri