Posted inଖେଳ

ହଠାତ୍‌ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ଢାକା,୨୫।୧୧: ନଭେମ୍ବର ୨୬ରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବାଂଲାଦେଶର ତାରକା ଖେଳାଳି ତଥା ଟି-୨୦ ଅଧିନାୟକ ମହମୁଦୁଲ୍ଲା ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ ଏହା ନିଶ୍ଚିତ କରିଛି। ମହମୁଦୁଲ୍ଲା ଚଳିତ ବର୍ଷ ଜିମ୍ବାୱେ ବିପକ୍ଷ ମ୍ୟାଚରୁ ଟେଷ୍ଟ କ୍ରିକେଟକୁ ଫେରିଥିଲେ।
ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ଇନିଂସ ଥିଲା ୧୫୦ ରନ। ତାଙ୍କ ଇନିଂସ ଆଧାରରେ ବାଂଲାଦେଶ ୨୨୦ ରନ ଜିତିଥିଲା। ମହମୁଦୁଲ୍ଲା କହିଛନ୍ତି ଯେ ମୁଁ ସବୁବେଳେ ଉଚ୍ଚତାକୁ ଯିବାକୁ ଚିନ୍ତା କରେ ଏବଂ ମୋର ବିଶ୍ୱାସ ଯେ ମୋର ଟେଷ୍ଟ କ୍ୟାରିୟରକୁ ବିଦାୟ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଟେଷ୍ଟ ଦଳକୁ ଫେରିବାରେ ମୋତେ ସମର୍ଥନ କରିଥିବାରୁ ମୁଁ ବୋର୍ଡର ଚେୟାରମ୍ୟାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୋତେ ସବୁବେଳେ ଉତ୍ସାହିତ କରିବା ଏବଂ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ମୋର ସାଥୀ ଖେଳାଳି ଏବଂ ସହାୟକ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଉଛି । ବାଂଲାଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବା ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି।
୩୫ ବର୍ଷୀୟ ମହମୁଦୁଲ୍ଲା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଦିନିକିଆ ଏବଂ ଟି-୨୦ କ୍ରିକେଟ ଖେଳିବେ। ସେ କହିଛନ୍ତି ଯେ ମୁଁ ଟେଷ୍ଟରୁ ଅବସର ନେଉଛି, କିନ୍ତୁ ମୁଁ ତଥାପି ଅନ୍ତର୍ଜାତୀୟ ଟି -୨୦ ଏବଂ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବି। ମହମୁଦୁଲ୍ଲା ୨୦୦୯ରେ ବୋଲର ଭାବରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ୮ ଉଇକେଟ ନେଇଥିଲେ ଏବଂ ବ୍ୟାଟ୍ସମ୍ୟାନ ଭାବରେ କ୍ୟାରିୟର ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ: ଏହି ଯୁବତୀ ହେବେ ଭଦ୍ରା ପରିବାରର ବୋହୂ

ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ ।...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri