Posted inଖେଳ

କାମ ଦେଉଛି ଗୁରୁମନ୍ତ୍ର; ହେଲେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରୁନି

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ। ଚଳିତ ବର୍ଷ ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଇତିହାସ ରଚି ୩୨ ଉଇକେଟ ନେଇ ପର୍ପଲ କ୍ୟାପ୍‌ ନିଜ ନାମରେ କରିଥିଲେ। ତେବେ ଶୁକ୍ରବାର ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ ପୂର୍ବରୁ ଏବି ଡି’ଭିଲର୍ସ କ୍ରିକେଟରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ମ୍ୟାଚ୍‌ ପରେ ସେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଡି’ଭିଲର୍ସଙ୍କୁ ମନେ ପକାଇଥିଲେ। ଏଥିସହ ସେ ତାଙ୍କ ସହ ଜଡ଼ିତ ଏକ ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ।

ହର୍ଷଲ କହିଥିଲେ, ଡି’ଭିଲର୍ସଙ୍କ ତାଙ୍କୁ ଆଇପିଏଲ୍‌ରେ ଗୋଟିଏ ଗୁରୁମନ୍ତ୍ର ଦେଇଥିଲେ। ତାହା ବହୁତ ଫାଇଦା ଦେଇଛି। ଏହି କାରଣରୁ ସେ ପ୍ରଥମେ ଆଇପିଏଲ୍‌ ଏବଂ ଏବେ ଭାରତ ପାଇଁ ନିଜ ଡେବ୍ୟୁ ମ୍ୟାଚ୍‌ରେ ସଫଳତା ପାଇଛନ୍ତି। ସବୁବେଳେ ତାଙ୍କ କଥାକୁ ମନେ ରହିବ। ଆର୍‌ସିବିରୁ ଖେଳିବା ସମୟରେ ସେ ଡି’ଭିଲର୍ସଙ୍କୁ ଚୁପ୍‌ଚାପ ଦେଖିଆସିଛି। ଏକଦା ତାଙ୍କୁ ବଡ଼ ଓଭରରେ ପ୍ରଭାବୀ ବୋଲିଂ କିଭଳି କରିବି ବୋଲି ପଚାରିଥିଲି। ଜବାବରେ ସେ ବ୍ୟାଟ୍ସମ୍ୟାନ୍‌ ଭଲ ବଲ୍‌କୁ ପିଟିଲେ ବି ବଲ୍‌ରେ ପରିବର୍ତ୍ତନ କରିବ ନାହିଁ। ଭଲ ବଲ୍‌କୁ ମାରିବା ପାଇଁ ତାଙ୍କ ଉପରେ ଚାପ ପକାଅ। କାରଣ ସେ ଭାବିବେ ତୁମେ ଭିନ୍ନ ବଲ୍‌ ପକାଇବ। ହେଲେ ତାହା ହେବ ନାହିଁ ବୋଲି ଡି’ଭିଲର୍ସ କହିଥିଲେ।

ଡେବ୍ୟୁ ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଥିବା ହର୍ଷଲ ଆହୁରି କହିଛନ୍ତି, ଦ୍ରୁତ ବୋଲିଂ କରିବାକୁ ହେଲେ ଗତି ଆବଶ୍ୟକ। ହେଲେ ତାଙ୍କୁ ଲାଗିଥିଲା ୧୩୫ କିମିରୁ ଅଧିକ ବେଗରେ ବୋଲିଂ କରିପାରିବି ନାହିଁ। ବହୁତ ଚେଷ୍ଟା କରିବା ପରେ ମଧ୍ୟ ୧୪୦ ହେଉଛି। ହେଲେ ତାଠାରୁ ଅଧିକ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri